Hindi News >>Home >>Odisha Trending

ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ୮ ନୁହେଁ ୪ ଶ୍ରାବଣ ସୋମବାରରେ ହେବ ଜଳଲାଗି, ଜାଣନ୍ତୁ କାହିଁକି ଓ କେବେ ?

Sawan 2023: ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ ଅର୍ଥାତ୍ ଏଥର ଯୋଡ଼ା ଶ୍ରାବଣ ରହିଛି । କିନ୍ତୁ ଏ ବର୍ଷ କାଉଡ଼ିଆ ଭକ୍ତମାନେ ୮ଟି ସୋମବାର ନୁହେଁ ବରଂ ୪ ସୋମବାରରେ ମହାଦେବଙ୍କଠାରେ ଜଳଲାଗି କରିବେ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 06, 2023, 08:38 AM IST

Sawan 2023: ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମରେ ଶ୍ରାବଣ ମାସର (Shravan Month 2023) ବିଶେଷ ମହତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ (Mahadev) ସମର୍ପିତ । ଶିବ ଭକ୍ତମାନେ ଏହି ମାସକୁ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ (Sawan Somwar) ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ ଅର୍ଥାତ୍ ଏଥର ଯୋଡ଼ା ଶ୍ରାବଣ ରହିଛି । କିନ୍ତୁ ଏ ବର୍ଷ କାଉଡ଼ିଆ ଭକ୍ତମାନେ ୮ଟି ସୋମବାର ନୁହେଁ ବରଂ ୪ ସୋମବାରରେ ମହାଦେବଙ୍କଠାରେ ଜଳଲାଗି କରିବେ ।

ପ୍ରକାଶ ଥାଉ କି, ଶ୍ରାବଣର ପ୍ରଥମ ସୋମବାର (Sawan Somwar) ଜୁଲାଅ ୧୦ ଓ ଦ୍ବିତୀୟ ସୋମବାର ଜୁଲାଇ ୧୭ରେ ପଡୁଛି । ଏହିଦିନ କାଉଡ଼ିଆ ମାନେ ମହାଦେବଙ୍କୁ ଜଳଲାଗି କରିବେ । ଏହା ପରଠାରୁ ମଳ ମାସ ଆରମ୍ଭ ହେଉଥିବାରୁ ଆଉ ଜଳାଭିଷେକ ନେଇ ବିଧି ନାହିଁ । ଏହାପରେ ଦ୍ବିତୀୟ ଶ୍ରାବଣର ଶେଷ ଦୁଇ ସୋମବାର ଅର୍ଥାତ୍ ଅଗଷ୍ଟ ୨୧ ଓ ୨୮ ତାରିଖରେ ପୁଣି ଜଳାଭିଷେକ ହେବ । ଚଳିତ ବର୍ଷ ଶ୍ରୀଲଙ୍ଗରାଜ ମନ୍ଦିର (Lingaraj Temple) ଭିତରକୁ ପ୍ଲାଷ୍ଟିକ ଡ଼ବା ଓ ଜରି ଛଡ଼ାଯିବ ନାହିଁ । ସେହିପରି କାଉଡ଼ିଆମାନେ (Kaudia) ରଶି, ବାହୁଙ୍ଗି ଆଦିକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ନେଇ ମନ୍ଦିର ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାଲି ଏତିକି ନୁହେଁ, ପାଣିଲାଗି ପରେ ପାଟି ପାତ୍ରଗୁଡ଼ିକ ପାଇଁ ମଧ୍ଯ ମନ୍ଦିର ପରିସରରେ ବିଭିନ୍ନ ପାତ୍ର ରଖାଯିବ । ଏହାକୁ ସେଚ୍ଛାସେବୀମାନଙ୍କ ସାହଯ୍ୟରେ ବାହାରେ ପିଙ୍ଗାଯିବ। ତେବେ କାଉଡ଼ିଆ ମାନଙ୍କଠାରୁ ମୁଣ୍ତ ପିଛା ୧୦ ଟଙ୍କା ଶ୍ରାବଣୀ ପାଉଣା ଆଦାୟ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ଼ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ ମତ ଦେଇଛନ୍ତି । ପୂର୍ବ ରେକର୍ଡ଼ ଅନୁଯାୟୀ, ଶ୍ରାବଣ ମାସ ସୋମବାରରେ ପ୍ରାୟ ୨୦ରୁ ୨୫ ହଜାର ବୋଲିବମ୍ ଭକ୍ତମାନେ ଶ୍ରୀଲଙ୍ଗରାଜ ମନ୍ଦିର ଆସିଥାଆନ୍ତି । ତେବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମନ୍ଦିରର ବାଇଶି ପାହାଚଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ । ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ, ମନ୍ଦିର ଭୋର ୩ଟାରୁ ଖେଲାଯିବ । ଭୋର ସାଢେ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ୪ଟାରେ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ଆଡ଼ କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ବା ପାତ୍ରର ନଳ ରହିବ । କାଉଡ଼ିଆମାନେ ଧାଡ଼ି ବାନ୍ଧି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ବା ପାତ୍ରରେ ଜଳ ଢାଳିବେ । ଏହି ପାତ୍ରରୁ ଜଳ ଯାଇ ସିଧା ଭଗବାନଙ୍କ ଶକ୍ତି ଉପରେ ପଡ଼ିବ ।

Also Read-Puri Jagannath Temple: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଖୁବଶ୍ରୀଘ୍ର ଲାଗୁ ହେବ ଡ୍ରେସ୍ କୋଡ଼୍ ନିୟମ!

ଶ୍ରାବଣ ସୋମବାର ତାରିଖ

ପ୍ରଥମ ସୋମବାର: ୧୦ ଜୁଲାଇ

ଦ୍ୱିତୀୟ ସୋମବାର: ଜୁଲାଇ ୧୭

ତୃତୀୟ ସୋମବାର: ୨୪ ଜୁଲାଇ

ଚତୁର୍ଥ ସୋମବାର: ୩୧ ଜୁଲାଇ

ପଞ୍ଚମ ସୋମବାର: ୦୭ ଅଗଷ୍ଟ

ଷଷ୍ଠ ସୋମବାର: ୧୪ ଅଗଷ୍ଟ

ସପ୍ତମ ସୋମବାର: ୨୧ ଅଗଷ୍ଟ

ଅଷ୍ଟମ ସୋମବାର: ୨୮ ଅଗଷ୍ଟ

 

Read More
{}{}