Hindi News >>Home >>Odisha Trending

Sara Ali Khan: ବାବା ଅମରନାଥଙ୍କ ଦର୍ଶନ କଲେ ସାରା ଅଲି ଖାନ, ସୋସିଆଲ ମିଡିଆରେ ବିବାଦ

Sara Ali Khan: ବିବାଦରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ । ସୋସିଆଲ ମିଡିଆରେ ଅମରନାଥ ଧାମର ଫଟୋ ଛାଡିବା ପରେ ଏମିତି କହିଲେ ୟୁଜର୍ସ

Advertisement
Sara Ali Khan: ବାବା ଅମରନାଥଙ୍କ ଦର୍ଶନ କଲେ ସାରା ଅଲି ଖାନ, ସୋସିଆଲ ମିଡିଆରେ ବିବାଦ
Stop
Soubhagya Ranjan Mishra|Updated: Jul 23, 2023, 05:05 PM IST

Sara Ali Khan: କିଛିଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ (Bollywood Actress) ସାରା ଅଲି ଖାନ ବାବା କେଦାରନାଥଙ୍କ ଦର୍ଶନ କରିଥିଲେ । ବର୍ତ୍ତମାନ ଅମରନାଥ ଧାମ (Amarnath Dham)ରେ ପହଞ୍ଚି ବାବା ବରଫାନିଙ୍କ ଦର୍ଶନ କରିବାର ଭିଡିଓ (Video) ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସାଧାରଣ ଭକ୍ତଙ୍କ ପରି ସାରା ଅଲି ଖାନ ମଧ୍ୟ ପାଦରେ ଚାଲି ମନ୍ଦିର ନିକଟରେ ପହଞ୍ଚି ବାବା ବାରଫାନିଙ୍କୁ ଦର୍ଶନ କରିଥିଲେ । ସାରା ନିଜର ସୋସିଆଲ ମିଡିଆ ପେଜ୍ (Social media page) ରେ ଅମରନାଥ ଗୁମ୍ଫା ପରିଦର୍ଶନ କରିବାର ଏକ ଭିଡିଓ ସେୟାର କରିଛନ୍ତି । ଯାହା ଦିନକୁ ଦିନ ଅଧିକ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବାବାଙ୍କୁ ଦର୍ଶନ କରିବାକୁ ଭକ୍ତିର ସହିତ ପଥ ଅତିକ୍ରମ କରୁଥିଲେ ସାରା । ରାସ୍ତାରେ ଅତିକ୍ରମ କରୁଥିବାବେଳେ ଶ୍ରଦ୍ଧାଳୁଙ୍କ ସହ ତାଳ ଦେଇ ହର ହର ମହାଦେବ ଉଚ୍ଚାରଣ କରିଥିଲେ ସାରା । ଅନ୍ୟଯାତ୍ରୀଙ୍କ ପରି ସହଜରେ ପଥ ଅତିକ୍ରମ କରିବାକୁ ହାତରେ ଏକ ଲାଠି ଧରିଥିଲେ ସାରା । ବାବାଙ୍କ ଦର୍ଶନ କରିବାକୁ ଯାଉଥିବାରୁ ସେ ଖୁବ୍ ଖୁସି ଥିବା ଜଣାପଡୁଥିଲେ । ମନ୍ଦିରରେ ପହଞ୍ଚିବା କ୍ଷଣେ ପ୍ରଣାମ କରିଥିଲେ ସାରା । ପରେ ମନ୍ଦିରରେ ଥିବା ଘଣ୍ଟି ବଜାଇଥିଲେ । ବାବାଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟବତୀ ବୋଲି ଭାବିଛନ୍ତି ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ ବାବା ଭୋଲେନାଥଙ୍କର ଜଣେ ବଡ଼ ଭକ୍ତ । ପୂର୍ବରୁ ମଧ୍ୟ ସେ ଅନେକ ମନ୍ଦିର ଯାଇ ଦର୍ଶନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ସେଥିରେ ପ୍ରଶଂସକମାନେ ମଧ୍ୟ ଅନେକ ପ୍ରକାର ପ୍ରତିକ୍ରିୟା (Reaction) ଦେଇଥିଲେ । ସାରାଙ୍କ କିଛି ଫ୍ୟାନ୍ସ ଭିଡିଓ ତଳେ ହର ହର ମହାଦେବ ଲେଖିଥିବା ସମୟରେ ଅନ୍ୟ କିଛି ବ୍ୟକ୍ତି ନିଜ କମେଣ୍ଟ ମାଧ୍ୟମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ଅନେକ ବ୍ୟକ୍ତି ସାରାଙ୍କ ସନାତନ ଧର୍ମ ମନ୍ଦିର ପ୍ରବେଶ ଓ ମୁସଲିମ ଧର୍ମ ସମ୍ପର୍କରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ତେବେ ବର୍ତ୍ତମାନର ଭିଡିଓ ଅପଲୋଡ କରିବା ସମୟରେ ସାରା ଲେଖିଥିଲେ ଜୟ ବାବା ବରଫାନି ।

ବଲିଉଡ ଅଭିନେତ୍ରୀ ସାରାଙ୍କ ସିନେମା ସମ୍ପର୍କରେ କହିବାକୁ ଗଲେ ତାଙ୍କର ପ୍ରଥମ ସିନେମା ରିଲିଜ୍ ହୋଇଥିଲା ୨୦୧୮ ମସିହାରେ । ପ୍ରଥମ ସିନେମାର ନାଁ ରହିଥିଲା 'କେଦାରନାଥ' । ପରେ 'ସିମବା', 'ଲଭ୍ ଆଜ୍ କାଲ୍' , 'କୁଲି ନଂ ୧' ପରି ଅନେକ ସିନେମା ଭେଟିଦେଇଛନ୍ତି ସାରା । ଏଥିସହ ଫିଲ୍ମଫେୟାର ଆୱାର୍ଡ ସମେତ ଆହୁରୀ ଅନେକ ଆୱାର୍ଡ ମଧ୍ୟ ସାରା ନିଜ ଅଭିନୟ ପାଇଁ ପାଇଛନ୍ତି । କେଦାରନାଥ ସିନେମା ପାଇଁ ବେଷ୍ଟ୍  ଫିମେଲ୍ ଡେବ୍ୟୁ ଭାବରେ ୩ଟି ଆୱାର୍ଡ ହାତେଇଥିଲେ । ସେମଧ୍ୟରେ ଫିଲ୍ମ ଫେୟାର ଆୱାର୍ଡ (Filmfare Awards) ସମେତ ରହିଥିଲା ସ୍କିନ୍ ଆୱାର୍ଡ (Screen Awards) ଏବଂ ଆଇଆଇଏଫଏ ଆୱାର୍ଡ । ପରେ ଫ୍ରେସ୍ ଫେସ୍ ଆୱାର୍ଡ (Fresh face - Female) ମଧ୍ୟ ମିଳିଥିଲା ସାରାଙ୍କୁ । ଜିକ୍ୟୁ ଆୱାର୍ଡ (GQ Awards), ଲୋକମତ ଷ୍ଟାଇଲିସ୍ ଆୱାର୍ଡ (Lokmat Stylish Awards),  ରାଇଜିଂ ଷ୍ଟାର୍ ଆୱାର୍ଡ, ଇଣ୍ଡିଆନ ଟେଲିଭିଜନ ଏକାଡେମୀ ଆୱାର୍ଡ (Indian television academy Award), ବଲିଉଡ ହଙ୍ଗାମା ଷ୍ଟାଇଲ ଆଇକନ୍ସ (Bollywood hungama style icons)  ଇତ୍ୟାଦି ମଧ୍ୟ ହାତେଇଛନ୍ତି ସାରା ।

Also Read- Realme: ୧୦ହଜାରରୁ କମ ଦାମରେ ୧୦୮ଏମପି କ୍ୟାମେରା ଫୋନ, ଆଇଫୋନ ୧୪ ପ୍ରୋ ମ୍ୟାକ୍ସ ଲୁକ୍

Read More
{}{}