Hindi News >>Home >>Odisha Trending

t20 world cup Ind vs Pak: ମନ କିଣି ନେଇଥିଲା କୋହଲିଙ୍କ ସେହି ବିରାଟ ଛକା, ସଚିନ ଦେଲେ ଏଭଳି ବଡ଼ ବୟାନ

ବିରାଟଙ୍କ ଏହି ପ୍ରଦର୍ଶନ ମାଷ୍ଟରବ୍ଲାଷ୍ଟର ସଚିନଙ୍କୁ ବେଶ ପ୍ରଭାବିତ କରିଛି। ମ୍ୟାଚ ଶେଷ ପରେ ବିରାଟଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରିଛନ୍ତି। 

Advertisement
t20 world cup Ind vs Pak: ମନ କିଣି ନେଇଥିଲା କୋହଲିଙ୍କ ସେହି ବିରାଟ ଛକା, ସଚିନ ଦେଲେ ଏଭଳି ବଡ଼ ବୟାନ
Stop
Prabhudatta Moharana|Updated: Oct 24, 2022, 01:18 PM IST

t20 world cup Ind vs Pak: ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ୧୬ତମ ମ୍ୟାଚରେ ଏକ ହାଇଭୋଲଟେଜ ମ୍ୟାଚରେ ପାକିସ୍ତାନକୁ ୪ ଓ୍ୱିକେଟରେ ପରାସ୍ତ କରିଛି ଭାରତ। ଯାହା ପରେ ସମଗ୍ର ବିଶ୍ୱରୁ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ପ୍ରତିଟି ବଲରେ ରୋମାଞ୍ଚ ସୃଷ୍ଟି କରୁଥିବା ଏହି ମ୍ୟାଚରେ ଭାରତ ପାଇଁ ଲକି ସାବ୍ୟସ୍ତ ହୋଇଥିଲେ ବିରାଟ କୋହଲି। ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖନ ହୋଇ ପରାଜୟ ଆଡ଼କୁ ଗତି କରୁଥିବା ଭାରତ ପାଇଁ ବିଜୟ ଆଣିଦେଇଥିଲେ ବିରାଟ। ଏକ ରକ୍ଷଣଶୀଳ ବ୍ୟାଟିଂ କରିବା ସହିତ ଦଳ ପାଇଁ ବିଜୟ ଆଣିଦେଇଥିଲେ ବିରାଟ। 

ତେବେ ବିରାଟଙ୍କ ଏହି ପ୍ରଦର୍ଶନ ମାଷ୍ଟରବ୍ଲାଷ୍ଟର ସଚିନଙ୍କୁ ବେଶ ପ୍ରଭାବିତ କରିଛି। ମ୍ୟାଚ ଶେଷ ପରେ ବିରାଟଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରିଛନ୍ତି। ଏଥିରେ ସେ ସ୍ୱତନ୍ତ୍ର ଭାବେ ୧୯ ଓଭରରେ ଲଗଅନରେ ମାରିଥିବା ଲମ୍ବା ଛକାକୁ ନେଇ ଉଲ୍ଲେଖ କରିଛନ୍ତି। 

ସଚିନ ଲେଖିଛନ୍ତି କି ନିଶ୍ଚିତ ଭାବେ ଏହା ଆପଣଙ୍କ ଜୀବନର ସର୍ବଶ୍ରେଷ୍ଠ ଇନିଂସ ରହିଥିଲା। ଆପଣଙ୍କୁ ଏଭଳି ଭାବେ ଖେଳୁଥିବା ଦେଖି ବହୁତ ଖୁସି ଲାଗିଛି। ବିଶେଷ କରି ହାରିସ ରଫଙ୍କ ୧୯ ଓଭରରେ ବ୍ୟାକଫୁଟରେ ଯେଉଁଭଳି ସଟ ଖେଳିଲେ ଆଉ ଲଗଅନରେ ଏକ ଲମ୍ବା ଛକା ମାରିଥିଲେ ତାହା ନିଶ୍ଚିତ ଭାବେ ଦେଖିବା ଭଳି ରହିଥିଲା। 

ସଚିନ ଏଠାରେ ବିରାଟଙ୍କ ଯେଉଁ ଛକ୍କା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ତାହା ବିରାଟ ୧୯.୫ ଓଭରରେ ମାରିଥିଲେ। ସେହି ସମୟରେ ଭାରତକୁ ୮ ବଲରେ ୨୮ ରନର ଆବଶ୍ୟକତା ରହିଥିଲା। ସେହି ସମୟରେ ମ୍ୟାଚ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ ନିୟନ୍ତ୍ରଣରେ ରହିଥିଲା। ତେବେ ଏଠାରେ ବିରାଟ ହାରିସ ରଫଙ୍କ ବଲରେ ଲଗ ଅନରେ ଏକ ଜବରଦସ୍ତ ଛକା ମାରିଥିଲେ। ଯାହା ପରେ ଖେଳର ମୋଡ଼କୁ ପରିବର୍ତ୍ତନ କରିଦେଇଥିଲେ। ଏହା ସହିତ ବିଜୟର ଆଶା ପୁଣିଥରେ ଉଜ୍ଜିବିତ ହୋଇଥିଲା। ଏହାପରେ ବିରାଟଙ୍କ ବଲ୍ଲା ବନ୍ଦ ହୋଇନଥିଲା। ଏହା ପରେ ବିରାଟ ରଫଙ୍କ ଆଉ ଏକ ବଲରେ ଲମ୍ବା ଛକା ମାରି ଥିଲେ। ଶେଷ ଓଭରରେ ଭାରତକୁ ଜିତିବାକୁ ୧୬ ରନ ରହିଥିବା ବେଳେ ବେଶ ରୋମାଞ୍ଚକ ଢଙ୍ଗରେ ତାହା ପୁରଣ ହୋଇଥିଲା। ଏହି ମ୍ୟାଚରେ ବିରାଟ ୫୩ ବଲରେ ୮୨ରନର ଏକ ଲମ୍ବା ଇନିଂସ ଖେଳିଥିଲେ। 

Read More
{}{}