Hindi News >>Home >>Odisha Trending

Russia Finland War: ଫିନଲ୍ୟାଣ୍ଡ ସହ ହୋଇଥିବା ଯୁଦ୍ଧ ମନେପଡ଼ିଲେ କମ୍ପି ଉଠେ ଋଷିଆ, ଜାଣନ୍ତୁ ପୁରା ଘଟଣାକ୍ରମ

Winter War: ୧୯୩୯-୧୯୪୦ ମସିହାରେ ହୋଇଥିବା ଋଷିଆ-ଫିନଲ୍ୟାଣ୍ଡ ଯୁଦ୍ଧ ସମୟରେ ଫିନଲ୍ୟାଣ୍ଡର ସେନାର "ସ୍ନାଇପର ହ୍ୱାଇଟ ଡେଥ" ସବୁଠାରୁ ଅଧିକ ଆଲୋଡ଼ନ ସୃଷ୍ଟି କରିଥିଲା। ଯୁଦ୍ଧ ବେଳେ ଫିନଲ୍ୟାଣ୍ଡ ସ୍ନାଇପର ସୈନିକ ଜଣଙ୍କ ଋଷୀୟ ସୈନ୍ୟଙ୍କ ଲାଗି କାଳ ଭାବରେ ଉଭା ହୋଇଥିଲେ। ଏହି ଯୁଦ୍ଧକୁ ମନେ ପକାଇଲେ ଆଜି ମଧ୍ୟ କମ୍ପିଉଠେ ଋଷିଆ।   

Advertisement
 Russia Finland War: ଫିନଲ୍ୟାଣ୍ଡ ସହ ହୋଇଥିବା ଯୁଦ୍ଧ ମନେପଡ଼ିଲେ କମ୍ପି ଉଠେ ଋଷିଆ, ଜାଣନ୍ତୁ ପୁରା ଘଟଣାକ୍ରମ
Stop
Zee Odisha Desk|Updated: Apr 27, 2023, 11:00 PM IST

White Death Story: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହୋଇସାରିଛି। ଏହି ଯୁଦ୍ଧରେ ହଜାର ହଜାର ଋଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇସାରିଛି। ୟୁକ୍ରେନ ପୂର୍ବରୁ ଋଷିଆ ଅନ୍ୟ ଏକ ଯୁଦ୍ଧରେ ସାମିଲ ହୋଇଥିଲା। ଯେଉଁ ଋଷୀୟ ସୈନ୍ୟବାହିନୀକୁ ବିପୁଳ କ୍ଷତି ସହିବାକୁ ପଡ଼ିଥିଲା। ଏପରିକି ଶତ୍ରୁ ପକ୍ଷର ଜଣେ ସ୍ନାଇପର ଋଷୀୟ ସୈନ୍ୟଙ୍କ ଲାଗି କାଳ ଭାବରେ ଉଭା ହୋଇଥିଲେ। ଏହି ଯୁଦ୍ଧକୁ ମନେ ପକାଇଲେ ଆଜି ମଧ୍ୟ କମ୍ପିଉଠେ ଋଷିଆ। 
 
ଦ୍ୱିତୀୟ ବିଶ୍ୱଯୁଦ୍ଧ (Senond World War) ସମୟର କଥା। ୧୯୩୯ ମସିହାରେ ଫିନଲ୍ୟାଣ୍ଡ (Finland) ସହିତ ଯୁଦ୍ଧ କ୍ଷେତ୍ରରେ ମୁହାଁମୁହିଁ ହୋଇଥିଲା ଋଷିଆ (Russia)। ଏହି ଯୁଦ୍ଧ ପ୍ରାୟ ସାଢେ ୩ ମାସ ଧରି ଚାଲିଥିଲା। ଯୁଦ୍ଧ ସମୟରେ ଫିନଲ୍ୟାଣ୍ଡ ସୈନ୍ୟବାହିନୀରେ (Finnish Army) ଜଣେ ସୈନିକ ରହିଥିଲେ। ଯିଏ "ସ୍ନାଇପର ହ୍ୱାଇଟ ଡେଥ" (Sniper White Death) ନାମରେ ଜଣାଶୁଣା ଥିଲେ। ଋଷିଆ-ଫିନଲ୍ୟାଣ୍ଡ ଯୁଦ୍ଧ (Russo-Finnish War 1939-40) ଚାଲିଥିବା ସମୟରେ ଏହି ଫିନଲ୍ୟାଣ୍ଡ ସୈନିକ (Finnish Soldier) ଜଣଙ୍କ ପ୍ରାୟ ୫୦୦ ଋଷୀୟ ସୈନିକଙ୍କୁ (Russian Soldier) ହତ୍ୟା କରିଥିଲା। ଏହି କାହାଣୀ ମନେପଡ଼ିଲେ ଆଜି ମଧ୍ୟ ଋଷୀୟ ସୈନ୍ୟବାହିନୀ (Russian Army) କମ୍ପି ଉଠିଥାଏ। 

ଯୁକ୍ତରାଷ୍ଟ୍ର ଆମେରିକା (United States of America) ନେତୃତ୍ୱାଧୀନ ନାଟୋ ମେଣ୍ଟର (NATO Alliance) ୩୧ ତମ ସହଯୋଗୀ ଦେଶ ହେଉଛି ଫିନଲ୍ୟାଣ୍ଡ। ନାଟୋ ମେଣ୍ଟରେ ଫିନଲ୍ୟାଣ୍ଡ ଯୋଗଦେବାକୁ ନେଇ ପଡୋଶୀ ଦେଶ ଋଷିଆ (Russia) ସହଜେ ଗ୍ରହଣ କରି ପାରିନାହିଁ। ଏହାର ପାଲଟା ଜବାବ ଦେବାକୁ ଋଷିଆ-ଫିନଲ୍ୟାଣ୍ଡ ଉଦ୍ଦେଶ୍ୟରେ ଚେତାବନୀ ଦେଇଛି। ସେବେଠାରୁ ୟୁରୋପ ମହାଦେଶରେ (European Continent) ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଫିନଲ୍ୟାଣ୍ଡ-ଋଷିଆ ମଧ୍ୟରେ ପ୍ରାୟ ୧୩୦୦ କିଲୋମିଟର ଲମ୍ବା ସୀମାରେଖା (Russia-Finland Border) ରହିଛି। 

ଋଷିଆ ପକ୍ଷରୁ ଦିଆଯାଇଥିବା ଧମକ ଉପରେ ଫିନଲ୍ୟାଣ୍ଡ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଏନେଇ ଫିନଲ୍ୟାଣ୍ଡ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଦେଶ ପାଖରେ ଅଧିକାର ରହିଛି। ଶୀତଳ ଯୁଦ୍ଧ (Cold War) ପରେ ଫିନଲ୍ୟାଣ୍ଡ ନିରପେକ୍ଷ ଥିଲା। ହେଲେ ନାଟୋ ମେଣ୍ଟରେ ଯୋଗଦେବା ଫିନଲ୍ୟାଣ୍ଡ ଏହାର ନିରପେକ୍ଷ ଆଭିମୁଖ୍ୟକୁ ଶେଷ କରିଛି।

ଋଷିଆ-ଫିନଲ୍ୟାଣ୍ଡ ମଧ୍ୟରେ ହୋଇଥିବା ଯୁଦ୍ଧ ୧୯୩୯-୧୯୪୦ ମଧ୍ୟରେ ସାଢେ ୩ ମାସ ଧରି ଚାଲିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ୩ ମାସ ପରେ ୧୯୩୯ ମସିହା ନଭେମ୍ବର ୩୦ ତାରିଖ ଶୀତ ଯୁଦ୍ଧ ( Winter War 1939-40) ଆରମ୍ଭ ହୋଇଥିଲା। ମସ୍କୋ ଶାନ୍ତି ଚୁକ୍ତି ପରେ ଏହି ଯୁଦ୍ଧ ୧୯୪୦ ମସିହା ମାର୍ଚ୍ଚ ୧୩ ତାରିଖରେ ସମାପ୍ତ ହୋଇଥିଲା। ମିଳିତ ଜାତିସଂଘ (League of Nation) ଏହି ଆକ୍ରମଣକୁ ବେଆଇନ ବୋଲି ଭାବି ସୋଭିଏତ୍ ସଂଘକୁ (Soviet Union) ବହିଷ୍କାର କରିଥିଲା। ଏହି ଯୁଦ୍ଧରେ ଉନ୍ନତ ସାମରିକ ଶକ୍ତି ରହିଥିବା ସତ୍ତ୍ୱେ ସୋଭିଏତ୍ ସେନାକୁ (Soviet Army) ଅଧିକ କ୍ଷତି ସହିବାକୁ ପଡିଥିଲା।

ସେତେବେଳେ ସୁରକ୍ଷାଗତ କାରଣ ଦର୍ଶାଇ ସୋଭିଏତ୍ ସଂଘ ଫିନଲ୍ୟାଣ୍ଡ ପାଖରୁ ଏହାର ସୀମାରୁ ୩୨ କିଲୋମିଟର ମଧ୍ୟରେ ରହିଥିବା ଜମି ମାଗିଥିଲା। ଐତିହାସିକ ବିଶ୍ୱାସ କରନ୍ତି ଯେ ଆକ୍ରମଣ ସମୟରେ ସୋଭିଏତ୍ ସଂଘ ସେନା କେବଳ ୩୨ କିଲୋମିଟର ଜମି ନୁହେଁ ବରଂ ସମଗ୍ର ଫିନଲ୍ୟାଣ୍ଡ ଜୟ କରିବାକୁ ଚାହୁଁଥିଲା। ସୋଭିଏତ ସଂଘ ଫିନଲ୍ୟାଣ୍ଡ ଠାରେ ଏକ କମ୍ୟୁନିଷ୍ଟ ସରକାର ଗଠନ କରିବାକୁ ଚାହୁଁଥିଲା। ଯିଏ ସୋଭିଏତ ସଂଘ ଦ୍ୱାରା ପରିଚାଳିତ ହେବ।  

୧୯୩୯-୧୯୪୦ ମସିହାରେ ହୋଇଥିବା ଋଷିଆ-ଫିନଲ୍ୟାଣ୍ଡ ଯୁଦ୍ଧ ସମୟରେ ଫିନଲ୍ୟାଣ୍ଡର ସେନାର "ସ୍ନାଇପର ହ୍ୱାଇଟ ଡେଥ" ସବୁଠାରୁ ଅଧିକ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ସ୍ନାଇପର ସୈନିକଙ୍କ ନାମ ସୀମୋ ହୈହା (Simo Hayha) ଥିଲା। ଯିଏ ସୋଭିଏତ୍ ସୈନିକଙ୍କୁ ହତ୍ୟା କରିବା ପାଇଁ ଫିନଲ୍ୟାଣ୍ଡ ଦ୍ୱାରା ନିର୍ମିତ ଏମ ୨୮-୩୯ ରାଇଫଲ୍ (M28-39 Rifle) ଏବଂ ସୁଓମି କେପି-୩୧ ସବ୍ ମେସିନ୍ ଗନ୍ (Suomi KP-31 Sub Machine Gun) ବ୍ୟବହାର କରିଥିଲା। ସେ କେବଳ ଏକାକୀ ୫୦୦ ଋଷୀୟ ସୈନ୍ୟଙ୍କୁ (Russian Soldier) ଯୁଦ୍ଧ ବେଳେ ହତ୍ୟା କରିଥିଲେ। ସେହି ଫିନାଲାଣଅଡ ସୈନିକଙ୍କ ନାଁ ଶୁଣି ସୋଭିଏତ୍ ସୈନ୍ୟ ସେମାନେ ମୁତୟନ ହୋଇଥିବାରୁ ସ୍ଥାନ ଖାଲି କରିଦେଇ ଅନ୍ୟତ୍ର ଚାଲି ଯାଉଥିଲ।

 

 

Read More
{}{}