Hindi News >>Home >>Odisha Trending

Russian Dancer: ନିର୍ବାଚନରେ ଏଣ୍ଟ୍ରି ମାରିଲେ ଋଷିଆନ ଡ୍ୟାନର୍ସ, ଜାଣନ୍ତୁ ପୁରା ଘଟଣାକ୍ରମ

Russian Dancers Dancing: ପୌର ନିର୍ବାଚନରେ ରାଜନୈତିକ ଦଳ, ସେମାନଙ୍କର ପ୍ରାର୍ଥୀ ଏବଂ ପ୍ରଚାର ପରେ ଏଣ୍ଟ୍ରି ମାରିଛନ୍ତି ଋଷିଆନ ଡ୍ୟାନ୍ସର। ଯାହାର ଭିଡ଼ିଓ ମଧ୍ୟ କଥିତ ରୂପରେ ଭାଇରଲ ହୋଇଥିବାର କୁହାଯାଉଛି। 

Advertisement
Russian Dancer: ନିର୍ବାଚନରେ ଏଣ୍ଟ୍ରି ମାରିଲେ ଋଷିଆନ ଡ୍ୟାନର୍ସ, ଜାଣନ୍ତୁ ପୁରା ଘଟଣାକ୍ରମ
Stop
Zee Odisha Desk|Updated: May 06, 2023, 06:53 PM IST

Russian Dancers Entry in UP Municipal Election 2023: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପୌର ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ପରିବାର ସଦସ୍ୟ, ବନ୍ଧୁ ଏବଂ ସମର୍ଥକ ଏପରିକି ଦଳ ପର୍ଯ୍ୟନ୍ତ ସମସ୍ତେ ଦିନରାତି କଠିନ ପରିଶ୍ରମ କରି ଜନସାଧାରଣଙ୍କ ହୃଦୟ ଜିତିବାକୁ ଚେଷ୍ଟା କରୁଛନ୍ତି। ମେୟର ପଦ ପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ବ୍ୟତୀତ କର୍ପୋରେଟର ପଦ ପାଇଁ ପ୍ରାର୍ଥୀ ମଧ୍ୟ ବିଜୟୀ ହେବା ହେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। କିଛି ପ୍ରାର୍ଥୀ ଲୋକଙ୍କ ସମର୍ଥନ ହାତେଇବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ପକ୍ଷରୁ ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ଲାଗୁ ହେବା ପର ଠାରୁ ଏହାର ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳୁଛି। 

ନିର୍ବାଚନ ପ୍ରଚାରରେ ନୃତ୍ୟ ପରିବେଷଣ କଲେ ଋଷୀୟ ନର୍ତ୍ତକୀ!
ସଦ୍ୟ ଉତ୍ତର ପ୍ରଦେଶ କାନପୁର ଜିଲ୍ଲାରେ ଏକ କୌତୁହଳପୂର୍ଣ୍ଣ ମାମଲା ଦେଖିବାକୁ ମିଳିଛି। କାନପୁର ନର ନିଗମ ନିର୍ବାଚନରେ ପ୍ରତିଦ୍ୱଦ୍ୱିତା କରୁଥିବା ଜଣେ କର୍ପୋରେଟର ପ୍ରାର୍ଥୀଙ୍କ ଚିଠି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରାର୍ଥୀ ଜଣଙ୍କ ଋଷୀୟ ନର୍ତ୍ତକୀଙ୍କ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ମତଦାତାଙ୍କ ପାଇଁ ମଦ ବଣ୍ଟନ ପାଇଁ ନିର୍ବାଚନ ଆୟୋଗ ଅଧିକାରୀଙ୍କ ଠାରୁ ଅନୁମତି ମାଗିଛନ୍ତି। ଏହି ଚିଠି ଭାଇରାଲ ହେବା ପରେ ସମଗ୍ର ସହରର ପ୍ରଶାସନିକ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଥିଲେ। ହେଲେ ଏହି ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଋଷୀୟ ନର୍ତ୍ତକୀ ନୃତ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳିଛି। ଏନେଇ କୁହାଯାଉଛି ଯେ ନିର୍ବାଚନ କମିଶନ ଏଭଳି ଅନୁମୋଦନ ଦେବାକୁ ମନା କରିଦେଇଥିଲେ। ହେଲେ ପ୍ରାର୍ଥୀ ଜଣଙ୍କ ନିଜ ପକ୍ଷରୁ ଋଷୀୟ ନର୍ତ୍ତକୀ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

କାକଦେବ ଥାନା କୋଚିଂ ମଣ୍ଡି ଅଞ୍ଚଳର ମାମଲା 
ଋଷୀୟ ନର୍ତ୍ତକୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବାର ଏକ କଥିତ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡିଓ କାକାଦେବ ଥାନା ଅଧନସ୍ଥ ଆମ୍ବେଦକନଗର ଅଞ୍ଚଳର ବୋଲି କୁହାଯାଉଛି। ଯେଉଁଠାରେ କର୍ପୋରେଟର ପଦ ନିର୍ବାଚନ ଲଢୁଥିବା ସ୍ୱାଧୀନ ପ୍ରାର୍ଥୀ ସଞ୍ଚୟ ଦୁବେଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଞ୍ଚୟ ଦୁବେପେନସିଲ୍ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ କମିଶନ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠି ଏବଂ ଋଷୀୟ ନର୍ତ୍ତକୀଙ୍କ ନୃତ୍ୟ ପରିବେଷଣର ଭିଡିଓ ଭାଇରାଲ ହେବା ପରେ କାନପୁର ପୋଲିସ କମିଶନର ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହି ମାମଲାର ତଦନ୍ତ ଦାୟିତ୍ୱ ସ୍ୱରୂପ ନଗର ଏସିପି ଙ୍କୁ ଦିଆଯାଇଛି। ଏହି ଘଟଣାରେ କାନପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। Zee Odisha ଏହି କଥିତ ଭାଇରାଲ୍ ଭିଡିଓ ଏବଂ ଚିଠିକୁ ନିଶ୍ଚିତ କରେ ନାହିଁ।

ପୌର ନିର୍ବାଚନକୁ ନେଇ କାନପୁର ଜିଲ୍ଲାରେ ସରଗରମ ହୋଇଉଠିଛି ରାଜନୀତି
ଆସନ୍ତା ୧୧ ତାରିଖରେ କାନପୁର ଜିଲ୍ଲାରେ ସକାଳ ସାତଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ମେୟର, କର୍ପୋରେଟର, ନଗର ପଞ୍ଚାୟତ ଅଧ୍ୟକ୍ଷ, କାଉନସିଲର ପଦ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏ ସମ୍ପର୍କରେ ସମସ୍ତ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଛନ୍ତି। କାନପୁର ନିଗର ନିଗମ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରମିଲା ପାଣ୍ଡେ, ସମାଜବାଦୀ ପାର୍ଟି ପକ୍ଷରୁ ବନ୍ଦନା ବାଜପେୟୀ, କଂଗ୍ରେସ ପକ୍ଷରୁ ଅଶନୀ ଅୱସ୍ତି ଏବଂ ବିଏସପି ପକ୍ଷରୁ ଅର୍ଚ୍ଚନା ନିଶାଦଙ୍କ ସମେତ ମୋଟ ୧୩ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି। ଅନ୍ୟପକ୍ଷରେ ଏତେ ବଡ ମହାନଗରରେ ବହୁ ସଂଖ୍ୟକ କର୍ପୋରେଟର ପ୍ରାର୍ଥୀ ସମଗ୍ର ସହରର ରାଜନୈତିକ ତାପମାତ୍ରାକୁ ବଢାଇ ଦେଇଛନ୍ତି।

Read More
{}{}