Hindi News >>Home >>Odisha Trending

Russia Ukraine War Updates: ଋଷିଆକୁ ଲାଗିଲା ଜବରଦସ୍ତ ଝଟକା; ଟଙ୍କା ଖର୍ଚ୍ଚ ନ କରି ୟୁକ୍ରେନକୁ ଏହି ସହାୟତା ଦେଲା ଆମେରିକା

US Arms and Ammunition Supply to Ukraine: ଋଷିଆ ସହ ଚାଲିଥିବା ଯୁଦ୍ଧ ସମୟରେ ଗୋଟିଏ ଟଙ୍କା ଖର୍ଚ୍ଚ ନ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ୟୁକ୍ରେନ ସେନାକୁ ଯୋଗାଇ ଦେଇଛି ଆମେରିକା ପ୍ରଶାସନ।

Advertisement
Russia Ukraine War Updates: ଋଷିଆକୁ ଲାଗିଲା ଜବରଦସ୍ତ ଝଟକା; ଟଙ୍କା ଖର୍ଚ୍ଚ ନ କରି ୟୁକ୍ରେନକୁ ଏହି ସହାୟତା ଦେଲା ଆମେରିକା
Stop
Zee Odisha Desk|Updated: Jan 23, 2024, 07:48 PM IST

US Transfers Seized Iranian Weapons to Ukraine: ପ୍ରାୟ ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ଏକ ବଡ଼ ଖବର। ଏହି ଯୁଦ୍ଧ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ୟୁକ୍ରେନ ସପକ୍ଷରେ ଅଛନ୍ତି। ଋଷିଆ କୌଣସି ପରିସ୍ଥିତିରେ ଏହି ଯୁଦ୍ଧରେ ବିଜୟୀ ହେଉ ତାହା କେବେ ପାଶ୍ଚାତ୍ୟ ଦେଶ ଚାହୁଁନାହାଁନ୍ତି। ବର୍ତ୍ତମାନ ଆମେରିକା ଏପରି ପଦକ୍ଷେପ ନେଇଛି ଯେ ଯାହା ଦ୍ୱାରା ଋଷିଆ ସହ ଚୀନ୍ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।  ଆମେରିକା ପୁଣି ଥରେ ୟୁକ୍ରେନ ସେନାକୁ ବିପୁଳ ପରିମାଣର ଗୁଳିଗୋଳା ଯୋଗାଇ ଦେଇଥିବାର କୁହାଯାଉଛି। ହେଲେ ଏହି ଅସ୍ତ୍ରଶସ୍ତ୍ର ଆମେରିକା ସଶସ୍ତ୍ର ବଳ ଦ୍ୱାରା ବ୍ୟବହୃତ ହେଇନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆମେରିକା, ୟୁକ୍ରେନ ସେନା ଯେଉଁ ହତିଆର ଯୋଗାଇ ଦେଇଛି, ସେଥିପାଇଁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନାହିଁ। 

ଇରାନ ପାଖରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ୟୁକ୍ରେନ ସେନାକୁ ଦେଲା ଆମେରିକା 
ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ଆମେରିକା (United States of America) ଏହାର ଶତ୍ରୁ ଇରାନ (Iran) ପାଖରୁ ଜବତ ହୋଇଥିବା ହଜାର ହଜାର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ୟୁକ୍ରେନ ସେନାକୁ (US Transfers Seized Iranian Weapons to Ukraine) ହସ୍ତାନ୍ତର କରିଛି। ଏନେଇ ଆମେରିକା ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ସେନା (Armed Forces of Ukraine) ସାମ୍ନା କରୁଥିବା ଅସ୍ତ୍ରଶସ୍ତ୍ରର (Weapons for Ukrainian Army) ଅଭାବକୁ ହ୍ରାସ କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ଏହି ସାହାଯ୍ୟ ୟୁକ୍ରେନ ସେନାକୁ (Ukrainian Army) ଋଷିଆ ଦ୍ୱାରା କରାଯାଉଥିବା ଆକ୍ରମଣର (Russian invasion of Ukraine) ମୁକାବିଲା କରିବାରେ ସାହାୟକ ହେବ। ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ (US President Joe Biden) ପ୍ରଶାସନ ଦ୍ୱାରା ହୋଇଥିବା ଘୋଷଣା ସହିତ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (US Central Command) ଜବତ ହୋଇଥିବା ୧୦ ଲକ୍ଷରୁ ଅଧିକ ଇରାନ ଗୁଳିଗୋଳାକୁ ୟୁକ୍ରେନ ସେନାକୁ ହସ୍ତାନ୍ତର କରିଛି।

ଗତ ବର୍ଷ ଆରବ ସାଗରରେ ଧରା ପଡ଼ିଥିଲା ଆମେରିକା ଇରାନ ଜାହାଜ
ଆମେରିକୀୟ ପ୍ରଶାସନ (US Administration) ପକ୍ଷରୁ ଜାର ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଇରାନ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (Iran Islamic Revolutionary Guard Corps) ବିରୋଧରେ ନ୍ୟାୟ ବିଭାଗରେ ସରକାର ଏକ ଆଇନଗତ ଯୁଦ୍ଧ ଲଢିଥିଲେ। ସେହି କ୍ଷେତ୍ରରେ ବିଜୟ ପରେ ଚଳିତ ଜୁଲାଇ ୨୦ ତାରିଖରେ ଆମେରିକା ଏହି ଅସ୍ତ୍ରଶସ୍ତ୍ରର ମାଲିକାନା ହାସଲ କରିଥିଲା। ଏହା ସହିତ ଇରାନ ପାଖରୁ ୧ ଲକ୍ଷରୁ ଅଧିକ ଗୁଳି, ରକେଟ ଲଞ୍ଚର, ଗ୍ରେନେଡ, ରାଇଫଲ ଆଦି ହତିଆର ଜବତ କରାଯାଇଛି। ଏହି ଅସ୍ତ୍ରଶସ୍ତ୍ର ଆମେରିକୀୟ ନୌସେନା (Iranian Weapons Seized by US Navy) ଦ୍ୱାରା ଗତ ଡିସେମ୍ବର ୧୯ ତାରିଖରେ ଜବତ କରାଯାଇଥିଲା। ଯେତେବେଳେ ଏକ ଇରାନ ଜାହାଜ ଏହି ଅସ୍ତ୍ରଶସ୍ତ୍ର ୟେମେନ (Iranian Weapon Supply to Yemen) ଆଡ଼କୁ ନେଇ ଯାଉଥିଲା।

ମିଳିତ ଜାତିସଂଘର ପ୍ରତିବନ୍ଧକକୁ ଉଲ୍ଲଂଘନ କରି ଇରାନ ୟେମେନ ଗୃହ ଯୁଦ୍ଧରେ ମାତିଥିବା ହୁଥି ବିଦ୍ରୋହୀଙ୍କୁ (Houthi Insurgency in Yemen) ବେଆଇନ ଭାବେ ଏହି ଅସ୍ତ୍ର ହସ୍ତାନ୍ତର କରୁଥିବାର ଆମେରିକା ପ୍ରଶାସନ କହିଛି। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆମେରିକୀୟ ନୌସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ଜବତ କରିଥିଲା। ଜବତ ହୋଇଥିବା ଇରାନୀ ଅସ୍ତ୍ରଶସ୍ତ୍ର କିପରି ୟୁକ୍ରେନ ପଠାଯିବ ସେ ନେଇ ବେଶ କିଛି ଦିନ ଧରି ବିଚାର ବିମର୍ଶ କରୁଥିଲା ଆମେରିକା।   

Read More
{}{}