Hindi News >>Home >>Odisha Trending

କନ୍ୟାକୁ ୬ ହଜାର ଟଙ୍କାର ଚାଲାଣ: କ୍ଲାଇମାକ୍ସ ସହ 'ରିଲ୍' ସେୟାର କଲା ପୋଲିସ

ଶନିବାର ଦିନ ଦିଲ୍ଲୀ ପୋଲିସ ଏକ ଭିଡିଓ ସେୟାର କରି ନାଗରିକମାନଙ୍କୁ କିଛି ମୌଳିକ ଗାଡି ଚାଳନା ନିୟମ ଓ ଯଦି ସେଗୁଡିକ ପାଳନ ନକରନ୍ତି ତେବେ ଏଥିପାଇଁ ଜରିମାନା (Fine) ଦେବାକୁ ପଡିବ ବୋଲି ମନେ ପକାଇବା ପାଇଁ ଏକ ଭିଡିଓ (Video) ସେୟାର କରିଛି । ଏହି କ୍ଲିପ୍ ଇନଷ୍ଟାଗ୍ରାମରେ ଖୁବ୍ ଭାଇରାଲ ସହ ଲୋକପ୍ରିୟ ହୋଇଛି । ଏହା ଏକ ସ୍ୱଳ୍ପ ସମୟର

Advertisement
କନ୍ୟାକୁ ୬ ହଜାର ଟଙ୍କାର ଚାଲାଣ: କ୍ଲାଇମାକ୍ସ ସହ 'ରିଲ୍' ସେୟାର କଲା ପୋଲିସ
Stop
Soubhagya Ranjan Mishra|Updated: Jun 11, 2023, 11:57 PM IST

Delhi Traffic Police: ଶନିବାର ଦିନ ଦିଲ୍ଲୀ ପୋଲିସ ଏକ ଭିଡିଓ ସେୟାର କରି ନାଗରିକମାନଙ୍କୁ କିଛି ମୌଳିକ ଗାଡି ଚାଳନା ନିୟମ ଓ ଯଦି ସେଗୁଡିକ ପାଳନ ନକରନ୍ତି ତେବେ ଏଥିପାଇଁ ଜରିମାନା (Fine) ଦେବାକୁ ପଡିବ ବୋଲି ମନେ ପକାଇବା ପାଇଁ ଏକ ଭିଡିଓ (Video) ସେୟାର କରିଛି । ଏହି କ୍ଲିପ୍ ଇନଷ୍ଟାଗ୍ରାମରେ ଖୁବ୍ ଭାଇରାଲ ସହ ଲୋକପ୍ରିୟ ହୋଇଛି । ଏହା ଏକ ସ୍ୱଳ୍ପ ସମୟର ଭିଡିଓ, ଯେଉଁଥିରେ ବିନା ହେଲମେଟରେ ସ୍କୁଟର ଚଢ଼ୁଥିବା ଏକ କନ୍ୟାକୁ ଦେଖାଯାଇଛି।

ଦିଲ୍ଲୀ ପୋଲିସ କହିଛି, "ଦୟାକରି BEWAKOOFIYAN  କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ! ସୁରକ୍ଷିତ ଡ୍ରାଇଭ୍ କରନ୍ତୁ।" ଭିଡିଓର ଶେଷ ଭାଗରେ ଜୁନ୍ ୧୦ ତାରିଖରେ ଏକ ଚାଲାଣ କରାଯାଇଥିବା ଦେଖାଯାଇଛି, ଯେଉଁଥିରେ ଦୁଇଟି ନିୟମ ଉଲ୍ଲଂଘନ ପାଇଁ, ୬ ହଜାର ଜୋରିମାନା କଟିଥିବା ଦର୍ଶାଯାଇଛି: ବିନା ହେଲମେଟରେ ଗାଡି ଚଳାଇବା ୧ ହଜାର ଟଙ୍କା ଓ ବିନା ଲାଇସେନ୍ସରେ ଗାଡି ଚଳାଇବା ପାଇଁ ୫ ହଜାର ଟଙ୍କା ତଣ୍ଡ କଟା ଯାଇଛି।

"Going 'Vaari Vaari Jaaun' ଏହି ରିଲ ରାସ୍ତାରେ ଯିବାବେଳେ ଆପଣଙ୍କ ସୁରକ୍ଷାକୁ ମନେ ପକାଇବ ! ଯାହାକୁ  " ଜାତୀୟ ରାଜଧାନୀ ପୋଲିସ (ଦିଲ୍ଲୀ ପୋଲିସ) ଟୁଇଟ୍ କରିଛି। ଦୟାକରି BEWAKOOFIYAN ର କାର୍ଯ୍ୟ କରନ୍ତୁ ନାହିଁ! ସୁରକ୍ଷିତ ଡ୍ରାଇଭ୍ କରନ୍ତୁ । ପୋଲିସର କାର୍ଯ୍ୟ ଓ ଏହି ମଜାଳିଆ ପୋଷ୍ଟ କୁ ଦେଖି ଟ୍ୱିଟର ବ୍ୟବହାରକାରୀମାନେ ବେଶ୍ ପ୍ରଭାବିତ ହୋଇଛନ୍ତି। ଜଣେ ୟୁଜର କହିଛନ୍ତି, “ବହୁତ ଆବଶ୍ୟକ! ବାରମ୍ବାର ସତର୍କ କରାଇବା ସତ୍ତ୍ବେ ଯେଉଁମାନେ ଶୁଣୁନାହାନ୍ତି, ସେମାନଙ୍କୁ ଆଇପିସି ଅନୁଯାୟୀ ଦଣ୍ଡିତ କରନ୍ତୁ,। ଅନ୍ୟ ଜଣେ କହିଛନ୍ତି, “ତୁମର ମଜାଳିଆ ପୋଷ୍ଟ ବହୁତ ପସନ୍ଦ ଆସିଲା। “ଏହି କାରଣରୁ କେତେ ନିର୍ଦ୍ଦୋଷଙ୍କର ମୃତ୍ୟୁ ହେଉଛି! ଏହି ଭଳି ବ୍ୟକ୍ତିଙ୍କ ପାଇଁ କଡ଼ା ବ୍ୟବସ୍ଥା ହେବା ଆବଶ୍ୟକ! ” ଅନ୍ୟ ଜଣେ ଲେଖିଛନ୍ତି ।

ଦେଖନ୍ତୁ ଭିଡିଓ-https://twitter.com/DelhiPolice/status/1667542114199306242?ref_src=twsrc...

ସେହିଭଳି ଏକ ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଚଳିତ ବର୍ଷ ଜାନୁଆରୀରେ ଗାଜିଆବାଦ ପୋଲିସ ରିଲ କରିବା ବେଳେ ରାଜପଥରେ ଅଟକାଇ ୧୭,୦୦୦ ଟଙ୍କା ଜରିମାନା କରିଥିଲା। ଏହି ଭିଡିଓ ଇନଷ୍ଟାଗ୍ରାମରେ ୬.୫ ଲକ୍ଷରୁ ଅଧିକ ଅନୁଗାମୀ ଥିବା ବୈଷ୍ଣବ ଚୌଧୁରୀ ଖୁଟେଲଙ୍କର, ରାସ୍ତାରେ କାର ଅଟକାଇ ପୋଜ୍ ଦେଉଥିବା ବେଳେ ଅନେକ ଗାଡି ପାଖରେ ଯାଉଥିବା ଦେଖାଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ ସମେତ ଅନ୍ୟ ସହର ଗୁଡିକରେ ମଧ୍ୟ କଡାକଡି ଭାବରେ ଟ୍ରାଫିକ ପୋଷ୍ଟ ଗୁଡିକରେ ଚାଲାଣ କଟାଯାଉଛି । ନିୟମ ଉଲଙ୍ଘନକାରୀ ମୋଟା ଅଙ୍କର ଫାଇନ୍ ଦେଉଛନ୍ତି । ଏପରି କି ଟ୍ରାଫିକ୍ ପୋଷ୍ଟରେ ଟ୍ରାଫିକ ପୋଲିସ (Traffic police) ନଥିବା ସମୟରେ ମଧ୍ୟ ଲାଗିଥିବା କ୍ୟାମେରା (camera) ମାଧ୍ୟମରେ ଗାଡି ଚାଳକଙ୍କ ଉପରେ ନଜର ରଖାଯାଇଛି । ଦୃତ୍ତ ଗତୀ, ବିନା ହେଲମେଟ୍, ସହ ଗାଡିରେ ଆବଶ୍ୟକଠାରୁ ଅଧିକ ଯାତ୍ରୀ ରହିବା କାରଣରୁ ଫାଇନ୍ କଟୁଛି । ଫାଇନ୍ କଟିବାର ମେସେଜ୍ ସିଧାସଳଖ ଭାବରେ ଗାଡି ମାଲିକଙ୍କ ମୋବାଇଲ୍ ନମ୍ୱର (mobile number)କୁ ଆସୁଛି । ତେଣୁ ଆପଣଙ୍କୁ ଟ୍ରାଫିକ ନିୟମ ମାନି ସଠିକ ଭାବରେ ଗାଡି ନଚଳାଇଲେ ଆପଣଙ୍କୁ ମଧ୍ୟ ମୋଟା ଅଙ୍କର ଫାଇନ୍ ଭରିବାକୁ ପଡିପାରେ । ଏପରି କି ସହରର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତା କଡରେ ମଧ୍ୟ କ୍ୟାମେରା ଲାଗିଥିବା ଦେଖିବାକୁ ମିଳୁଛି ।

Also read- ଦୁନିଆର ସବୁଠୁ ବଡ ରୁଟି, ଭାରତର ଏହି ସହରରେ ତିଆରି ହୁଏ ୧୪୫ କିଲୋର ରୁଟି

Read More
{}{}