Hindi News >>Home >>Odisha Trending

Rpf Jawan Save man Life: ପୁଣି ମାନବିକତା ଦେଖାଇଲେ ଖାକି ବର୍ଦ୍ଦି ପିନ୍ଧା ହିରୋ, ମରଣ ମୁହଁରୁ ବଞ୍ଚାଇଲେ ଜୀବନ

Rpf Jawan Save man Life In Odia : ଖାକିକୁ(Rpf Jawan) ଶହେ ସଲାମ୍ । ପୁଣି ମାନବିକତା ଦେଖାଇଲେ ଖାକି ବର୍ଦ୍ଦି ପିନ୍ଧା ହିରୋ । ମରଣ ମୁଁହରୁ ବଞ୍ଚାଇଲେ ଜୀବନ। ଯବାନଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଘଟଣାଟି ହେଉଛି ବ୍ରହ୍ମପୁର ରେଳଷ୍ଟେସନ୍‌ର (ganjam)। ଚଳନ୍ତା ଟ୍ରେନ୍‌ରୁ ‌ଓହ୍ଲାଇବା ପାଇଁ ଆସାମ୍‌ରୁ ଆସିଥିବା ଜଣେ ଯାତ୍ରୀ ଜୟଶଙ୍କର ମୁଣ୍ଡା (୩୪) ପ୍ଲାଟଫର୍ମକୁ ଡେଇଁ ପଡ଼ିଥିଲେ।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 20, 2023, 02:10 PM IST

Rpf Jawan Save man Life In Odia : ଖାକିକୁ(Rpf Jawan) ଶହେ ସଲାମ୍ । ପୁଣି ମାନବିକତା ଦେଖାଇଲେ ଖାକି ବର୍ଦ୍ଦି ପିନ୍ଧା ହିରୋ । ମରଣ ମୁଁହରୁ ବଞ୍ଚାଇଲେ ଜୀବନ।  ଯବାନଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।  ଘଟଣାଟି ହେଉଛି ବ୍ରହ୍ମପୁର ରେଳଷ୍ଟେସନ୍‌ର (ganjam)।  ଚଳନ୍ତା ଟ୍ରେନ୍‌ରୁ ‌ଓହ୍ଲାଇବା ପାଇଁ ଆସାମ୍‌ରୁ ଆସିଥିବା ଜଣେ ଯାତ୍ରୀ ଜୟଶଙ୍କର ମୁଣ୍ଡା (୩୪) ପ୍ଲାଟଫର୍ମକୁ ଡେଇଁ ପଡ଼ିଥିଲେ। କିନ୍ତୁ ସେ ନିୟନ୍ତ୍ରଣ ହରାଇ ପ୍ଲାଟଫର୍ମରୁ ତଳକୁ ଖସି ଯାଉଥିବା ବେଳେ ସେଠାରେ ନିୟୋଜିତ ଥିବା ଆର୍‌ପିଏଫ୍ କନେଷ୍ଟବଳ ସୂର୍ଯ୍ୟକାନ୍ତ ସାହୁ ( RPF constable Suryakanta Sahoo) ତାଙ୍କୁ ଭିଡି ନେଇ ଥିଲେ।  ଫଳରେ ସେ ମରଣ ମୁହଁରୁ ବଞ୍ଚି ଯାଇଥିଲେ।  ତେବେ, ଏ ପୁରା ଘଟଣା ରେଳ ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ମରଣ ମୁହଁରୁ ଉଦ୍ଧାର ହୋଇଥିବା ଯାତ୍ରୀ ପୁରା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ଅନୁସାରେ, ଆସାମର ଯୁବକ ଜୟଶଙ୍କର ମୁଣ୍ଡା (୩୪)ନିଜ ପତ୍ନୀଙ୍କ ସହ ଜୟଶଙ୍କର ଚେନ୍ନାଇ ବୁଲିବାକୁ ବାହାରିଥିଲେ। ତେବେ ପ୍ରଥମେ ଏକ ଜେନେରାଲ୍‌ ଟିକେଟ୍ କରି ସେଦୁହେଁ ବ୍ରହ୍ମପୁର ଆସିଥିଲେ। ଏଠାରୁ ଅନ୍ୟ ଏକ ଟ୍ରେନ୍‌ରେ ଚେନ୍ନାଇ ଯିବା ପାଇଁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଭୁଲବଶତଃ ଦିନ ସାଢ଼େ୧୨ଟାରେ ୧ନଂ ପ୍ଲାଟ୍‌ଫର୍ମରେ ଲାଗିଥିବା ଆଉ ଏକ ଟ୍ରେନ୍‌(ନଂ ୧୨୮୪୦)ରେ ଚଢ଼ିଯାଇଥିଲେ। ଏହା ଜାଣିବା ବେଳକୁ ଟ୍ରେନ୍‌ଟି ଛାଡ଼ି ଦେଇଥିଲା। ତେଣୁ ସେଥିରୁ ଓହ୍ଲାଇବା ପାଇଁ ଚେଷ୍ଟା କଲାବେଳେ ଖସି ପଡ଼ିଥିଲେ। ତେବେ ଆର୍‌ପିଏଫ୍ କନେଷ୍ଟବଳ ସୂର୍ଯ୍ୟକାନ୍ତଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ।

Also Read : Indian Railways: ପୁଣି ୫୦୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କଲା ରେଳବାଇ, ଜାଣନ୍ତୁ ତାଲିକାରେ ରହିଛି ଓଡ଼ିଶାର କେତୋଟି ଟ୍ରେନ?

Also Read : Viral News: ଯୁବକଙ୍କ ଅଜବ କାରନାମା, ବାହା ନ ହେବା ପାଇଁ ନିଜକୁ ହସପିଟାଲରେ କରାଇଲେ ଆଡମିଟ୍

ନିକଟରେ ଏଭଳି ଏକ ସମାନ ଘଟଣା  ମୁମ୍ବାଇର ମାନଖୁର୍ଦ ରେଳ ଷ୍ଟେସନରେ ମଧ୍ୟ ହୋଇଥିଲା। ଚଳନ୍ତା ଟ୍ରେନରୁ  ମହିଳା ଓ ତାଙ୍କ ପିଲା ଖସିପଡିଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ଦେବଦୂତ ସାଜିଥିଲେ ଆରପିଏଫ ଯବାନ । ଏହି ଘଟଣାର ଭିଡିଓ ଖୁବ୍ ଜୋରେ ଭାଇରାଲ ହୋଇଥିଲା।  ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା ଯେ,ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଯେତେବେଳେ ମହିଳା ଜଣକ ନିଜ ପିଲାଙ୍କ ସହ ଟ୍ରେନରେ ଚଢ଼ୁଛନ୍ତି, ସେତେବେଳେ ଲୋକଙ୍କ ଭିଡ ଭିତରେ ପଶି ଯାଇଥିଲେ।  ଆଉ ଏହି ସମୟରେ ନିଜ ଉପରେ ଭାରସାମ୍ୟ ରକ୍ଷା କରି ନପାରି, ମହିଳା ଏବଂ ତାଙ୍କ ପିଲା ଚଳନ୍ତା ଟ୍ରେନରୁ ଖସିପଡିଥିଲେ। ଏହି ସମୟରେ, ଦୁଇଜଣ ଆରପିଏଫ୍ ଯବାନ ପ୍ରଥମେ ଶିଶୁକୁ ଏବଂ ପରେ ମହିଳାଙ୍କୁ ବଞ୍ଚାଇ ଦେଇଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ଆରପିଏଫର ଦୁଇଜଣ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ।  ଦୁଇ ଜଣ ଆରପିଏଫ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ  ମଧ୍ୟ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଥିଲା।

Also Read : Health Tips: ବଜାୟ ରହିବ ଯୁବାବସ୍ଥା, ତ୍ବଚାରେ ଚମକ ଆଣେ ଏହି ସବୁ ଫଳ ଓ ପନିପରିବା ଜୁସ୍

Also Read :  Urfi Javed: ଥମିନି ବିବାଦ, ପୁଣି ଟାନ୍ସପରେଣ୍ଟ ବିକିନିରେ ନଜର ଆସିଲେ ଉର୍ଫି

Read More
{}{}