Hindi News >>Home >>Odisha Trending

Rojgar Mela: ମୋଦି ସରକାରଙ୍କ ରୋଜଗାର ମେଳା ଯୋଜନା, ଆଜି ଆପୋଏଣ୍ଟମେଣ୍ଟ ଲେଟର ପାଇବେ ୫୦ ହଜାର..

Rojgar Mela 2023: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି କେନ୍ଦ୍ର ସରକାରଙ୍କ(Central Govt) ଲୋକହୀତକାରୀ ଯୋଜନା ରୋଜଗାର ମେଳା(Rojgar Mela) ଅଭିଯାନ। ଦେଶର କୋଣ ଅନୁକୋଣରେ ଶିକ୍ଷୀତ ଯୁବପିଢ଼ୀଙ୍କୁ ରୋଜଗାର ଦେବା ଲକ୍ଷ ନେଇ ଏହି ଅଭିଯାନ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi)।

Advertisement
Rojgar Mela: ମୋଦି ସରକାରଙ୍କ ରୋଜଗାର ମେଳା ଯୋଜନା, ଆଜି ଆପୋଏଣ୍ଟମେଣ୍ଟ ଲେଟର ପାଇବେ ୫୦ ହଜାର..
Stop
Priyambada Rana|Updated: Aug 28, 2023, 11:27 AM IST

Rojgar Mela 2023: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି କେନ୍ଦ୍ର ସରକାରଙ୍କ(Central Govt) ଲୋକହୀତକାରୀ ଯୋଜନା ରୋଜଗାର ମେଳା(Rojgar Mela) ଅଭିଯାନ। ଦେଶର କୋଣ ଅନୁକୋଣରେ ଶିକ୍ଷୀତ ଯୁବପିଢ଼ୀଙ୍କୁ ରୋଜଗାର ଦେବା ଲକ୍ଷ ନେଇ ଏହି ଅଭିଯାନ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi)। ଏବେ ୧୦ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ଏହି ଅଭିଯାନ ଚାଲିଥିବା ବେଳେ କରି ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଏକ ସୂଚନା ପ୍ରଦାନ କରାଯାଇଛି । ଦେଶର ମୋଟ ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ରୋଜଗାର ମେଳାରେ CRPF, BSF, SSB, ଆସାମ ରାଇଫଲ୍ସ, ସମେତ CISF, ITBP ଏବଂ NCB ସହ ଦିଲ୍ଲୀ ପୋଲିସରେ ମଧ୍ୟ ନିଯୁକ୍ତି ପାଇବାର ସୁଯୋଗ ପାଇବେ ଯୁବକ-ଯୁବତୀ।

ଦେଶର ବିଭିନ୍ନ ସ୍ଥାନରୁ ନୂତନ ଭାବେ ମନୋନୀତ କର୍ମଚାରୀମାନେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା କନଷ୍ଟେବଳ (General Duty), ସବ୍-ଇନ୍ସପେକ୍ଟର ଏବଂ ଅଣ-ଜେନେରାଲ୍ ଡ୍ୟୁଟି କ୍ୟାଡର ପଦବୀରେ ଯୋଗଦେବେ। ପିଏମ ଅଫିସ୍ ତରଫରୁ କୁହାଯାଇଛି ଯେ ସିଏପିଏଫ(CAPF) ସହିତ ଦିଲ୍ଲୀ ପୋଲିସକୁ ମଜବୁତ କରିବା ଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ମୁକାବିଲା, ବିଦ୍ରୋହର ମୁକାବିଲା, ବାମପନ୍ଥୀ ଉଗ୍ରବାଦ ଇତ୍ୟାଦିକୁ ମୁକାବିଲା କରିବା ଏବଂ ଦେଶର ସୀମାକୁ ସୁରକ୍ଷୀତ ରଖିବାରେ ଏହା ସାହାଯ୍ୟ କରିବ।

ସୂଚନା ଅନୁସାରେ ଅଗଷ୍ଟ ୨୮ ଅର୍ଥାତ ଆଜିର ଦିନରେ ଏଥିପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ଜୁଲାଇ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୦ ହଜାରରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିଥିଲେ । ସୀମା ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଏହି ଅବସରରେ ନୂଆ ନିଯୁକ୍ତି ପାଇଥିବା ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ।

Also Read; Sawan Last Monday: ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି

Read More
{}{}