Hindi News >>Home >>Odisha Trending

Robot kill worker in south korea: କର୍ମଚାରୀଙ୍କୁ ଲଙ୍କା ପେଟି ଭାବି ମାରିଦେଲା ରୋବଟ୍ !

  ଆଗାମୀ ଦିନରେ ମାନବ ସ୍ଥାନରେ ରୋବଟ୍ କାମ କରିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଏହାକୁ ନେଇ ଆଶଙ୍କା ମଧ୍ୟ ବ୍ୟକ୍ତ କରାଯାଉଛି । ମେସିନ୍ ଦିନେ ମାନବ ବିରୋଧରେ ବିଦ୍ରୋହ କରିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଏମିତରେ ଦକ୍ଷିଣ କୋରିଆରେ ଏଭଳି ଗୋଟିଏ ଖବର ଆସିଛି ଯାହ

Advertisement
SOCIAL MEDIA
Stop
Zee Odisha Desk|Updated: Nov 09, 2023, 05:10 PM IST

Robot kill worker in south korea: 

ଆଗାମୀ ଦିନରେ ମାନବ ସ୍ଥାନରେ ରୋବଟ୍ କାମ କରିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଏହାକୁ ନେଇ ଆଶଙ୍କା ମଧ୍ୟ ବ୍ୟକ୍ତ କରାଯାଉଛି । ମେସିନ୍ ଦିନେ ମାନବ ବିରୋଧରେ ବିଦ୍ରୋହ କରିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଏମିତରେ ଦକ୍ଷିଣ କୋରିଆରେ ଏଭଳି ଗୋଟିଏ ଖବର ଆସିଛି ଯାହା ଡରାଇବା ଭଳି । ଖବର ଅନୁସାରେ ଗୋଟିଏ କାରଖାନାରେ ରୋବଟର ସେନସର ଅଚଳ ହୋଇଯିବାରୁ ଏହା ମଣିଷ ଓ ପ୍ୟାକେଟ୍ ଭିତରେ ଫରକ ବାରି ନପାରି ଜଣେ କର୍ମଚାରୀଙ୍କୁ ମାରି ଦେଇଛି ।

 

 ଏହି ଘଟଣା ଦକ୍ଷିଣ କୋରିଆର ଦକ୍ଷିଣ ଜିଆଙ୍ଗସଙ୍ଗ ପ୍ରଦେଶରେ ଘଟିଛି । ଏକ କୃଷି ଉତ୍ପାଦନ ବଣ୍ଟନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ରୋବଟ ଆକ୍ରାଣର  ଶିକାର ହୋଇଛନ୍ତି । ରିପୋର୍ଟ ଅନୁସାରେ  ରୋବଟ୍ କାରଖାନାରେ ଲଙ୍କା ଭର୍ତ୍ତି ବାକ୍ସଗୁଡ଼ିକୁ ଘୁଞ୍ଚାଉଥିଲ ।ଏହି ସମୟରେ ଜଣେ ୪୦ ବର୍ଷୀୟ କର୍ମଚାରୀ ସେଠାରେ ସୁପରଭାଇଜର ଭାବେ ଉପସ୍ଥିତ ଥିଲେ । ତେବେ ଏକ ସେନ୍ସରରେ ତ୍ରୁଟି ହେତୁ ରୋବଟ୍ 40 ବର୍ଷିୟ ଶ୍ରମିକଙ୍କୁ ଲଙ୍କା ବକ୍ସ ବୋଲି ଭାବିନେଇଥିଲା । ବାକ୍ସ ଉଠାଇବା ବଦଳେ ଏହା ସେହି କର୍ମଚାରୀଙ୍କୁ ଜୋରରେ ଧରି ଉଠାଇଥିଲେ । ରୋବଟର ଚାପରେ କର୍ମଚାରୀଙ୍କ ମୁହଁ ଓ ଛାତିରେ ଆଘାତ ଲାଗିଥିଲା । ପରେ ସେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

 

 

ବାକ୍ସ ଏବଂ ମଣିଷ ମଧ୍ୟରେ ପାର୍ଥକ୍ୟ କରିପାରିଲା ନାହିଁ ରୋବଟ୍

ଏପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଦକ୍ଷିଣ ଜିଆଙ୍ଗସଙ୍ଗ ପ୍ରଦେଶରେ ଅବସ୍ଥିତ ଚିଲି ସର୍ଟିଂ ପ୍ଲାଣ୍ଟରେ ସ୍ଥାପିତ ଏହି ରୋବଟ୍ର ସେନ୍ସରରେ ତ୍ରୁଟି ରହିଥିଲା। ରୋବଟ୍ର ସେନ୍ସରରେ ତ୍ରୁଟି ହେତୁ ଏହା ମଣିଷ ଏବଂ ବାକ୍ସ ମଧ୍ୟରେ ପାର୍ଥକ୍ୟ କରିବାରେ ଅକ୍ଷମ ହୋଇଥିଲା । ଦୁର୍ଘଟଣା ପରେ  କାରଖାନାର ମାଲିକ ସଠିକ ଏବଂ ନିରାପଦ ବ୍ୟବସ୍ଥା ସ୍ଥାପନ ବାବଦରେ କହିଛନ୍ତି ।

 

ଚଳିତ ବର୍ଷ ମାର୍ଚ୍ଚରେ ଦକ୍ଷିଣ କୋରିଆରେ ଏକ ଅଟୋମୋବାଇଲ୍ ପାର୍ଟସ୍ କାରଖାନାରେ କାମ କରୁଥିବା ସମୟରେ ଜଣେ 50 ବର୍ଷ ବୟସ୍କ ବ୍ୟକ୍ତି ରୋବଟ୍ ଦ୍ୱାରା ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ। କିନ୍ତୁ ଏଥର ରୋବଟ କର୍ମଚାରୀଙ୍କ ଜୀବନ ନେଇଛି। ଜୁଲାଇରେ,ଋଷରେ ଏକ ଚେସ୍ ମ୍ୟାଚ୍ ସମୟରେ ଚେସ୍ ଖେଳୁଥିବା ଆଣ୍ଡ୍ରଏଡ୍ ଏକ ଶିଶୁର ଆଙ୍ଗୁଠି ଭାଙ୍ଗି ଦେଇଥିଲା ।୭ ବର୍ଷର ବାଳକର ବେଗ ଦ୍ୱାରା ଭ୍ରମିତ ହୋଇ ରୋବଟ୍ ତାଙ୍କ ଆଙ୍ଗୁଠି ଧରି ତଳେ ପକାଇ ଦେଇଥିଲା  ବିଶେଷଜ୍ଞମାନଙ୍କ ଅନୁସାରେ ରୋବଟ ଅନୁସାରେ ଅନେକ ସମୟରେ ମଣିଷକୁ କ୍ଷତି ପହଞ୍ଚାଇଥାଏ କାରଣ ବେଳେବେଳେ ରୋବଟର ସେନ୍ସରଗୁଡ଼ିକ ତା’ର ଚାରିପାଖରେ ଘଟୁଥିବା ଘଟଣାଗୁଡ଼ିକୁ ଠିକରେ ବୁଝି ପାରି

Read More
{}{}