Hindi News >>Home >>Odisha Trending

World Economic Forum 2024: କ୍ରିପ୍ଟୋ ନିବେଶକଙ୍କୁ ସତର୍କବାଣୀ; ଭାରତରେ ଭବିଷ୍ୟତ ବହୁତ ଖରାପ

World Economic Forum Davos 2024: ଡାଭୋସ୍‍ ସହରରେ ଆୟୋଜିତ ବିଶ୍ୱ ଅର୍ଥନୀତି ସମ୍ମିଳନୀରେ ଯୋଗ ଦେବା ଅବସରରେ କ୍ରିପ୍ଟୋ ନିବେଶକଙ୍କୁ ସତର୍କବାଣୀ ଶୁଣାଇ ଦେଇଛନ୍ତି ଆରବିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

Advertisement
World Economic Forum 2024: କ୍ରିପ୍ଟୋ ନିବେଶକଙ୍କୁ ସତର୍କବାଣୀ; ଭାରତରେ ଭବିଷ୍ୟତ ବହୁତ ଖରାପ
Stop
Updated: Jan 17, 2024, 11:47 PM IST

RBI Governor Shaktikanta Das: ବିଗତ କିଛିଦିନ ହେଲା କ୍ରିପ୍ଟୋ ନିବେଶକଙ୍କୁ ମିଳୁଥିବା ଅହେତୁକ ଫାଇଦା କୌଣସି ନୂଆ ସମ୍ଭାବନା ନୁହେଁ। ହେଲେ ଏହାର ଭବିଷ୍ୟତ ବହୁତ ଖରାପ ବୋଲି ସତର୍କବାଣୀ ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହା ଆଗକୁ ଆର୍ଥିକ ଅସ୍ଥିରତା ସୃଷ୍ଟି କରିବା ସାଙ୍ଗକୁ ବେଆଇନ ଅର୍ଥ କାରବାର, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ସହାୟକ ହେବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର। ସ୍ୱୀଜରଲ୍ୟାଣ୍ଡ ଡାଭୋସ୍‍ ସହରରେ ଆୟୋଜିତ ବିଶ୍ୱ ଅର୍ଥନୀତି ସମ୍ମିଳନୀରେ ଯୋଗ ଦେବା ଅବସରରେ ଏକଥା କହିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଭର୍ଣ୍ଣର। 

ଏନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କିଛି ଲୋକ କ୍ରିପ୍ଟୋ ନିବେଶକୁ ନୂଆ ସୁଯୋଗ ବୋଲି ଗ୍ରହଣ କରୁଛନ୍ତି। ହେଲେ ସେମାନେ ଭୁଲିଯାଉଛନ୍ତି ଯେ କିଛି ବର୍ଷ ପୂର୍ବେ ଏହି ବ୍ୟବସ୍ଥା ଭୁଷୁଡ଼ି ଯାଇଥିଲା। ଭାରତ ଏହାକୁ ଭଲ ଭାବେ ବୁଝିପାରିଛି। ନିଜ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଲାଗି ଅନେକ ପଦକ୍ଷେପ ନିଆଯାଉଛି। ଗତ ମାସରେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୀତିକ ଗୁଇନ୍ଦା ସଂସ୍ଥା ୯ କ୍ରିପ୍ଟୋ ଏକ୍ସଚେଞ୍ଜ ଉଦ୍ଦେଶ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। 
ଏହା ସହିତ ଏମାନଙ୍କ ୟୁଆରଏଲ୍ ଲିଙ୍କ ଭାରତରେ ବନ୍ଦ କରିବା ଲାଗି ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟକୁ ଚିଠି ଲେଖିଛି। ଭାରତ ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳତା କାରଣରୁ ଏପରି ପଦକ୍ଷେପ ନିଆଯାଇଛି। ଯେଉଁଥିରେ ବାଇନାନ୍ସ ଭଳି କ୍ରିପ୍ଟୋ ସଂସ୍ଥା ମଧ୍ୟ ସାମିଲ୍‍ ରହିଛି। 

ଭାରତରେ ଯେଉଁ ମୁଦ୍ରାସ୍ଫୀତୀ ଦେଖାଦେଇଛି ତାହାକୁ ସ୍ୱୀକାର କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଭର୍ଣ୍ଣର। ଏନେଇ ସେ କହିଛନ୍ତି ଏହାର ଅନେକ କାରଣ ରହିଛି। ବିଶ୍ୱସ୍ତରରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେଉଥିବାରୁ ଖାଦ୍ୟ ମୁଦ୍ରାସ୍ଫୀତୀ ବୃଦ୍ଧି ପାଇଛି। ପାଣିପାଗରେ ବ୍ୟାପକ ଅନିୟମିତତା ହେତୁ ଖାଦ୍ୟ ଉତ୍ପାଦନ ହ୍ରାସ ପାଇଛି। ଯେଉଁଥିପାଇଁ ଖାଦ୍ୟ ମୁଦ୍ରାସ୍ଫୀତୀ ବଢୁଛି। ଏହାକୁ ଆୟତ୍ତ କରିବା ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ସତର୍କ ଦୃଷ୍ଟି ରଖିଛି ବୋଲି କହିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

Read More
{}{}