Hindi News >>Home >>Odisha Trending

Jharkhand: ସାର, ମୂଷା ଖାଇଗଲେ ୧୦ କିଲୋ ଭାଙ୍ଗ ଓ ୯ କେଜି ଗଞ୍ଜେଇ, କୋର୍ଟରେ କହିଲା ପୋଲିସ; ବିଚାରପତି ଆଶ୍ଚର୍ଯ୍ୟ

Rats ate cannabis: ଦଣ୍ଡାଦେଶ ପୂର୍ବରୁ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର ହୋଇଥିବା ନିଶା ସାମଗ୍ରୀକୁ କୋର୍ଟରେ ଉପସ୍ଥାପନ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ।କୋର୍ଟଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତକାରୀ ଅଧିକାରୀ ଯେତେବେଳେ କୋର୍ଟରେ ପହଞ୍ଚିଥିଲେ ସେତେବେଳେ ତାଙ୍କ ନିକଟରେ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ଗଞ୍ଜେଇ ଓ ଭାଙ୍ଗ ନଥିଲା।  

Advertisement
Rats ate cannabis
Stop
Zee Odisha Desk|Updated: Apr 07, 2024, 08:54 PM IST

Rats ate cannabis: ଝାଡ଼ଖଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ, ମୂଷାମାନେ ପୋଲିସ ଷ୍ଟେସନର ଷ୍ଟୋରରୁମରେ ରଖାଯାଇଥିବା ୧୦ କିଲୋଗ୍ରାମ ଭାଙ୍ଗ ଓ ୯ କିଲୋଗ୍ରାମ ଗଞ୍ଜେଇ ଖାଇଯାଇଛନ୍ତି। ଏହା ଆମେ କହୁନାହୁଁ। ପୋଲିସ ଏହି ସୂଚନାକୁ ୬ ଏପ୍ରିଲରେ କୋର୍ଟରେ ଦେଇଛି। ପୋଲିସର ଏହି ବୟାନ ଶୁଣିବା ପରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କହିରଖୁଛୁ ଯେ ପୋଲିସ ଯେଉଁ ନିଶା ଦ୍ରବ୍ୟକୁ ରଖିବା ଅଭିଯୋଗରେ ବାପା ଓ ପୁଅକୁ ଗିରଫ କରିଥିଲା, ତାହା କୋର୍ଟରେ ଉପସ୍ଥାପନ କରି ପାରି ନଥିଲା।

ଖବର ଅନୁଯାୟୀ, ଏହି ମାମଲା ଧନବାଦର ରାଜଗଞ୍ଜ ପୋଲିସ ଷ୍ଟେସନର ଅଟେ। ପୋଲିସର ରେକର୍ଡ ଅନୁଯାୟୀ, ୧୪ ଡିସେମ୍ବର ୨୦୧୮ ରେ ନିଶା ବିକ୍ରି ବିଷୟରେ ଗୁପ୍ତ ସୂଚନା ମିଳିଥିଲା। ସୂଚନାକୁ ଭିତ୍ତି କରି ପୋଲିସ୍ ତରଫରୁ ଚଢ଼ାଉ କରାଯାଇଥିଲା ଓ ଶମ୍ଭୁ ପ୍ରସାଦ ଅଗ୍ରୱାଲ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଇଥିଲା। ତଦନ୍ତ ବେଳେ ପୋଲିସ ସେମାନଙ୍କଠାରୁ ୧୦ କିଲୋଗ୍ରାମ ଭାଙ୍ଗ ଓ ୯ କେଜି ଗଞ୍ଜା ଜବତ କରିଥିଲା।

ଏହି ମାମଲା କୋର୍ଟରେ ପହଞ୍ଚିଥିଲା, ସେହି ଦିନଠାରୁ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଅନେକ ତାରିଖରେ ଶୁଣାଣି ପରେ, ଏପ୍ରିଲ ୬ ରେ, ଦଣ୍ଡାଦେଶ ପୂର୍ବରୁ ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର ହୋଇଥିବା ନିଶା ସାମଗ୍ରୀକୁ କୋର୍ଟରେ ଉପସ୍ଥାପନ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତକାରୀ ଅଧିକାରୀ ଜୟପ୍ରକାଶ ପ୍ରସାଦ କୋର୍ଟରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ନିକଟରେ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ଗଞ୍ଜେଇ ଓ ଭାଙ୍ଗ ନଥିଲା।

ଯେତେବେଳେ କୋର୍ଟ ଏହାର କାରଣ ପଚାରିଥିଲେ, ପୋଲିସ୍ ଏକ ଅଦ୍ଭୁତ ଉତ୍ତର ଦେଇଥିଲା, ଯେଉଁଥିରେ ପୂରା କୋର୍ଟ ରୁମ୍ ହସିବାକୁ ଲାଗିଥିଲା। ପୋଲିସ୍ କହିଛି ଯେ ପୋଲିସ୍ ଷ୍ଟେସନର ଷ୍ଟୋରରୁମରେ ରଖାଯାଇଥିବା ସମସ୍ତ ନିଶାଦ୍ରବ୍ୟ ମୂଷା ଦ୍ୱାରା ନଷ୍ଟ ହୋଇଯାଇଛି ଓ ସେମାନେ ଏହାକୁ ଖାଇ ଯାଇଥିଲେ। ବର୍ତ୍ତମାନ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି।

Read More
{}{}