Hindi News >>Home >>Odisha Trending

Ration Card: ସରକାର ଦେଲେ ବଡ଼ ଝଟକା, ୧୦ ଲକ୍ଷ ରାସନ କାର୍ଡ ହେବ ବାତିଲ! ତିଆରି ହୋଇସାରିଛି ପୂରା ଲିଷ୍ଟ୍

Ration Card New Rules​: କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ରାସନ କାର୍ଡ ବାତିଲ ହେବ । ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ଦେଶର ଲକ୍ଷ ଲକ୍ଷ ଲୋକ ମାଗଣା ରାସନର ସୁବିଧା ପାଇବେ ନାହିଁ । କେନ୍ଦ୍ର ସରକାର ସୂଚନା ପ୍ରଦାନ କରି କହିଛନ୍ତି ଯେ, ଦେଶର ପ୍ରାୟ ୧୦ ଲକ୍ଷ ଲୋକ ଜାଲିଆତି କରି ମାଗଣା ରାସନ ଯୋଜନାର ଲାଭ ନେଉଛନ୍ତି ।

Advertisement
Ration Card: ସରକାର ଦେଲେ ବଡ଼ ଝଟକା, ୧୦ ଲକ୍ଷ ରାସନ କାର୍ଡ ହେବ ବାତିଲ! ତିଆରି ହୋଇସାରିଛି ପୂରା ଲିଷ୍ଟ୍
Stop
Zee Odisha Desk|Updated: Nov 21, 2022, 01:12 PM IST

Ration Card: ମାଗଣା ରାସନ (Free Ration) ଯୋଜନାର ଲାଭ ଉଠାଉଥିବା ରାସନ କାର୍ଡଧାରୀ (Ration Card Holder) ଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଖବରରୁ ରାସନ କାର୍ଡଧାରୀମାନଙ୍କୁ ଏକ ବଡ଼ ଝଟକା ଲାଗିପାରେ । ଖୁବ୍ ଶୀଘ୍ର ବହୁ ସଂଖ୍ୟକ ରାସନ କାର୍ଡ (Ration Card) ବାତିଲ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ରାସନ କାର୍ଡ ବାତିଲ ହେବ । ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ଦେଶର ଲକ୍ଷ ଲକ୍ଷ ଲୋକ ମାଗଣା ରାସନର ସୁବିଧା ପାଇବେ ନାହିଁ । କେନ୍ଦ୍ର ସରକାର (Central Government) ସୂଚନା ପ୍ରଦାନ କରି କହିଛନ୍ତି ଯେ, ଦେଶର ପ୍ରାୟ ୧୦ ଲକ୍ଷ ଲୋକ ଜାଲିଆତି କରି ମାଗଣା ରାସନ ଯୋଜନାର ଲାଭ ନେଉଛନ୍ତି ।

ସରକାର କହିଛନ୍ତି ଯେ, ଏପରି ରାସନ ନେଉଥିବା ଲୋକଙ୍କ ତାଲିକା ମଧ୍ୟ ବିଭାଗ ପ୍ରସ୍ତୁତ କରିଛି । ବର୍ତ୍ତମାନ ଏହି ସମସ୍ତ ଲୋକଙ୍କ ରାସନ କାର୍ଡ ବାତିଲ ହୋଇଯିବ । ଆପଣଙ୍କୁ କହିରଖୁଛୁ ଯେ, ଏହା ଅଧୀନରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ରାସନ କାର୍ଡ ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ, ଯଦି କୌଣସି କାର୍ଡଧାରୀଙ୍କର ନିଜ ଆୟରୁ ଅର୍ଜିତ ୧୦୦ ବର୍ଗ ମିଟରର ଏକ ପ୍ଲଟ୍/ ଫ୍ଲାଟ କିମ୍ବା ଘର ଅଛି, ଚାରି ଚକିଆ ଯାନ/ ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଓ ସହରରେ ବାର୍ଷିକ ତିନି ଲକ୍ଷରୁ ଅଧିକ ପାରିବାରିକ ଆୟ ଅଛି । ଏହିପରି ଲୋକମାନଙ୍କ ରାସନ କାର୍ଡକୁ ବାତିଲ କରାଯିବ । ସରକାରଙ୍କ ନିୟମ ଅନୁଯାୟୀ ଅଯୋଗ୍ୟ ଲୋକଙ୍କ ସମ୍ପୂର୍ଣ୍ଣ ତାଲିକା ଡିଲରଙ୍କ ନିକଟକୁ ପଠାଯିବ, ଯାହା ଦ୍ୱାରା ମଧ୍ୟ ଡିଲର ଏହି ଲୋକଙ୍କୁ ରାସନ ଦେବେ ନାହିଁ । କେବଳ ଏତିକି ନୁହେଁ ଡିଲରମାନେ ଏଭଳି ଲୋକଙ୍କ ନାମ ଚିହ୍ନଟ କରିବେ ଓ ସେମାନଙ୍କର ରିପୋର୍ଟ ଜିଲ୍ଲା ମୁଖ୍ୟାଳୟକୁ ପଠାଇବେ । ଯାହା ପରେ ଏହି ଲୋକଙ୍କ ରାସନ କାର୍ଡ ବାତିଲ ହେବ ।

ଅଧିକ ପଢ଼ନ୍ତୁ:-ଏକଦମ୍ NPA ହୋଇଯାଇଛନ୍ତି... ଋଷଭ ପନ୍ତ ଓପେନିଂରେ ଫ୍ଲପ୍ ହେବା ପରେ କ୍ଲାସ୍ ଲଗାଇଲେ ଫ୍ୟାନ୍ସ

ଅଧିକ ପଢ଼ନ୍ତୁ:-ତୃତୀୟ ଟି-20 ପୂର୍ବରୁ ଦଳକୁ ବଡ଼ ଝଟକା, ଅଧିନାୟକ ହିଁ ହେଲେ ମ୍ୟାଚରୁ ବାହାର

ଅଧିକ ପଢ଼ନ୍ତୁ:-ମ୍ୟାଚ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖୁସିରେ ଗଦଗଦ, ଏହି ଖେଳାଳୀଙ୍କୁ କହିଲେ ଦଳର ହିରୋ

ସେହିପରି ଯଦି ଜଣେ ରାସନ କାର୍ଡଧାରୀ ଛଅ ମାସ ଧରି ରାସନ ଗ୍ରହଣ କରିନାହାଁନ୍ତି, ତେବେ ନିୟମ ଅନୁଯାୟୀ ଏହା ପ୍ରମାଣିତ ହୋଇଛି ଯେ ଶସ୍ତା ଦରରେ ଉପଲବ୍ଧ ଖାଦ୍ୟଶସ୍ୟର ଆବଶ୍ୟକତା ନାହିଁ କିମ୍ବା ଅନ୍ୟଥା ସେ ରାସନ ନେବାକୁ ଯୋଗ୍ୟ ନୁହଁନ୍ତି । ଏଭଳି ପରିସ୍ଥିତିରେ ଯିଏ ୬ ମାସ ଧରି ରାସନ ଗ୍ରହଣ କରି ନାହାଁନ୍ତି, ତାହାକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ରାସନ କାର୍ଡ ରଦ୍ଦ କରିହେବ । 

Read More
{}{}