Hindi News >>Home >>Odisha Trending

Ratha Yatra 2022 ନଅ ଥର ହରିବୋଲ ହେଲେ,ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ଆସନ୍ତା ଜୁଲାଇ ୧ରେ ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। କାଳିଆ ସାଆନ୍ତେ ବଡଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ନିଜ ଜନ୍ମବେଦିକୁ ବିଜେ କରିବେ। ଏଥି ଲାଗି ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଯାନ। ଯାହାକୁ ବୈଦିକ ଭାଷାରେ ରଥ ବୋଲି କୁହାଯାଉଛି। ହେଲେ ଶୁଣି ଆଶ୍ହର୍ଯ୍ଯ ହେବେ ତିନୋଟି ଯାକ ରଥର ନିର୍ମାଣ ଶୈଳି ଏକା ପ୍ରକାର ହୋଇଥିଵା ବେଳେ ଏହି ବିଶାଳ ରଥ ହରିବୋଲରେ ଆରମ୍ଭ ହୋଇ ହରିବୋଲରେ ହିଁ ଶେଷ ହୋଇଥାଏ। ,  

Advertisement
Ratha Yatra 2022 ନଅ ଥର ହରିବୋଲ ହେଲେ,ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ
Stop
Sanjaya Kumar Mohapatra|Updated: Jun 18, 2022, 09:45 PM IST

       ମହାପ୍ରଭୁ କାଳିଆ ସାଆନ୍ତଙ୍କ ଲିଳା ଖେଳା ସବୁବେଳେ ସମାଜକୁ ପ୍ରଦାନ କରିଥାଏ ଏକ ସ୍ୱତନ୍ତ୍ର ବାର୍ତ୍ତା।  ତାହା ହେଉଛି ଉତ୍କଳୀୟ ସଂସ୍କୃତି ଓ ପରମ୍ପରା। ଠାକୁର ହେଉଛନ୍ତି ବଡ ଠାକୁର, ଦାଣ୍ଡ ହେଉଛି ବଡଦାଣ୍ଡ, ପଣ୍ଡା ହେଉଛନ୍ତି ବଡପଣ୍ଡା, ଦେଉଳ ବଡଦେଉଳ, ଭୋଗ ମଧ୍ୟ ବଡ ଭୋଗ। ଆପଣ ବିଚାର କରନ୍ତୁ ଏସବୁକୁ ଲକ୍ଷ୍ୟ କଲେ ମହାପ୍ରଭୁଙ୍କ ଏହି ବିଶାଳ ଯାନକୁ କ'ଣ କୁହାଯିବ। ଜାଣି ଆଶ୍ଚର୍ଯ୍ୟ ହେବେ ରଥରେ ମୋଟ ୮୬୫ ଖଣ୍ଡ କାଠ ଲାଗୁଥିବା ବେଳେ ଏହାର ଆନୁମାନିକ ମୁଲ୍ଯ ପାଖାପାଖି ଏକ କୋଟି ଟଙ୍କା ହେବ। ଆଉ ନିର୍ମାଣ ଓ ରଥଯାତ୍ରାର ହିସାବ ଦେଖିଲେ ଯେକେହି ବି ତାଟକା ହୋଇଯିବେ। ସବୁଠୁଁ ଆଶ୍ଚର୍ଯ୍ୟର କଥା ହେଉଛି ମାତ୍ର ନଅଟି ହରିବୋଲରେ ରଥଖଳାରେ ଠିଆ ହୋଇଯାଏ ତିନୋଟି ବିଶାଳ ରଥ। ଆଉ ପ୍ରତି ପର୍ଯ୍ଯାୟ ସଂମ୍ପୁର୍ଣ୍ଣ ହେବାପରେ ରହିଛି ହରିବୋଲ ପକାଇବାର ଶହଶହ ବର୍ଷର ପରମ୍ପରା। କେବଳ ଭୋଇସେବକ ମାନେ ହରିବୋଲ ପକାଇବାର ପରମ୍ପରା ରହିଛି ବୋଲି କହିଛନ୍ତି ଭୋଇ ସର୍ଦ୍ଦାର। ତେବେ ଆସନ୍ତୁ ଦେଖିବା ନଅଟି ହରିବୋଲ କେଉଁ ସମୟରେ ପଡେ,,,,

ପ୍ରଥମ ହରିବୋଲ ଚକଡେରା ନିତି ସରିବା ପରେ,,,ଦ୍ୱିତୀୟ ହରିବୋଲ ପାଞ୍ଚଦଣ୍ଡା ଉଠିବା ପରେ....ତୃତୀୟ ହରିବୋଲ ଚାରିନାହାକା ଉଠିବା ପରେ....ଚତୁର୍ଥ ହରିବୋଲ ଛକାଠ ଉଠିବା ପରେ.....ପଞ୍ଚମ ହରିବୋଲ ବଡଥଳି ପୋଟଳ ବସିବା ପରେ.....ଷଷ୍ଠ ହରିବୋଲ ଖପୁରୀ ଉଠିବା ପରେ....ସପ୍ତମ ହରିବୋଲ ଚାରୀ ଦୁଆର ଉଠିବା ପରେ......ଅଷ୍ଟମ ହରିବୋଲ କଳସୀ ବସିଲା ପରେ....ନବମ ହରିବୋଲ ପ୍ରଭା ସିଂହାସନ ଉଠିବା ପରେ

         ଏଥିରେ କେବଳ ଧଉରା, ଅସନ,ଫାସି, ମହି,ରାହି ଓ ଶିମିଳି କାଠ ବ୍ଯବହୃତ ହୋଇଥାଏ। ପବିତ୍ର ଅକ୍ଷୟ ତୃତୀୟାରେ ତିନିରଥର ତିନୋଟି ଅଖକାଠ ଅନୁକୁଳ ହେବା ଠାରୁ ନଅଟି ପର୍ଯ୍ଯାୟରେ ରଥର ପୁର୍ଣ୍ଣାଙ୍ଗ ହେବା ଶ୍ରୀମନ୍ଦିର ରଥ ସଂହିତାରେ ଉଲ୍ଲେଖ ରହିଛି। ରଥନିର୍ମାଣ ସରିବା ପରେ ନନ୍ଦିଘୋଷ ରଥର ଅଗ୍ରଭାଗରେ କପିକେତନ, ତାଳଧ୍ୱଜ ରଥର ଅଗ୍ରଭାଗରେ ଶ୍ରୀନୃସିଂହ ଓ ଦେବଦଳନ ରଥର ଅଗ୍ରଭାଗରେ ଦେବୀ ଭୁବନେଶ୍ୱରୀ ଅବସ୍ଥାନ କରିଥାନ୍ତି। ଯେହେତୁ ଏହି ତିନିରଥରେ ସ୍ୱୟଂ ମହାପ୍ରଭୁ ଅବସ୍ଥାନ କରୁଛନ୍ତି ଏଣୁ ରଥନିର୍ମାଣ ସମୟରେ ବୈଦିକ ସଂସ୍କୃତିର ଧାରାରେ କାର୍ଯ୍ଯ କରାଯାଏ। ଏସବୁ ଦୃଷ୍ଟିରୁ ତାଙ୍କରି ନାମରେ ଅର୍ଥାତ ହରିବୋଲ ପକାଇ ପ୍ରତି ପର୍ଯ୍ଯାୟ ସମାପ୍ତ କରିବାର ପରମ୍ପରା ରହିଛି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ବିଶାରଦ ଡକ୍ଟର ନରେଶ ଦାଶ ମତବ୍ଯକ୍ତ କରିଛନ୍ତି।,,,

       ଆଉ ଏହି ନଅଟି ପର୍ଯ୍ଯାୟ ଲାଗି ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ବିଜେ ହୋଇଥାଏ । ବିଭିନ୍ନ ପର୍ଯ୍ଯାୟର ନିର୍ମାଣ କାର୍ଯ୍ୟ ସରିବା ପରେ ଭୋଇସେବକ ମାନେ ଏକ ସ୍ୱରରେ ହରିବୋଲ କହି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଥାନ୍ତି। ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ହିସାବ ଆଧାରରେ ନିର୍ମାଣ କରାଯାଇଥାଏ। ନନ୍ଦିଘୋଷ ରଥର ଉଚ୍ଚତା ୪୫ଫୁଟ ୬ଇଞ୍ଚ ଓ ୧୬ଟି ଚକ, ତାଳଧ୍ଵଜ ରଥର ଉଚ୍ଚତା ୪୫ଫୁଟ ଓ ୧୪ଟି ଚକ ରହିଥିବା ବେଳେ ଦେବଦଳନ ରଥର ଉଚ୍ଚତା ୪୪ଫୁଟ ୬ଇଞ୍ଚ ଓ ଚକ ସଂଖ୍ୟା ୧୨।  ସବୁଠାରୁ ବଡ କଥା ହେଉଛି ତିନୋଟି ଯାକ ରଥ ସମାନ୍ତରାଳ ଭାବେ ତଳୁ ଉପର ଯାଏ ନିର୍ମାଣ କରାଯିବାର ବିଧି ରହିଛି।,,,

Read More
{}{}