Hindi News >>Home >>Odisha Trending

Ram Navami 2024: ଆଜି ପବିତ୍ର ରାମନବମୀ, ଭକ୍ତଙ୍କ ଦର୍ଶନ ପାଇଁ ଏତିକି ଘଣ୍ଟା ଖୋଲା ରହିବ ରାମ ମନ୍ଦିର

Ram Navami 2024: ଆଜି ପବିତ୍ର ରାମନବମୀ। ପ୍ରତିବର୍ଷ ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ। ହିନ୍ଦୁ ଧର୍ମରେ ଏହି ଦିନଟି ହେଉଛି ଏକ ପବିତ୍ର ଦିନ । ଏହି ଦିନ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ।  ଏନେଇ ଉତ୍ସବ ମୁଖର ସାରା ଦେଶ । 

Advertisement
ସୌଜନ୍ୟ-ସୋସିଆଲ୍ ମିଡିଆ
Stop
Zee Odisha Desk|Updated: Apr 17, 2024, 07:43 AM IST

Ram Navami 2024: ଆଜି ପବିତ୍ର ରାମନବମୀ। ପ୍ରତିବର୍ଷ ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ। ହିନ୍ଦୁ ଧର୍ମରେ ଏହି ଦିନଟି ହେଉଛି ଏକ ପବିତ୍ର ଦିନ । ଏହି ଦିନ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ।  ଏନେଇ ଉତ୍ସବ ମୁଖର ସାରା ଦେଶ । ଏ ନେଇ ବେଶ୍ ଚଳଚଞ୍ଚଳ ହୋଇପଡିଛି ଉତ୍ତର ପ୍ରଦେଶର ଅଯୋଧ୍ୟା ସ୍ଥିତ ରାମ ମନ୍ଦିର। ଶ୍ରୀରାମଙ୍କ ଜନ୍ମଦିନ ନେଇ ସଜେଇ ହୋଇଛି ଆଯୋଧ୍ୟାର ନବ ନିର୍ମିତି ଶ୍ରୀରାମଙ୍କ ମନ୍ଦିର। ରାମ ନବମୀ ଅବସରରେ ଆଜି ଭକ୍ତଙ୍କ ପାଇଁ  ୧୯ ଘଣ୍ଟା ମନ୍ଦିର ଖୋଲା ରହିବ । ଏନେଇ ପରିଚାଳନା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। 

ALSO READ: Guru Shukra Yuti 2024: ରାମ ନବମୀରେ ଗୁରୁ ଶୁକ୍ର ୟୁତି, ଏହି ୩ ରାଶିଙ୍କ ଖୋଲିବ ଭାଗ୍ୟ!

ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ମଙ୍ଗଳବାର ରାତି ୩ଟା ୩୦ରୁ ବୁଧବାର ରାତି ୧୧ ଟା ପର୍ଯ୍ୟନ୍ତ  ଭକ୍ତଙ୍କ ନିମନ୍ତେ ରାମ ମନ୍ଦିର ଖୋଲା ରହିବ। ରାମ ନବମୀ ଉପଲକ୍ଷେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହେବ।  ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୧୯ ପରେ ମନ୍ଦିର ଦର୍ଶନ କରିବାକୁ ଟ୍ରଷ୍ଟ ପକ୍ଷରୁ ସବୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରାଯାଇଛି।  ଏହାସହିତ ରାମଲାଲାଙ୍କ ଆଳତୀ ଦର୍ଶନ ନିମନ୍ତେ ଏପ୍ରିଲ୍ ୧୬ରୁ ୧୮ ପର୍ଯ୍ୟନ୍ତ ସ୍ବତନ୍ତ୍ର ପାସ୍ ବୁକିଂ ବ୍ୟବସ୍ଥାକୁ ବାତିଲ୍ କରାଯାଇଛି। ମଙ୍ଗଳବାର ରାତି ୩ଟା ୩୦ରୁ (ବ୍ରହ୍ମ ମୂହୁର୍ତ୍ତ) ବୁଧବାର ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଯେପରି ସୁରୁଖୁରୁରେ ରାମଲାଲାଙ୍କ ଦର୍ଶନ କରିପାରିବେ ସେଥିପାଇଁ ଲାଇନ୍ ବ୍ୟବସ୍ଥା କରାଯାଇଛି। 

ଦର୍ଶନ ସମୟରେ ଏହି ସବୁ ଜିନିଷ ସାଙ୍ଗରେ ନେଇପାରିବେନି ଭକ୍ତ :

ଦର୍ଶନ ସମୟରେ ସାଙ୍ଗରେ ମୋବାଇଲ୍ କିମ୍ବା ଅନ୍ୟ ସାରଞ୍ଚମ ନ ଆଣିବାକୁ କୁହାଯାଇଛି। ଭକ୍ତଙ୍କ ସୁବିଧା ପାଇଁ ସୁଗ୍ରୀବ କିଲ୍ଲା ନିକଟରେ ସର୍ଭିସ୍ ସେଣ୍ଟର ଖୋଲାଯାଇଛି।ରାମ ନବମୀରେ ରାମ ମନ୍ଦିରର ପୂଜା ଭକ୍ତମାନେ ସିଧା ପ୍ରସାରଣ ଜରିଆରେ  ଦୂର ଦର୍ଶନ ଜରିଆରେ କରାଯିବ ବୋଲି କୁହାଯାଇଛି। ସିଧାପ୍ରସାରଣ ଯେପରି ଲୋକମାନେ ଦେଖିପାରିବେ ସେଥିପାଇଁ ୧୦୦ ଏଲଇଡି ପରଦାର ବ୍ୟବସ୍ଥା ହୋଇଛି।

ସେପଟେ, ରାଜଧାନୀ ଭୁବନେଶ୍ବରରେ ଥିବା ରାମ ମନ୍ଦିର ମଧ୍ୟ ରାମ ନବମୀ ପାଇଁ ଚଳ ଚଳଚଞ୍ଚଳ ହୋଇପଡିଛି।  ଆଜି ଭୋର୍‌ରୁ ସମୟରୁ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଛି। ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ମଧ୍ୟ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ହୋଇଥିବା ବେଳେ ମନ୍ଦିର ଚତୁଃପାର୍ଶ୍ବରେ ସିସିଟିଭି ଖଞ୍ଜାଯାଇଛି। ଏବଂ କମିସନରେଟ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ।

 

Read More
{}{}