Hindi News >>Home >>Odisha Trending

Ram Navami 2024: ପବିତ୍ର ରାମ ନବମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

Ram Navami 2024: ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଓ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ହେଉଛନ୍ତି ଶ୍ରୀ ରାମ । ତେବେ ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisement
Ram Navami 2024: ପବିତ୍ର ରାମ ନବମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
Stop
Payal Priyadarshini|Updated: Apr 17, 2024, 11:25 AM IST

Ram Navami 2024: ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ରାମ ନାମ । ରାମ ଧ୍ୱନୀରେ ଉତ୍ସବ ମୁଖର ସାରା ଦେଶ । ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଓ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ହେଉଛନ୍ତି ଶ୍ରୀ ରାମ । ତେବେ ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ପବିତ୍ର ଦିନଟି ଆମକୁ ସତ୍ୟ, ଧର୍ମ ଓ ନ୍ୟାୟରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ। ନିସ୍ୱାର୍ଥ ପ୍ରେମ, ପରାକ୍ରମ ଓ ଉଦାରତାର ଉଚ୍ଚତମ ଆଦର୍ଶ ସ୍ଥାପିତ କରିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସମୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ଉତ୍ସର୍ଗିକୃତ ରହିଥିଲା। ରାମନବମୀରେ ଏଭଳି ରାଷ୍ଟ୍ର ଗଠନ କରିବା ପାଇଁ ସଂକଳ୍ପ ନେବାର ସମୟ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି।

ସେହିପରି ପ୍ରଥମ ଥର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମଲାଲଙ୍କ ଜନ୍ମୋତ୍ସବ ପାଳନ କରାଯାଉଥିବାରୁ ଏହା ଆନନ୍ଦମୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ୫୦୦ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଅଯୋଧ୍ୟାରେ ଏହି ଉତ୍ସବକୁ ବେଶ ଧୁମଧାମରେ ପାଳନ କରିବାର ସୌଭାଗ୍ୟ ମିଳିଛି । ଏହା ଦେଶବାସୀଙ୍କ ବହୁ ବର୍ଷର ତପସ୍ୟା, ତ୍ୟାଦ ଓ ବଳିଦାନର ଫଳ ।

ରାମନବମୀ ଅବସରରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ମଙ୍ଗଳମୟ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି ।

Also Read- Puri News: ଆଜି ରାମ ନବମୀ, ଆଜିଠାରୁ ଆରମ୍ଭ ହେବ ରଥକାମ

Read More
{}{}