Hindi News >>Home >>Odisha Trending

Rakhi Sawant: ପରଲୋକରେ ରାକ୍ଷୀ ସାଓ୍ବନ୍ତଙ୍କ ମାଆ, ଦୀର୍ଘ ଦିନ ଧରି କ୍ୟାନସରରେ ଥିଲେ ପୀଡିତ

Rakhi Sawant's Mother Dies Of Cancer: ପରଲୋକରେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାଓ୍ବନ୍ତଙ୍କ ମାଆ । କ୍ୟାନସର ଓ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ ରାକ୍ଷୀ ସାଓ୍ବନ୍ତଙ୍କ ମାଆ ଜୟା ସାଓ୍ବନ୍ତ । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାକ୍ଷୀଙ୍କ ସ୍ବାମୀ ଆଦିଲ ଶାଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଏହି ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ରାକ୍ଷୀ । ୨୦୨୧ରୁ କର୍କଟରେ ପୀଡିତ ଥିଲେ ରାକ୍ଷୀଙ୍କ ମାଆ । 

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jan 29, 2023, 05:00 PM IST

Rakhi Sawant's Mother Dies Of Cancer:  ପରଲୋକରେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାଓ୍ବନ୍ତଙ୍କ ମାଆ । କ୍ୟାନସର ଓ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ ରାକ୍ଷୀ ସାଓ୍ବନ୍ତଙ୍କ ମାଆ ଜୟା ସାଓ୍ବନ୍ତ । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ରାକ୍ଷୀଙ୍କ ସ୍ବାମୀ ଆଦିଲ ଶାଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ।  ଏହି ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ରାକ୍ଷୀ । ୨୦୨୧ରୁ  କର୍କଟରେ ପୀଡିତ ଥିଲେ ରାକ୍ଷୀଙ୍କ ମାଆ । ଏନେଇ ରାକ୍ଷୀ ଟ୍ବିଟ କରି ନିଜେ ସୂଚନା ଦେଇଥିଲେ ।

ରାକ୍ଷୀଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କର ଶେଷକୃତ୍ୟ ପାଇଁ ତାଙ୍କୁ ମୁମ୍ବାଇର ଶ୍ମଶାନକୁ ନିଆଯାଇଥିଲା । ଏହି ସମୟରେ ରାକ୍ଷୀ ଭୋ ଭୋ ହୋଇ କାନ୍ଧୁ ଥିବାର ମଧ୍ୟ ଦେଖାଦେଇଥିଲା । ଏ-ନେଇ ଗଣମାଧ୍ୟମ ରାକ୍ଷୀଙ୍କୁ ପ୍ରଶ୍ନ କରିବାରୁ ସେ ମାଆଙ୍କ ଦେହାନ୍ତ ହୋଇଥିବା କହି କାନ୍ଦି ପକାଇଥିଲେ । ମୃତ୍ୟୁର ପୂର୍ବଦିନ ରାକ୍ଷୀଙ୍କ ମାଆଙ୍କୁ ବହୁତ ଯନ୍ତ୍ରଣା ହୋଇଥିଲା କିନ୍ତୁ ସେ ଏତେ ଜଲଦି ମୋତେ ଛାଡି ଚାଲିଯିବ ବୋଲି  ଜାଣିନଥିବା କହିଥିଲେ ରାକ୍ଷୀ । କର୍କଟ ଓ ବ୍ରେନ ଟ୍ୟୁମରରେ ପୀଡିତ ଥିବା ବେଳେ ରାକ୍ଷୀଙ୍କ ମାଆ  କ୍ରିଟିକେୟାର ମଲ୍ଟି ସ୍ପେସିଆଲିଟି ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା।  କିନ୍ତୁ ଚିକିତ୍ସା ସତ୍ତ୍ବେ ବି ସେ ରୋଗରୁ ମୁକ୍ତି ପାଇ ନ ଥିଲେ । ଶେଷରେ ସେ ଆଖି ବୁଜିଥିଲେ।

Also Read : Rape Case: ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ଭାଣିଜୀ ସହ କୁକର୍ମ କଲା ସମ୍ପର୍କୀୟ ମାମୁ

ରାକ୍ଷୀ ସାଓ୍ବନ୍ତ ନିଜ ବିବାଦୀୟ ବୟାନ ଓ ଅତରଙ୍ଗୀ ପୋଷାକ ପାଇଁ ସେ ବେଶ ଚର୍ଚ୍ଚାରେ ରୁହନ୍ତି । ଗତ କିଛି ଦିନ ତଳେ ରାକ୍ଷୀ ଓ ଆଦିଲଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ଦେଖିବାକୁ ମିଳିଥିଲା ଯେ,ରାକ୍ଷୀ ଓ ଆଦିଲ ବିବାହ କରିଛନ୍ତି । ଏବଂ ଉଭୟଙ୍କ ବେକରେ ଫୁଲମାଳ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା ।  ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ, ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି।  ଇସଲାମିକ ରୀତିନୀତି ଅନୁଯାୟୀ ମଧ୍ୟ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ ୨୦୨୨ ରେ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଓ ସେ ଜଣେ ବ୍ୟବସାୟୀ ଅଟନ୍ତି ।

ନିକଟରେ ରାକ୍ଷୀଙ୍କୁ ଗିରଫ କରାଯାଇଥିବା ମଧ୍ୟ ଖବର ଆସିଥିଲା । ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ପୋଲିସ ରାକ୍ଷୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।  ରାକ୍ଷୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, କିଛି ଦିନ ପୂର୍ବରୁ ସେ ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ଭାଇରାଲ କରିଥିଲେ। ଏହାପରେ ଶର୍ଲିନ ଗତ ବର୍ଷ ରାକ୍ଷୀଙ୍କ ବିରୋଧରେ ପୋଲିସରେ ମାମଲା ଦାୟର କରିଥିଲେ। ଏବେ ଏହି ମାମଲାରେ ଶର୍ଲିନଙ୍କ ଅଭିଯୋଗ ପରେ ଅମ୍ବୋଲୀ ପୋଲିସ ରାକ୍ଷୀଙ୍କୁ ଗିରଫ କରିଥିଲା  । ଏବଂ ପରେ ଜେଲରୁ ବାହାରିଥିଲେ ।

Read More
{}{}