Hindi News >>Home >>Odisha Trending

Rakhi Sawant Pregnancy: 'ଡାକ୍ତରଙ୍କ ବାରଣ ସତ୍ତ୍ବେ ବି ଆଦିଲ୍ ରଖୁଥିଲା ଶାରୀରିକ ସମ୍ପର୍କ'

Rakhi Sawant Pregnancy: ବଲିଉଡ଼ ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତ (Rakhi Sawant)। ଗତ କିଛି ଦିନ ହେବ ରାକ୍ଷୀ ଓ ତାଙ୍କ ସ୍ବାମୀ ଆଦିଲଙ୍କ ମଧ୍ୟରେ ପାରିବାରିଦ ବିବାଦ ବେଶ ଚର୍ଚ୍ଚାରେ ରହିଛି । ସ୍ବାମୀ ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି । କିନ୍ତୁ ରାକ୍ଷୀ ବର୍ତ୍ତମାନ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ(Adil Khan Durrani)ଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । 

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 19, 2023, 01:05 PM IST

Rakhi Sawant Pregnancy: ବଲିଉଡ଼ ଡ୍ରାମା କୁଇନ ରାକ୍ଷୀ ସାଓ୍ବନ୍ତ (Rakhi Sawant)। ଗତ କିଛି ଦିନ ହେବ ରାକ୍ଷୀ ଓ ତାଙ୍କ ସ୍ବାମୀ ଆଦିଲଙ୍କ ମଧ୍ୟରେ ପାରିବାରିଦ ବିବାଦ ବେଶ ଚର୍ଚ୍ଚାରେ ରହିଛି । ସ୍ବାମୀ ଆଦିଲ ବର୍ତ୍ତମାନ ଜେଲରେ ଅଛନ୍ତି । କିନ୍ତୁ ରାକ୍ଷୀ ବର୍ତ୍ତମାନ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ(Adil Khan Durrani)ଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।  ଅଭିନେତ୍ରୀ ରାକ୍ଷୀ କହିଛନ୍ତି ଯେ,'ଯେତେବେଳେ ସେ ଗର୍ଭବତୀ ଥିଲେ ,ସେତେବେଳେ ଡାକ୍ତରଙ୍କ ବାରଣ ସତ୍ତ୍ବେ ଆଦିଲ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ  ରଖିଥିଲା । ବିଗ୍ ବସ୍ ମରାଠୀ ରେ ଥିବା ସମୟରେ ରାକ୍ଷୀ ଗର୍ଭବତୀ ଥିବା ଜାଣିଥିଲେ। ଗର୍ଭବତୀ ଥିବା ଜାଣି ରାକ୍ଷୀ ବହୁତ ଖୁସି ହୋଇଯାଇଥିଲେ।' କିନ୍ତୁ ଏହି ଖୁସି ତାଙ୍କ ପାଖରେ ବେଶି ଦିନ ରହିନଥିଲା। 

ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ବିଗବସ୍ ମରାଠି (bigg boss)ଯିବା ପୂର୍ବରୁ ରାକ୍ଷୀଙ୍କର ଏକ ବଡ ଅପରେସନ ହୋଇଥିଲା। , ଅପରେସନ୍ ପରେ ରାକ୍ଷୀ ଗର୍ଭବତୀ ହୋଇଥିଲେ। ଏହା ପରେ ଡାକ୍ତର ସିନ୍ଦେ ରାକ୍ଷୀଙ୍କୁ କହିଥିଲେ ଯେ, ଆପଣ ଗର୍ଭବତୀ ଅଛନ୍ତି । ଏବଂ ଏହି ସମୟରେ, ଖାସ୍ କରି ୩ ମାସ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ , ଯଦି ଶାରୀରିକ ସମ୍ପର୍କ ରଖିବ ତେବେ ଗର୍ଭପାତର ଆଶଙ୍କା (Rakhi Sawant Pregnancy)ରହିଛି। ଏବଂ ଜୀବନ ପ୍ରତି ବିପଦ ଥିବା କହିଥିଲେ ଡାକ୍ତର । କିନ୍ତୁ ଡାକ୍ତରଙ୍କ କଥା ଆଦିଲ ଶୁଣିନ ଥିଲା । ଏବଂ ଜବରଦସ୍ତି ସ୍ତ୍ରୀ ରାକ୍ଷୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ଯାହା ଫଳରେ ରାକ୍ଷୀଙ୍କ ଗର୍ଭପାତ ହୋଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ଡ୍ରାମା କୁଇନ୍ ।  ଯଦି ଆମେ ଆଦିଲ ଦୁରାନୀଙ୍କ (Adil Khan Durrani)କଥା କହିବା ,ତେବେ,ଅନୈତିକ ସମ୍ପର୍କ, ଘରୋଇ ହିଂସା ଓ ଠକେଇ ମାମାଲାରେ ରାକ୍ଷୀଙ୍କ ଅଭିଯୋଗ କ୍ରମେ (Oshiwara police) ଓସିଓ୍ବାରା ପୋଲିସ ଆଦିଲ ଖାନ୍ ଦୁରାନୀଙ୍କୁ ଫେବୃଆରୀ ୭ରେ ଗିରଫ କରିଥିଲା। ଫେବୃଆରୀ ୨୦ ଯାଏଁ ଆଦିଲ ନ୍ୟାୟିକ ହେପାଜତରେ ଅଛନ୍ତି।

 

Also Read : Rakhi Sawant: ‘ଆଦିଲ୍ ନାଁ କମାଇବା ପାଇଁ ମୋତେ ୟୁଜ୍ କଲା’

Also Read :  Rakhi Sawant-Adil Durrani: ଆଦିଲ ଖାନ୍ ଦୁରାନୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଇରାନ୍ ଛାତ୍ରୀ, ଲାଗିଲା ଏହି ସବୁ ଦଫା

ଲୁଚିଛପି ବିବାହ କହିଥିଲେ ରାକ୍ଷୀ(Rakhi Sawant ) ଓ ଆଦିଲ ଖାନ୍ ଦୁରାନୀ । ବିବାହର ଦିର୍ଘ ଦିନ ପରେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋରେ  ଦେଖିବାକୁ ମିଳିଥିଲା ଯେ, ଉଭୟଙ୍କ ବେକରେ ଫୁଲମାଳ ପଡିଛି।  ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ,ଆଦିଲଙ୍କ ସହ କୋର୍ଟରେ ବିବାହ କରିଛନ୍ତି।  ଇସଲାମିକ ରୀତିନୀତି ଅନୁଯାୟୀ ମଧ୍ୟ ଏହି ଦମ୍ପତିଙ୍କ ବିବାହ ହୋଇଥିଲା। ସାର୍ଟିଫିକେଟ୍ ଅନୁଯାୟୀ, ରାକ୍ଷୀ ଏବଂ ଆଦିଲଙ୍କ ବିବାହ ଗତ ୨୯ ମଇ ୨୦୨୨ ରେ ହୋଇଥିଲା। ଆମେ ଆପଣଙ୍କୁ କହିବୁ ଯେ ଆଦିଲ ଖାନ ଦୁରାନୀ ରାକ୍ଷୀ ସାୱନ୍ତଙ୍କଠାରୁ ୬ ବର୍ଷ ସାନ ଓ ସେ ଜଣେ ବ୍ୟବସାୟୀ ଅଟନ୍ତି ।

ନିକଟରେ ,ଆଦିଲ୍ ଖାନଙ୍କ ବିରୋଧରେ ଇରାନର ଜଣେ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ ଛାତ୍ରୀ ଜଣକ ମହୀଶୂରର ଏକ ଥାନାରେ ଅଭିଯୋଗ କରିଥିଲେ । ଏହି ‘ଏଫ୍‌ଆଇଆର୍‌’କୁ ଭିତ୍ତି କରି ଆଦିଲ୍‌ଙ୍କ ନାଁରେ ‘ଆଇପିସି’ ଧାରା ୩୭୬, ୪୧୭, ୪୨୦, ୫୦୪ ଏବଂ ୫୦୬ରେ ମାମାଲା ରୁଜୁ କରାଯାଇଛି।

Read More
{}{}