Hindi News >>Home >>Odisha Trending

Rahul gandhi marriage: ‘ଭଲ ଝିଅ ଖୋଜିଦେଲେ ବାହା ହେବେ ରାହୁଲ ଗାନ୍ଧୀ’

Rahul Gandhi Marriager: ଏବେ ରାହୁ ଗାନ୍ଧୀଙ୍କ ବିବାହକୁ ନେଇ ସବୁ ଆଡ଼େ ଚର୍ଚ୍ଚା।ସୋନିଆ ଗାନ୍ଧୀଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ(Farmer) ତାଙ୍କୁ ରାହୁଲଙ୍କ ବିବାହ ବିଷୟରେ ପଚାରିଥିଲେ। ମହିଳା ଜଣଙ୍କ ପଚାରିଥିଲେ ଯେ କେବେ ବାହା ହେଉଛନ୍ତି ରାହୁଲ ଗାନ୍ଧୀ ।

Advertisement
Rahul gandhi marriage: ‘ଭଲ ଝିଅ ଖୋଜିଦେଲେ ବାହା ହେବେ ରାହୁଲ ଗାନ୍ଧୀ’
Stop
Priyambada Rana|Updated: Jul 30, 2023, 01:03 PM IST

Rahul Gandhi Marriager: ଏବେ କଂଗ୍ରେସ(Congress) ନେତା ରାହୁଲ ଗାନ୍ଧୀଙ୍କ(Rahul Gandhi) ବିବାହକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା। କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ସୋନିପତର କିଛି ମହିଳା କୃଷକଙ୍କୁ ଦିଲ୍ଲୀ ଆସିବାକୁ ଆମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ନିକଟରେ ମହିଳା କୃଷକ ପହଞ୍ଚିଥିଲେ ଦିଲ୍ଲୀ ଜନପଥ ସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନରେ। ସୋନିଆ ଗାନ୍ଧୀ(Sonia Gandhi), ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମହିଳା କୃଷକଙ୍କ ସହ ବସି ଅନେକ ହସି ମଜାକ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା କରିଥିଲେ ।

ମହିଳା କୃଷକମାନେ ସୋନିଆ ଗାନ୍ଧୀଙ୍କ ସହ ବସି ଭୋଜନ ଗ୍ରହଣ କରିଥିଲେ ଏବଂ ଏପରିକି ସେମାନଙ୍କ ସହ ମିଶି ନାଚ ଗୀତ ମଧ୍ୟ କରିଥିଲେ। ତେବେ ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା, ଯେତେବେଳେ କି ସୋନିଆ ଗାନ୍ଧୀଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ(Farmer) ତାଙ୍କୁ ରାହୁଲଙ୍କ ବିବାହ ବିଷୟରେ ପଚାରିଥିଲେ। ମହିଳା ଜଣଙ୍କ ପଚାରିଥିଲେ ଯେ କେବେ ବାହା ହେଉଛନ୍ତି ରାହୁଲ ଗାନ୍ଧୀ ।

ତେବେ ମହିଳା କୃଷକଙ୍କର ଏଭଳି ପ୍ରଶ୍ନ ଶୁଣି ସୋନିଆ ଗାନ୍ଧୀ କହିଥିଲେ ଯେ ରାହୁଲ ପାଇଁ ଆପଣ ପ୍ରଥମେ ଭଲ ଝିଅ ଟିଏ ଖୋଜି ଦିଅନ୍ତୁ ତା ପରେ ତା’ର ବାହାଘର କରିବା କଥା ଚିନ୍ତା କରିବା। ତେବେ ସୋନିଆ ଗାନ୍ଧୀଙ୍କ ଏପରି ଜବାବ ଶୁଣି ସେଠାରେ ବସିଥିବା ଅନ୍ୟ ସମସ୍ତ ମହିଳା ହସିବାକୁ ଲାଗିଥିଲେ। ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ ହସି ହସି କହିଥିଲେ ଯେ ବିବାହ ହେବ।

ତେବେ ଏହାପୂର୍ବରୁ ରାହୁଲ ଗାନ୍ଧୀ ଧାନ ରୋପଣ ସମୟରେ ସୋନିପତର ଏକ ଗାଁରେ ପହଞ୍ଚି ଚାଷୀଙ୍କ ସହ ଜମିରେ ଚାରା ରୋପଣ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ଅନେକ ମହିଳା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଆସିଥିଲେ। ଏଠାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ମହିଳାମାନେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଅବସ୍ଥିତ ତାଙ୍କ ଘରକୁ ଆସିବାକୁ ଦାବି କରିଥିଲେ। ତା’ପରେ ରାହୁଲ ଗାନ୍ଧୀ ସେମାନଙ୍କୁ ନିମନ୍ତ୍ରଣ କରିବା ସହିତ ଦିଲ୍ଲୀ ଡାକିବାକୁ ପ୍ରତିଶୃତି ଦେଇଥିଲେ।

ଯେତେବେଳେ ମହିଳା କୃଷକ ଗୋଷ୍ଠୀ ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲେ, ରାହୁଲ ଗାନ୍ଧୀ ସମସ୍ତଙ୍କୁ ନିଜର ହାଲଚାଲ ପଚାରିବା ସହ ସବୁଠୁ ଅଧିକ ସେମାନଙ୍କୁ କ’ଣ ଭଲ ଲାଗିଲା ବୋଲି ସେ ପଚାରିଥିଲେ। ଏହା ଉପରେ ଜଣେ ମହିଳା କହିଥିଲେ ଯେ ଆପଣଙ୍କ ସତ୍କାର ଆମକୁ ଅଧିକ ଭଲ ଲାଗିଲା ବୋଲି କହିଥିଲେ । ଏହି ସମୟରେ ସେମାନଙ୍କ ଘରର ପିଲାମାନେ ମଧ୍ୟ ମହିଳାମାନଙ୍କ ସହିତ ଥିଲେ। ମହିଳାମାନେ ନିଜ ସହିତ ଦେଶୀ ଘିଅ ଏବଂ ଲସି ରାହୁଲ ଗାନ୍ଧୀଙ୍କ ପାଇଁ ଆଣିଥିବା ଦେଖିବାକୁ ମିଲିଥିଲା ।

ଜଣେ ମହିଳା ପ୍ରିୟଙ୍କା ଗାନ୍ଧୀଙ୍କୁ ପଚାରିଥିଲେ ଯେ ସୋନିଆ ଜୀ ପିଲାଦିନେ ଆପଣଙ୍କ ପାଇଁ କେଉଁ ପ୍ରକାରର ଖାଦ୍ୟ ରାନ୍ଧୁଥିଲେ | ଏହା ଉତ୍ତରରେ ପ୍ରିୟଙ୍କା କହିଥିଲେ ଯେ କାଶ୍ମୀରି ବ୍ରାହ୍ମଣମାନେ ପିଆଜ ଏବଂ ରସୁଣ ଖାଇ ନଥାନ୍ତି।  ଏହାକୁ କାସୁନ୍ କୁହାଯାଏ | ଏହା ତିଆରି କରିବାକୁ ହେଲେ ପ୍ରଥମେ ସୋରିଷ ତେଲରେ କାସୁନ୍ ପକାଇ ଗରମ କରାଯାଏ ଏବଂ ସେଥିରେ ସମସ୍ତ ମସଲା ପକାଯାଏ ।ଏପରି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତାଙ୍କ ମାଆ ତାଙ୍କ ପାଇଁ ତିଆରି କରୁଥିଲେ। ସେ ଖୀରି ତିଆରି କରୁଥିଲେ ।ଏଥି ସହିତ ସେ କହିଥିଲେ ଯେ ତାଙ୍କ ମା ସମସ୍ତ ଖାଦ୍ୟ ରାନ୍ଧିବା ଶିଖିଛନ୍ତି।

Also Read: Rice price hike: ପନିପରିବା ପରେ ଏବେ ବଢ଼ିଲା ଚାଉଳ ଦର, ହତାସ ଖାଉଟି..

Road Accident: ଦୁର୍ଘଟଣାଗ୍ରସ୍ତ ହେଲା ଭ୍ୟାନ୍: ୧୨ କାଉଡି଼ଆ ଆହତ, ଜଣେ ଗୁରୁତର

 

Read More
{}{}