Hindi News >>Home >>Odisha Trending

Punjab: ପ୍ରବଳ ବର୍ଷାରେ ନିର୍ମାଣ ହେଉଥିଲା ରାସ୍ତା, ଭିଡ଼ିଓ ଭାଇରାଲ ପରେ ୪ କର୍ମଚାରୀ ନିଲମ୍ବିତ

 Road Construction during Heavy Rainfall: ପ୍ରବଳ ବର୍ଷା ମଧ୍ୟରେ ରାସ୍ତା ନିର୍ମାଣ କରାଯାଉଥିବାର ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି।  

Advertisement
Punjab: ପ୍ରବଳ ବର୍ଷାରେ ନିର୍ମାଣ ହେଉଥିଲା ରାସ୍ତା, ଭିଡ଼ିଓ ଭାଇରାଲ ପରେ ୪ କର୍ମଚାରୀ ନିଲମ୍ବିତ
Stop
Subhramjit Ray|Updated: Jul 10, 2022, 10:02 PM IST

Punjab Government Action: ସଦ୍ୟ ଇଣ୍ଟରନେଟ ଯୋଗେ ଏକ ଭିଡିଓ ଭାଇରାଲ ହେବା ପରେ ପଞ୍ଜାବ ସରକାର ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରବଳ ବର୍ଷା ମଧ୍ୟରେ ରାଜ୍ୟର ହୋଶିଆରପୁର ଜିଲ୍ଲାରେ ରାସ୍ତା ନିର୍ମାଣ କରିବା ମାମଲାରେ ଲୋକ ନିର୍ମାଣ ବିଭାଗର ୪ ଜଣ ଅଧିକାରୀଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବିତ କରାଯାଇଛି। ପ୍ରବଳ ବର୍ଷାରେ ଶେରପୁର ଡାକୋ ଗ୍ରାମରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପଞ୍ଜାବ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 

ପ୍ରବଳ ବର୍ଷା ମଧ୍ୟରେ ରାସ୍ତା ନିର୍ମାଣ କରାଯାଉଥିବାର ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଧରଣର ଭିଡିଓ ଭାଇରାଲ ହେଉଛି। ହେଲେ ଗୋଟିଏ ଭିଡିଓ ଭାଇରାଲ ହେବା ପରେ ସରକାରୀ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ପଡିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁଥିରେ କେତେକ ଶ୍ରମିକଙ୍କୁ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି। 

ପ୍ରବଳ ବର୍ଷାରେ ରାସ୍ତା ନିର୍ମାଣ କରିବା ମାମଲାରେ ଲୋକ ନିର୍ମାଣ ବିଭାଗର ଯେଉଁ ୪ ଜଣ ଅଧିକାରୀ ତତ୍କାଳ ପ୍ରଭାବରେ ନିଲମ୍ବିତ ହୋଇଛନ୍ତି ସେମାନେ ହେଉଛନ୍ତି ତରସେମ ସିଂହ, ବିପନ୍ କୁମାର, ପରବୀନ କୁମାର ଏବଂ ଜସବୀର ସିଂହ। ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓ ଗ୍ରାମବାସୀଙ୍କ ଦ୍ୱାରା ରେକର୍ଡିଂ କରାଯାଇଥିଲା। ପ୍ରବଳ ବର୍ଷା ମଧ୍ୟରେ ରାସ୍ତା ନିର୍ମାଣକୁ ବିରୋଧ କରିଥିଲେ ଗ୍ରାମବାସୀ। ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକେ କ୍ରୋଧିତ ହୋଇଉଠିବା ସହ ସେମାନଙ୍କ ପ୍ରତିକ୍ରିୟା ରଖୁଛନ୍ତି। 

Also Read: Shocking News: ପୋଲ ପରେ ତାଡ଼ି ନେଇଗଲେ ପଞ୍ଚାୟତ ଭବନ ଇଟା

 

Read More
{}{}