Hindi News >>Home >>Odisha Trending

Crop Loss Compensation: ବର୍ଷା ଯୋଗୁ ଫସଲ କ୍ଷତି ହେଲେ ସରକାର ଦେବେ କ୍ଷତିପୂରଣ..

Crop Loss Compensation: ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁ  ହିମାଚଳ ପ୍ରଦେଶ(Himachal Pradesh), ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ଦେଶର ଅନେକ ରାଜ୍ୟରେ ଅନେକ କ୍ଷତି ହୋଇଛି। ବିଶେଷ କରି ଅନେକ ଦିନ ଧରି ଚାଷ ଜମି ବୁଡ଼ି ରହିବା ଫଳରେ ଅନେକ ଫସଲ କ୍ଷୟକ୍ଷତି(Crop Loss) ହୋଇଥିବା ଦେଖିବାକୁ ମିଳିଛି।

Advertisement
ସାଙ୍କେତିକ ଫଟୋ:Crop Loss Compensation
Stop
Priyambada Rana|Updated: Sep 04, 2023, 10:35 AM IST

Crop Loss Compensation: ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁ  ହିମାଚଳ ପ୍ରଦେଶ(Himachal Pradesh), ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ସମେତ ଦେଶର ଅନେକ ରାଜ୍ୟରେ ଅନେକ କ୍ଷତି ହୋଇଛି। ବିଶେଷ କରି ଅନେକ ଦିନ ଧରି ଚାଷ ଜମି ବୁଡ଼ି ରହିବା ଫଳରେ ଅନେକ ଫସଲ କ୍ଷୟକ୍ଷତି(Crop Loss) ହୋଇଥିବା ଦେଖିବାକୁ ମିଳିଛି।ତେବେ ଲଗାତାର ବର୍ଷା ଯୋଗୁ ଏହି ଅଞ୍ଚଳମାନଙ୍କରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ସାଧାରଣ ଲୋକଙ୍କ ସମେତ କୃଷକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। କ୍ଷେତରେ ଥିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଯେଉଁଥିପାଇଁ କୃଷକମାନଙ୍କୁ ବହୁ କ୍ଷତି ସହିବାକୁ ପଡିଛି। ଲକ୍ଷ ଲକ୍ଷ ହେକ୍ଟର ଫସଲ ନଷ୍ଟ ହେବା ଯୋଗୁ ଚାଷୀଙ୍କୁ ପୁନର୍ବାର ଫସଲ ବୁଣିବାକୁ ପଡିବ। ଏସବୁକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଚାଷୀଙ୍କ ସ୍ୱାର୍ଥରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁସାରେ ପଞ୍ଜାବ ସରକାର ଫସଲ କ୍ଷୟକ୍ଷତି ପାଇଁ ଚାଷୀଙ୍କୁ କ୍ଷତିପୂରଣ ଘୋଷଣା କରିଛନ୍ତି। ପଞ୍ଜା ସରକାର କହିଛନ୍ତି ଯେ ଏକର ପିଛା ଚାଷୀଙ୍କୁ ୬ ହଜାର ୮୦୦ ଟଙ୍କା ହାରରେ କ୍ଷତିପୂରଣ ପ୍ରଦାନ କରାଯିବ। କୃଷକମାନଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ରାଜ୍ୟ ସରକାର ୮୬ କୋଟି ଟଙ୍କା ରିଲିଜ୍ କରିଛନ୍ତି। ଯଦି ରିପୋର୍ଟରେ ବିଶ୍ୱାସ କରାଯାଏ ତେବେ କ୍ଷତିପୂରଣ ରାଶି ଶୀଘ୍ର ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ।

ତଥ୍ୟ ଅନୁଯାୟୀ ଜୁଲାଇ ମାସରେ ପଞ୍ଜାବ ରାଜ୍ୟରେ ହାରାହାରି ତୁଳନାରେ ୪୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ପଞ୍ଜାବର ଫରିଦକୋଟ ଅଞ୍ଚଳରେ ୨୫୬.୨ ମିଲିମିଟର ଅଧିକ ଏବଂ ମୋହାଲିରେ ୪୭୨.୬ ମିଲିମିଟର ଅଧିକ ବର୍ଷା ରୋକର୍ଡ ହୋଇଛି। ପଟିଆଲା ଏବଂ ରୂପନଗରରେ ୭୧ ପ୍ରତିଶତ ଏବଂ ୧୦୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ଭାଙ୍ଗିଛି। ଏଥି ସହିତ, ଜୁଲାଇ ମାସରେ, ତାରନ ତରନରେ ୧୫୧ ପ୍ରତିଶତ ଅଧିକ ଏବଂ ଜଲନ୍ଧରରେ ୩୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଅତ୍ୟଧିକ ବର୍ଷା ହେତୁ ଏହି ଜିଲ୍ଲାଗୁଡ଼ିକରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ୬.୨୫ ଲକ୍ଷ ଏକର ଜମିରେ ଲଗାଯାଇଥିବା ନୂତନ ଧାନ ଫସଲ ଜଳମଗ୍ନ ହୋଇଯାଇଥିବା ଦେଖିବାକୁ ମିଳିଥିଲା।ଖବର ଅନୁଯାୟୀ, ଚାଷୀଙ୍କୁ ୨.୭୫ ଲକ୍ଷ ଏକର ଜମିରେ ଧାନ ଚାଷ କରିବାକୁ ପଡିବ।

Also Read: G-20 Summit 2023: G-20ରେ ଅତିଥି ଖାଇବେ ମାଣ୍ଡିଆ ବ୍ୟଞ୍ଜନ

Read More
{}{}