Hindi News >>Home >>Odisha Trending

Pune Porsche crash: ପୁଣେ ପୋର୍ସେ କାର ଦୁର୍ଘଟଣା, ରକ୍ତ ନମୂନା ହେରାଫେରି ଅଭିଯୋଗରେ ୨ ଡାକ୍ତର ସମେତ, ଜଣେ ପିଅନ ଗିରଫ

Pune Porsche crash: ସୋମବାର ଦିନ ସେସନ୍ ଜେନେରାଲ୍ ହସ୍ପିଟାଲର ଫରେନସିକ୍ ମେଡିସିନ୍ ବିଭାଗର ମୁଖ୍ୟ ଡ଼ ଅଜୟ ତାୱେର ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଶ୍ରୀହରି ହାଲନୋର ନାମକ ଜଣେ ଡାକ୍ତର ନାବାଳକଙ୍କ ରକ୍ତ ନମୁନା ହେରାଫେରି କରିବା ଅଭିଯୋଗରେ  ପୁଣେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। 

Advertisement
Pune Porsche crash: ପୁଣେ ପୋର୍ସେ କାର ଦୁର୍ଘଟଣା, ରକ୍ତ ନମୂନା ହେରାଫେରି ଅଭିଯୋଗରେ ୨ ଡାକ୍ତର ସମେତ, ଜଣେ ପିଅନ ଗିରଫ
Stop
Priyambada Rana|Updated: May 28, 2024, 10:23 AM IST

Pune Porsche crash: ପୁଣେ ପୋର୍ସେ କାର ଦୁର୍ଘଟଣା ଘଟଣାରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ପୋଲିସ ସେସନ୍ ଜେନେରାଲ୍ ହସ୍ପିଟାଲର ଜଣେ ପିଅନଙ୍କୁ ଗିରଫ କରିଛି। ପିଅନ ଜଣଙ୍କ କହିବା ଅନୁସାରେ ରକ୍ତ ନମୂନାକୁ ମ୍ୟାନୁପୁଲେଟ୍ କରିବା ପାଇଁ ଦୁଇଜଣ ବରିଷ୍ଠ ଡାକ୍ତରଙ୍କ ପାଇଁ ସେ ୩ ଲକ୍ଷଟଙ୍କା ଲାଞ୍ଚ ନେଇଥିଲେ।

ଏହାପୂର୍ବରୁ ସୋମବାର ଦିନ ସେସନ୍ ଜେନେରାଲ୍ ହସ୍ପିଟାଲର ଫରେନସିକ୍ ମେଡିସିନ୍ ବିଭାଗର ମୁଖ୍ୟ ଡ଼ ଅଜୟ ତାୱେର ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଶ୍ରୀହରି ହାଲନୋର ନାମକ ଜଣେ ଡାକ୍ତର ନାବାଳକଙ୍କ ରକ୍ତ ନମୁନା ହେରାଫେରି କରିବା ଅଭିଯୋଗରେ  ପୁଣେ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ପରେ ଡାକ୍ତର ଅଜୟ ତାୱେରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରଖାନାର ପେନ୍ ଅତୁଲ ଘାଟକମ୍ବଲେଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ମେ ୩୦ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ନିଆଯାଇଛି।

୧୯ ତାରିଖରେ ବେଦାନ୍ତ ଅଗ୍ରୱାଲ ନାମକ ଜଣେ ନାବାଳକଙ୍କ କାର୍ ଧକ୍କାରେ ୨ ଜଣ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା କରିଥିବା ନାବାଳକ ଜଣଙ୍କ ମାତ୍ର ୧୭ ବର୍ଷର ହୋଇଥିବା ବେଳେ ନିଶା ସେବନ କରି ସେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ଘଟାଇଥିବା ନାବାଳକ ପୁଣେର ଜଣେ ଜଣାଶୁଣା ବିଲଡରଙ୍କ ପୁଅ।

 ଗୋଟିଏ ପଟେ ଅଭିଯୁକ୍ତଙ୍କ ମଦ ପିଇଥିବାର କୌଣସି ପ୍ରମାଣ ମିଳିନଥିବା କହିଥିଲା ପୋଲିସ। ମାତ୍ର କିଛି ଲୋକ ଦାବି କରିଥିଲେ ଯେ ଡାକ୍ତରୀ ରିପୋର୍ଟରେ ଅଭିଯୁକ୍ତଙ୍କ ମଦ୍ୟପାନ ରିପୋର୍ଟ ସହିତ ହେରାଫେରି କରାଯାଇଛି। ଯେତେବେଳେ ନାବାଳକକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା, କୋର୍ଟ ତାଙ୍କୁ ଅଜବ ସର୍ତ୍ତରେ ଜାମିନ ପ୍ରଦାନ କରିଛି। ଟ୍ରାଫିକ ପୋଲିସ୍ ସହିତ ୧୫ ଦିନ ଡ୍ୟୁଟି କରିବା, ପ୍ରବନ୍ଧ ଲେଖିବା ଏବଂ ମଦ୍ୟପାନ ଛାଡିବା ପାଇଁ ତାଙ୍କୁ ଏକ ନିଶା କେନ୍ଦ୍ରକୁ ପଠାଇବା ସର୍ତ୍ତରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

Read More
{}{}