Hindi News >>Home >>Odisha Trending

PM Modi: ମୋରବିରେ ପହଞ୍ଚିଲେ ମୋଦି: ସ୍ଥିତି ପରଖିଲେ, ଆହତଙ୍କୁ ଭେଟିବେ

ଗାନ୍ଧୀନଗର: ମୋରବି (Morbi) ଦେଇ ପ୍ରବାହିତ ମଚ୍ଛୁ ନଦୀ (Machchhu River) ଉପରେ ଥିବା ଝୁଲା ପୋଲ ଗତ ରବିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ (NDRF) ଓ ଏସଡିଆରଏଫ (SDRF) ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଜାରି

Advertisement
PM Modi: ମୋରବିରେ ପହଞ୍ଚିଲେ ମୋଦି: ସ୍ଥିତି ପରଖିଲେ, ଆହତଙ୍କୁ ଭେଟିବେ
Stop
Zee Odisha Desk|Updated: Nov 01, 2022, 05:00 PM IST

PM Modi: ଗାନ୍ଧୀନଗର: ମୋରବି (Morbi) ଦେଇ ପ୍ରବାହିତ ମଚ୍ଛୁ ନଦୀ (Machchhu River) ଉପରେ ଥିବା ଝୁଲା ପୋଲ ଗତ ରବିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ଦୁର୍ଘଟଣାରେ ପ୍ରାୟ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ (NDRF) ଓ ଏସଡିଆରଏଫ (SDRF) ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତୀୟ ବାୟୁସେନା (Indian Air Force) ଓ ନୌସେନାର (Naval) ଯବାନ, ସ୍ଥାନୀୟ ବାସିନ୍ଦା ଏହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi) ଘଟଣାର ପରଦିନ ଅର୍ଥାତ ସୋମବାର ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରି ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କହିଛନ୍ତି। ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୋରବି ଗସ୍ତରେ ରହିଛନ୍ତି। 

ମୋରବିରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଠାରୁ ସେ ଆହତମାନଙ୍କୁ ଭେଟିବାକୁ ଯିବେ ବୋଲି ଜଣାପଡ଼ିଛି। ସେହିପରି ଉଦ୍ଧାରକାରୀମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉଦ୍ଧାର କାର୍ଯ୍ୟରେ ନିଜର ଦକ୍ଷତା ଦେଖାଇଥିବା ଯବାନଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ମୋଦି ଧନ୍ୟବାଦ ଜଣାଇଥିଲେ। ସେପଟେ ଅଧିକାରୀମାନେ କହିଛନ୍ତି କି ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରି କହିଛନ୍ତି କି ଘଟଣାରେ ପ୍ରଭାବିତ ଲୋକଙ୍କ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ। ଏହା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉଦ୍ଧାର ଓ ସହାୟତା କାର୍ଯ୍ୟ ଯୋଗାଇ ଦିଆଯାଉଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଘଟଣାର ପ୍ରତିଟି ଦିଗ ଉପରେ ନିଜେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସାଂଘଓ୍ୱି, ମୁଖ୍ୟ ସଚିବ ପଙ୍କଜ କୁମାର ଓ ଗୁଜରାଟ ପୋଲିସର ମହାନିର୍ଦ୍ଦେଶକ ଆଶିଷ ଭାଟିଆଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ସାମିଲ ରହିଥିଲେ। 

ସୂଚନାଯୋଗ୍ୟ ଗତ ୩୦ ତାରିଖ ପରେ ପ୍ରଧାନମନ୍ତ୍ରୀ ଦୁର୍ଘଟଣାରେ ପୀଡିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରବିରେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ  ୨ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ। ଆହତ ଲୋକମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଥିଲା। ଦୁର୍ଘଟଣାର ଠିକ ପରେ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। 

ଅଧିକ ପଢନ୍ତୁ: Bharat Jodo Yatra: ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ବଦଳିଲା ପ୍ଲାନ, ଜାଣନ୍ତୁ କଣ ରହିଛି ନୂଆ ଯୋଜନା

ଅଧିକ ପଢନ୍ତୁ: PM Modi: ବିଦେଶରେ ମୋଦିଙ୍କୁ କିହିଁକି ମିଳୁଛି ସମ୍ମାନ? ଗାନ୍ଧୀଙ୍କ ନାମ ନେଇ ଅଶୋକ ଗେହଲଟ ଦେଲେ ଏହି ବଡ଼ ବୟାନ

ଅଧିକ ପଢନ୍ତୁ: Fire Incident: ରାଜଧାନୀରେ ଏକ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨ ଜଣ, ଅନେକ ଆହତ

Read More
{}{}