Hindi News >>Home >>Odisha Trending

India Russia Relation: ଲାଲ ସାଗରରେ ସ୍ଥିତି ବିଗିଡ଼ିବା ମଧ୍ୟରେ ବନ୍ଧୁ ପୁତିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

PM Narendra Modi speaks with Vladimir Putin: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପ ସମୟରେ ଉଭୟ ଦେଶର ନେତା ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।   

Advertisement
India Russia Relation: ଲାଲ ସାଗରରେ ସ୍ଥିତି ବିଗିଡ଼ିବା ମଧ୍ୟରେ ବନ୍ଧୁ ପୁତିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
Stop
Zee Odisha Desk|Updated: Jan 15, 2024, 11:04 PM IST

Narendra Modi Vladimir Putin Conversation: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପାଶ୍ଚାତ୍ୟ ଦେଶର ସମସ୍ତ ଉଦ୍ୟମ ସତ୍ତ୍ୱେ ଭାରତ ନିଜର ଆଭିମୁଖ୍ୟ ବଜାୟ ରଖିଛି। ଯଦିଓ ବର୍ତ୍ତମାନ ସମୟରେ ଯୁଦ୍ଧକୁ ଅନାବଶ୍ୟକ ବୋଲି ବିବେଚନା କରୁଛି ହେଲେ କୌଣସି ପରିସ୍ଥିତିରେ ପାରମ୍ପରିକ ସହଯୋଗୀ ଋଷିଆକୁ କରିବାକୁ ପ୍ରସ୍ତୁତ ନାହିଁ। ଉଭୟ ଦେଶ ମଧ୍ୟରେ ରହିଥିବା ବନ୍ଧୁତା ପୁଣି ଥରେ ପ୍ରମାଣିତ ହୋଇଛି। ଜାନୁଆରୀ ୧୫ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ଦେଶର ନେତା ଋଷିଆ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ହାମାସ ଯୁଦ୍ଧ, ଲାଲ ସାଗରରେ ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ଦ୍ୱାରା କରାଯାଉଥିବା ଆକ୍ରମଣ ଭଳି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦି ବନ୍ଧୁ ପୁତିନଙ୍କ ସହ ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି।

ରାଷ୍ଟ୍ରପତି ପୁତିନଙ୍କ ସହ ହୋଇଛି ଉତ୍ତମ ଆଲୋଚନା: ପ୍ରଧାନମନ୍ତ୍ରୀ ମୋଦି 
ସୋମବାର ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଉତ୍ତମ ଆଲୋଚନା ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମର ସ୍ୱତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀରେ ଆମେ ବିଭିନ୍ନ ସକରାତ୍ମକ ପ୍ରସଙ୍ଗରେ ଆଲୋଚନା କରିଛୁ। ଭବିଷ୍ୟତରେ ନିଆଯିବାକୁ ରହିଥିବା ପଦକ୍ଷେପ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ସହମତ ହୋଇଛୁ। ବ୍ରିକ୍ସ ଗୋଷ୍ଠୀରେ ଋଷିଆ ଅଧ୍ୟକ୍ଷତା ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ସ୍ତରୀୟ ପ୍ରସଙ୍ଗରେ ଆମେ ଉପଯୋଗୀ ମତ ବିନିମୟ କରିଛୁ।

ଋଷିଆ ପାଖରେ ରହିଛି ବ୍ରିକ୍ସ ଅଧ୍ୟକ୍ଷତା 
ଆପଣଙ୍କୁ କହିରଖୁଛୁ ବ୍ରିକ୍ସ ସମୂହ ପ୍ରଥମ ୫ ଦେଶଙ୍କୁ ନେଇ ଗଠିତ ହୋଇଥିଲା। ସେହି ୫ ଦେଶ ହେଉଛନ୍ତି ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା। ହେଲେ ଗତ ବର୍ଷ ସଦସ୍ୟ ଦେଶ ଦକ୍ଷିଣ ଆଫ୍ରିକା ଠାରେ ଆୟୋଜିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ବିଶ୍ୱର ଅନ୍ୟ ୫ ଦେଶଙ୍କୁ ବିକ୍ସ ସଦସ୍ୟତା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଏହା ବ୍ରିକ୍ସ ପ୍ଲସ ସମୂହରେ ପରିଣତ ହୋଇସାରିଛି। ଚଳିତ ବର୍ଷ ଋଷିଆ ଅଧ୍ୟକ୍ଷତାରେ ବିକ୍ସ ସମ୍ମିଳନୀ  ଅନୁଷ୍ଠିତ ହେବ। ବ୍ରିକ୍ସ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ଏକ ପ୍ରଭାବଶାଳୀ ଗୋଷ୍ଠୀ। ଯାହାର ପ୍ରଭାବ ବର୍ତ୍ତମାନ ସାରା ବିଶ୍ୱରେ ଅନୁଭୂତ ହେଉଛି। 

ପାଶ୍ଚାତ୍ୟ ଦେଶ ସହ ବଢୁଛି ବନ୍ଧୁତା; ହେଲେ ଋଷିଆ ସହ ଜାରି ରହିଛି ସମ୍ପର୍କ 
ଆପଣଙ୍କୁ କହୁରଖୁଛୁ ଯେ ଚୀନ୍‌ ପକ୍ଷରୁ ରହିଥିବାା ବିପଦକୁ ମୁକାବିଲା କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ସହ ସମ୍ପର୍କକୁ ମଜବୁତ କରୁଛି ଭାରତ। ହେଲେ ପାଶ୍ଚାତ୍ୟ ଦେଶ ସହ ବନ୍ଧୁତା ବଢିବା ସ୍ୱତ୍ତେ ବିଶ୍ୱସ୍ତ ବନ୍ଧୁ ଋଷିଆ ସହ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇନାହିଁ। ସେଥିପାଇଁ ପାଶ୍ଚାତ୍ୟ ଦେଶ ବ୍ୟତୀତ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ କାରଣରୁ ଭାରତ ଏ ପର୍ଯ୍ୟନ୍ତ ଋଷିଆକୁ କେବେ ସମାଲୋଚନା କରିନାହିଁ। କେବଳ ସେତିକି ନୁହେଁ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାରେ ପାରିତ ହୋଇଥିବା ସଂକଳ୍ପରେ ଋଷିଆ ନାମକୁ ଆଣିବା ପାଇଁ ଭାରତ ଅନୁମତି ଦେଇ ନାହିଁ। ଏହି କାରଣରୁ ଋଷିଆ ବିଶ୍ୱ ସମୁଦାୟ ଆଗରେ ଅପମାନିତ ହେବାରୁ ରକ୍ଷା ପାଇଯାଇଛି। ଏହା ପରେ ଋଷିଆ ମଧ୍ୟ ଭାରତ ସହ ବନ୍ଧୁତାକୁ ମଜବୁତ କରିବାକୁ ଅଧିକ ଗମ୍ଭୀର ହୋଇଛି।

 

 

Read More
{}{}