Hindi News >>Home >>Odisha Trending

President Droupadi murmu: ଆଜି ଜନ୍ମମାଟିକୁ ଆସୁଛନ୍ତି ମାଡ଼ାମ ପ୍ରେସିଡ଼େଣ୍ଟ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

President Droupadi murmu odisha visit: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟିରେ ପାଦ ଦେବେ ମାଡ଼ାମ ପ୍ରେସିଡ଼େଣ୍ଟ । ଏହା ପୂର୍ବରୁ ଦୁଇ ଥର ଓଡ଼ିଶା ଗ୍ରସ୍ତରେ କରିସାରିଛନ୍ତି ଦୌପଦୀ ମୁର୍ମୁ କିନ୍ତୁ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କ ଗାଁକୁ ପ୍ରଥମ ଗସ୍ତ ଅଟେ । ମାଡ଼ାମ ପ୍ରେସିଡ଼େଣ୍ଟଙ୍କୁ ସ୍ବାଗତ କରିବା ଲାଗି ସାରା ଜିଲ୍ଲାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: May 04, 2023, 08:53 AM IST

President Droupadi murmu odisha visit: ଆଜି ଅର୍ଥାତ୍ ଗୁରୁବାର ଦିନ ୩ ଦିନିଆ ମୟୁରଭଞ୍ଜ ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ (President Droupadi murmur) । ରାଷ୍ଟ୍ରପତି (President of india) ହେବା ପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟିରେ ପାଦ ଦେବେ ମାଡ଼ାମ ପ୍ରେସିଡ଼େଣ୍ଟ । ଏହା ପୂର୍ବରୁ ଦୁଇ ଥର ଓଡ଼ିଶା ଗ୍ରସ୍ତରେ କରିସାରିଛନ୍ତି ଦୌପଦୀ ମୁର୍ମୁ କିନ୍ତୁ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କ ଗାଁକୁ ପ୍ରଥମ ଗସ୍ତ ଅଟେ । ମାଡ଼ାମ ପ୍ରେସିଡ଼େଣ୍ଟଙ୍କୁ (Madam President) ସ୍ବାଗତ କରିବା ଲାଗି ସାରା ଜିଲ୍ଲାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଗାଁର ରାସ୍ତାଘାଟଠାରୁ ଆରମ୍ଭ କରି କାନ୍ଥବାଡ଼କୁ ରଙ୍ଗେଇ ଦିଆଯାଇଛି । ମାଟି ରାସ୍ତାକୁ ପିଚୁ କରାଯାଇଛି । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚଛି । ପ୍ରଦକ୍ଷଣ ଗୃହରେ ୨୦୦୮ ମସିହାରେ ନିର୍ମିତ ଭିଭିଆଇପି ଲାଉଞ୍ଜରେ ରହିବେ ମହାମହିମ । ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଛି । ରାଷ୍ଟ୍ରପତିଙ୍କ ସହ ଆସୁଥିବା ସମସ୍ତ କର୍ମଚାରୀଙ୍କ ଲାଗି ମଧ୍ଯ ସର୍କିଟ ହାଉସର ବ୍ୟବସ୍ଥା କରାଯାଇଛି । ସଫଳତା ପାଇବା ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଚାହଁ ବସିଛନ୍ତି ଜିଲ୍ଲାବାସୀ । ତିନି ଦିନ ଧରି ଦୌପଦୀ ମୁର୍ମୁ ମୟୁରଭଞ୍ଜରେ (Mayurbhanj) ରହିବା ନେଇ କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ସ୍ବତନ୍ତ୍ର ହେଲିକପଟର ଯୋଗେ ୧୦ଟା ୧୫ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇବେ ମାଡ଼ାମ ପ୍ରେସିଡ଼େଣ୍ଟ । ଦିନ ୧୦ଟା ୪୦ ମିନିଟ୍ ରେ ସେ ନିଜ ଗାଁ ମୟୁରଭଞ୍ଜର ପାହାଡ଼ପୁରରେ (Pahadpur) ପହଁଞ୍ଚିବେ। ଏଠାରେ ରାଷ୍ଟ୍ରପତି ପ୍ରଥମେ ସ୍ୱାମୀ ଶ୍ୟାମଚରନ୍ ମୁର୍ମୁ ଓ ଦୁଇ ପୁଅଙ୍କ ସ୍ମୃତି ସ୍ଥାନ ପରିଦର୍ଶନ ସହ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହାପରେ ଗୋଷାଣୀ ନୂଆଁଗାଁ ଗ୍ରସ୍ତରେ ଯିବେ । ସେଠାରେ ପହଁଞ୍ଚିବା ପରେ ନାବାର୍ଡ଼ ପକ୍ଷରୁ ନିର୍ମାଣ ହେଉଥିବା ଏସଏଲଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପରେ ଏଲ ଆଣ୍ତ ଟି ଦ୍ବାରା ନିର୍ମାଣ ହେଉଥିବା ସ୍କୁଲ ହବର ଉଦ୍ଦଘାଟନ କରିବେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇବେ ମହାମହିମ । ଦିନ ୧୨ଟା ୩୦ ମିନିଟ୍ ରେ ପାହାଡ଼ପୁରରୁ ବାହାରି ୧୨ଟା ୪୫ ମିନିଟ୍ ରେ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଁଞ୍ଚିବା ସେଠାରେ ନିଶାମୁକ୍ତି ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ମେ ୫ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ପଣ୍ତିତ ରଘୁପତିଙ୍କ ଜନ୍ମ- ସ୍ଥାନ ଦାଣ୍ତବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ମଧ୍ଯାହ୍ନ ସମୟରେ ଶିମିଳିପାଳ ନ୍ୟାସନାଲ ପାର୍କ (Similipal National Park), ଟାଇଗର ରିଜର୍ଭ ପରିଦର୍ଶନ କରିବେ । ରାଷ୍ଟ୍ରପତି ପ୍ରଥମ ଥର ଶିମିଳିପାଳ ଆସୁଥି୍ବାରୁ କର୍ତ୍ତୃପକ୍ଷ ପକ୍ଷରୁ ସୁରକ୍ଷା ଓ ଆତିଥେୟତା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଦିନ ରାଷ୍ଟ୍ରପତି ଅଭୟାରଣ୍ୟ ଭିତରେ ଦିନ କାଟିବେ । ରାଷ୍ଟ୍ରପତିଙ୍କ ଗ୍ରସ୍ତ ଲାଗି ଦୁଇ ଦିନ ଶିମିଳିପାଳ ଅଭୟାରଣ୍ୟରେ (Similipal National Park)  ସାଧାରଣ ଜନତାଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଶିମିଳିପାଳ ବୁଲିବା ପରେ ସେ ବାରିପଦା ଅତିଥି ଭବନରେ ରାତ୍ରିଯାପନ କରିବେ । ପରଦିନ ଅର୍ଥାତ୍ ୬ ତାରିଖରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱ ବିଦ୍ୟାଳୟର (Sriram chandra bhanja deo university) ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ତା ଯିବେ ପରେ ସେଠାରୁ ଦିଲ୍ଲୀ ଫେରିବା ନେଇ କାର୍ଯ୍ୟକ୍ରମ ରହିଛି ।

Read More
{}{}