Hindi News >>Home >>Odisha Trending

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ରାଷ୍ଟ୍ରପତି

President Draupadi Murmu: ଆଉ ଅଳ୍ପଦିନ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ଏଥି ନିମନ୍ତେ ଦେଶର ବିଷିଷ୍ଟ ବ୍ୟକ୍ତିମାନେ ଯୋଗଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି ।

Advertisement
ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ରାଷ୍ଟ୍ରପତି
Stop
Soubhagya Ranjan Mishra|Updated: Jan 13, 2024, 03:19 PM IST

Invitation to president draupadi murmu: ଚଳିତ ମାସ ତଥା ୨୨ ଜାନୁଆରୀରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମହାନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଶୁକ୍ରବାର ଦିନ ରାମ ମନ୍ଦିର ଟ୍ରଷ୍ଟର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । 

ରାଷ୍ଟ୍ରପତିଙ୍କୁ ଭେଟିଥିବା ଟିମ୍ ମଧ୍ୟରେ ଥିଲେ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନ୍ରିପେନ୍ଦ୍ର ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସଭାପତି ଆଲୋକ କୁମାର । ଭିଏଚପି ଜାତୀୟ ମୁଖପାତ୍ର ବିନୋଦ ବନସାଲ ସୋସିଆଲ ମିଡିଆ X ମାଧ୍ୟମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଆଜି ମହାମହିମ ରାଷ୍ଟ୍ରପତିରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପାଇଁ ନିମନ୍ତ୍ରଣ ପତ୍ର ଗ୍ରହଣ କରିଛନ୍ତି । ନିମନ୍ତ୍ରଣ ପତ୍ର ଗ୍ରହଣ କରିବା ପରେ ରାଷ୍ଟ୍ରପତି ଖୁବ ଖୁସି ବ୍ୟକ୍ତ କରିଛନ୍ତି ।

Post- 

ଅନ୍ୟପଟେ ଜାନୁୟାରୀ ୧୧ ତାରିଖ ଦିନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଉପରାଷ୍ଟ୍ରପତିଙ୍କୁ ଆଲୋକ କୁମାର ଏବଂ ଶ୍ରୀପେନ୍ଦ୍ର ମିଶ୍ର ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ନିମନ୍ତ୍ରଣ ପତ୍ର ପାଇବା ପରେ ଉପରାଷ୍ଟ୍ରପତି ଖୁବ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଏହି ମହାନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପରମ ସୌଭାଗ୍ୟର କଥା । ମୁଁ ପରିଦର୍ଶନ ସମୟ ବିଷୟରେ ଶୀଘ୍ର ସୂଚନା ଦେବି ବୋଲି ଉପରାଷ୍ଟ୍ରପତି କହିଥିଲେ । 

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନିଆ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ନାଶିକର କାଲାରାମ ମନ୍ଦିରରେ ପୂଜା କରିବା ସ୍ୱତନ୍ତ୍ର ରୀତିନୀତି ଆରମ୍ଭ କରିଛନ୍ତି। 

Also Read- Weather News: ଉତ୍ତର ଭାରତରେ ଆହୁରି ଖସିବ ପାରଦ, ଆର୍ଲଟ ଜାରି କଲା IMD

Also Read- Cricket News: ହାତ ନଥିବା କ୍ରିକେଟର, ଯାହାଙ୍କର ବୋଲିଂ ଆଉ ବ୍ୟାଟିଂ ଆପଣଙ୍କ ହୋସ୍ ଉଡ଼ାଇ ଦେବ

Read More
{}{}