Hindi News >>Home >>Odisha Trending

Vikram As seen by Pragyan: ବିକ୍ରମ ଲ୍ୟାଣ୍ଡରର ଫଟୋ ପଠାଇଲା ପ୍ରଜ୍ଞାନ

ନୂଆଦିଲ୍ଲୀ, (ଜୀ ଓଡ଼ିଶା): ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିବା ବିକ୍ରମ ଲ୍ୟାଣ୍ଡର ଦେଖିବାକୁ କେମିତି? ଏହି ଉତ୍ସୁକତାକୁ ଆଜି ଜବାବ ଦେଇଛି ରୋଭର ପ୍ରଜ୍ଞାନ। ନିଜ ଦେହରେ ଲାଗିଥିବା ନାଭ୍‍ କ୍ୟାମ (NavCam) ଦ୍ୱାରା ପ୍ରଜ୍ଞାନ ଏକ ସୁନ୍ଦର ଚିତ୍ର ଉେତ୍ତାଳନ କରି ପଠାଇଛି। ଇସ୍ରୋ ବୈଜ୍ଞାନିକମାନେ ଏହାକୁ ସେଶାଲ୍‍ ମିଡିଆାରେ ଶେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି।

Advertisement
Vikram As seen by Pragyan: ବିକ୍ରମ ଲ୍ୟାଣ୍ଡରର ଫଟୋ  ପଠାଇଲା ପ୍ରଜ୍ଞାନ
Stop
Priyambada Rana|Updated: Aug 30, 2023, 03:13 PM IST

ନୂଆଦିଲ୍ଲୀ, (ଜୀ ଓଡ଼ିଶା): ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିବା ବିକ୍ରମ ଲ୍ୟାଣ୍ଡର ଦେଖିବାକୁ କେମିତି? ଏହି ଉତ୍ସୁକତାକୁ ଆଜି ଜବାବ ଦେଇଛି ରୋଭର ପ୍ରଜ୍ଞାନ। ନିଜ ଦେହରେ ଲାଗିଥିବା ନାଭ୍‍ କ୍ୟାମ (NavCam) ଦ୍ୱାରା ପ୍ରଜ୍ଞାନ ଏକ ସୁନ୍ଦର ଚିତ୍ର ଉେତ୍ତାଳନ କରି ପଠାଇଛି। ଇସ୍ରୋ ବୈଜ୍ଞାନିକମାନେ ଏହାକୁ ସେଶାଲ୍‍ ମିଡିଆାରେ ଶେୟାର କରିବା ସହ ଖୁସିବ୍ୟକ୍ତ କରିଛନ୍ତି।

ଇସ୍ରୋ ପକ୍ଷରୁ ଜାରି ଏକ ବାର୍ତ୍ତାରେ କୁହାଯାଇଛି, ‘ପ୍ରଜ୍ଞାନ’ ଏହି ଫଟୋକୁ ଆଜି ସକାଳେ ଉଠାଇଛି। ପ୍ରଜ୍ଞାନରେ ଲାଗିଥିବା ଶକ୍ତିଶଳଳୀ ଅତ୍ୟାଧୁନିକ ନାଭିଗାସନ୍‍ କ୍ୟାମେରା ଦ୍ୱାରା ଏହା ସଂଗ୍ରହ କରାଯାଇପାରିଛି। ଏହି କ୍ୟାମେରା କେବଳ ଚନ୍ଦ୍ରଯାନ ମିଶନ-୩ ପାଇଁ  ବିକଶିତ କରାଯାଇଛି। ଏହାକୁ ଇଲେକ୍ଟ୍ରା ଅପ୍ଟିକ୍‍ ସିଷ୍ଟମ ପରୀକ୍ଷାଗାର ପ୍ରସ୍ତୁତ କରିଥିବା ଇେ୍ସ୍ରା ପକ୍ଷରୁ କୁହାଯାଇଛି।

ଇସ୍ରୋର ଚନ୍ଦ୍ରୟାନ ୩ର ସଫଳତା ପରେ ଏବେ ଆଉ ପାଦେ ଆଗେଇବାକୁ ଯାଉଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ । ଜହ୍ନ ରାଇଜରେ ପାଦ ଥାପିବା ପରେ ସୂର୍ଯ୍ୟ ଉପରେ ନଜର ରଖିଛି ଇସ୍ରୋ । ସୂର୍ଯ୍ୟ ବିଷୟରେ ଟିକିନିଖି ଖବର ଜାଣିବାକୁ ଆସନ୍ତା ୨ ସେପ୍ଟେମ୍ବର ୨୦୨୩ ରେ ଇସ୍ରୋ ଆରମ୍ଭ କରୁଛି ନିଜର ମିଶନ ସୂର୍ଯ୍ୟ ଯାହାର ନାଁ  AdityaL1 ରଖାଯାଇଛି। ଏହା ଭାରତର ପ୍ରଥମ ସୌର ମିଶନ । ୨ ତାରିଖରେ ଭାରତୀୟ ସମୟ ଅନୁସାରେ ୧୧ଟା ବାଜି ୫୦ ମିନିଟ୍ ସମୟରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ। ତେବେ ଏହି ଉତକ୍ଷେପଣ ପାଇଁ ଇସ୍ରୋ ସମସ୍ତ ପ୍ରସ୍ତୁତି ଶେଷ କରିଛି।  ଆଜି ଉତକ୍ଷେପଣ ପୂର୍ବରୁ ଅଭ୍ୟାସ କରିସାରିଛି। ପୂର୍ବାଭ୍ୟାସ ପ୍ରସ୍ତୁତି ପର୍ଯ୍ୟାୟରେ ଲଞ୍ଚିଂ ଭେହିକିଲକୁ ଟିକିନିଖି ଭାବେ ଯାଞ୍ଚ କରାଯାଇଥିଲା। 

ସୂଚନାଯୋଗ୍ୟ AdityaL1 କୁ ସୂର୍ଯ୍ୟର ସବୁଠାରୁ ବାହାର ସ୍ତର ପର୍ଯ୍ୟନ୍ତ ଅବଲୋକନ ବା ଅବଜରଭେସନ କରିବାକୁ ପ୍ରସ୍ତୁତ କରାଯାଇଛି। L1 ପୃଥିବୀ ଠାରୁ ପାଖାପାଖି ୧୫ ଲକ୍ଷ କିଲୋମିଟର ଦୂରତାରେ ଥିବା ସୂର୍ଯ୍ୟ ପାଖକୁ ଯାତ୍ରା ଲେଙ୍ଗ୍ରେଜ ବିନ୍ଦୁ ଜରିଆରେ କରିବ। ଲେଙ୍ଗ୍ରେଜ ବିନ୍ଦୁ ହେଉଛି ଅନ୍ତରୀକ୍ଷ ସ୍ଥିତ ୱେ ସ୍ଥାନ। ଯେଉଁଠାରେ ସୂର୍ଯ୍ୟ ଓ ପୃଥିବୀ ର ଗୁରୁତ୍ୱାକର୍ଷଣ ବଳ ଆକର୍ଷଣ ଓ ପ୍ରତିକର୍ଷଣ କ୍ଷେତ୍ର ଉତ୍ପନ୍ନ କରିଥାଏ। ନାସା ମୁତାବକ ଏହାର ଉପଯୋଗ ଅନ୍ତରୀକ୍ଷ ଯାନକୁ ସ୍ଥିର ସ୍ଥିତିରେ ରଖିବାକୁ ଆବଶ୍ୟକୀୟ ଇନ୍ଧନ କୁ କମାଇବାକୁ ବ୍ୟବହାର କରାଯାଇଥାଏ। 

Also Read: ଶାମିଙ୍କୁ ବାଧିଗଲା ପନ୍ତଙ୍କ କଥା? ହେୟାର ଟ୍ରାନ୍ସପ୍ଲାଣ୍ଟ କରିଦେଲେ ଭାରତୀୟ ବୋଲର, ନୂଆ ଲୁକ୍ ଭାଇରାଲ୍

Read More
{}{}