Hindi News >>Home >>Odisha Trending

Ram gopal barma:ପୁନମ ପାଣ୍ଡେଙ୍କ ସମର୍ଥନରେ ବାହାରିଲେ ରାମଗୋପାଲ ବର୍ମା

ମଡେଲ-ଅଭିନେତ୍ରୀ ପୁନମ ପାଣ୍ଡେ ଗତକାଲି ନିଜ ମୃତ୍ୟୁ ଖବର ପ୍ରଚାର କରିଥିଲେ। ତେବେ ଆଜି ଜଣାପଡିଛି ଯେ ମିଛ ମୃତ୍ୟୁ ଖବର କେବଳ ମାତ୍ର ପିଆର ଷ୍ଟଣ୍ଟ ଥିଲା।  ସର୍ଭିକାଲ୍ କ୍ୟାନସର ସଚେତନତା ନାଁରେ ପୁନମ ପାଣ୍ଡେଙ୍କ ଏହି କାମକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ସାଧାରଣ ଲୋକଙ୍କଠାରୁ  ସେଲିବ୍ରିଟି ସମସ୍ତେ ଏହି ମାମଲାରେ

Advertisement
SOCIAL MEDIA
Stop
Zee Odisha Desk|Updated: Feb 03, 2024, 10:31 PM IST

Ram gopal barma:

ମଡେଲ-ଅଭିନେତ୍ରୀ ପୁନମ ପାଣ୍ଡେ ଗତକାଲି ନିଜ ମୃତ୍ୟୁ ଖବର ପ୍ରଚାର କରିଥିଲେ। ତେବେ ଆଜି ଜଣାପଡିଛି ଯେ ମିଛ ମୃତ୍ୟୁ ଖବର କେବଳ ମାତ୍ର ପିଆର ଷ୍ଟଣ୍ଟ ଥିଲା।  ସର୍ଭିକାଲ୍ କ୍ୟାନସର ସଚେତନତା ନାଁରେ ପୁନମ ପାଣ୍ଡେଙ୍କ ଏହି କାମକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ସାଧାରଣ ଲୋକଙ୍କଠାରୁ  ସେଲିବ୍ରିଟି ସମସ୍ତେ ଏହି ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଫିଲ୍ମ ନିର୍ମାତା ରାମ ଗୋପାଳ ଅଭିନେତ୍ରୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ସମର୍ଥନ କରିଛନ୍ତି।

ଶନିବାର ରାମ ଗୋପାଳ ବର୍ମା ଏକ୍ସ ରେ ଅଭିନେତ୍ରୀଙ୍କ ସମାଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହି ବଡ଼ ପଦକ୍ଷେପ ପଛରେ ଅଭିନେତ୍ରୀଙ୍କ ଉଦ୍ଦେଶ୍ୟକୁ ସେ ପ୍ରଶଂସା କରିଛନ୍ତି। ଫିଲ୍ମ ନିର୍ମାତା ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ହେଲୋ ପୁନମ ପାଣ୍ଡେ, ଏହି ପ୍ରସଙ୍ଗରେ ଧ୍ୟାନ ଆକର୍ଷଣ କରିବା ପାଇଁ ଆପଣ ଯେଉଁ ଚରମ ଉପାୟ ଆପଣାଇଛନ୍ତି ତାହା ହୁଏତ କିଛି ସମାଲୋଚନାର ଶିକାର ହୋଇପାରେ, କିନ୍ତୁ କେହି ଆପଣଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇପାରିବେ ନାହିଁ।

ରାମ ଗୋପାଳ ବର୍ମା ପୋଷ୍ଟରେ ଆହୁରି ଲେଖିଛନ୍ତି, 'ଏହି ପ୍ରତାରଣା ଦ୍ୱାରା ଆପଣ କ'ଣ ହାସଲ କରିଛନ୍ତି ବୋଲି କେହି ପ୍ରଶ୍ନ କରିପାରିବେ ନାହିଁ। ଗର୍ଭାଶୟ କର୍କଟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ତୁମର ଆତ୍ମା ତୁମ ପରି ସୁନ୍ଦର । ମୁଁ ତୁମର ଦୀର୍ଘ ଏବଂ ସୁଖୀ ଜୀବନ କାମନା କରୁଛି | ରାମ ଗୋପାଳ ବର୍ମାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ସହ ୟୁଜର୍ସ ମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ରାମ ଗୋପାଳ ବର୍ମାଙ୍କ ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି ଜଣେ ୟୁଜର ଲେଖିଛନ୍ତି, ' ଆରଜିଭି ,ଆପଣଙ୍କ ହୋସ ଫେରି ଆସୁ। ଅନ୍ୟ ଜଣେ ଲେଖିଛନ୍ତି, ସଚେତନତା ସୃଷ୍ଟି କରିବା ପାଇଁ ଅନେକ ଉପାୟ ଅଛି, କିନ୍ତୁ ପୁନମ ପାଣ୍ଡେ ଏହା ଠିକ୍ ନୁହେଁ। ଅନ୍ୟ ଜଣେ ଲେଖିଛନ୍ତି, ଏହା ଏକ ଲଜ୍ଜାଜନକ କାର୍ଯ୍ୟ, ଏହାକୁ ସମର୍ଥନ କରନ୍ତୁ ନାହିଁ।

ଏହାର ପୂର୍ବ ଦିନ ପୁନମ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ଲେଖାଥିଲା ଯେ ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟ କାରଣରୁ ମୃତ୍ୟୁ ହୋଇଛି । ତେବେ ଶନିବାର ଅଭିନେତ୍ରୀ ଏହି ଖବରକୁ ମିଥ୍ୟା ବୋଲି କହିବା ସହିତ ଏକ ଭିଡିଓ ସେୟାର କରି ତାଙ୍କ ବୟାନରେ କହିଛନ୍ତି ଯେ, "ମୁଁ ଦୁଃଖିତ ଯେ ମୁଁ ଏହି ଲୁହର କାରଣ ଥିଲି ଏବଂ ମୁଁ ଯେଉଁମାନଙ୍କୁ ଆଘାତ ଦେଇଛି ସେମାନଙ୍କ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଆମେ ଏ ବିଷୟରେ ଯଥେଷ୍ଟ କହୁନାହୁଁ, ଯାହା କି ସର୍ଭିକାଲ କ୍ୟାନସର। ହଁ! ମୁଁ ମୋର ମିଛ ମୃତ୍ୟୁର କାହାଣୀ ପ୍ରଚାର କରିଥିଲି।  ମୁଁ ଜାଣେ... କିନ୍ତୁ ହଠାତ୍ ଆମେ ସମସ୍ତେ ସର୍ଭିକାଲ କ୍ୟାନସର ବିଷୟରେ କହୁଛୁ, ଠିକ୍ କି? ଏହା ଏପରି ଏକ ରୋଗ ଯାହା ଚୁପ୍ ଚାପ୍ ଆପଣଙ୍କ ଜୀବନ ନେଇଯାଏ ଏବଂ ଏହି ରୋଗ ତୁରନ୍ତ ଲୋକଲୋଚନକୁ ଆସିବା ଆବଶ୍ୟକ । ମୋ ର ମୃତ୍ୟୁ ଖବରରୁ ମୁଁ ଯାହା ଲାଭ କରିଛି ସେଥିପାଇଁ ମୁଁ ଗର୍ବିତ । '

Read More
{}{}