Hindi News >>Home >>Odisha Trending

Police Job: ୭ ହଜାର ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି ! ଯୋଗ୍ୟତା ଦଶମ ପାସ, ଦରମା ୬୨ ହଜାର

ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ ପୋଲିସ ବିଭାଗରେ ଚାକିରି ପାଇଁ ଇଚ୍ଛା ରଖିଛନ୍ତି କିମ୍ୱା ଏକ ସୁଯୋଗକୁ ଅପେକ୍ଷା କରିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । କାରଣ ଆପଣଙ୍କ ସ୍ୱପ୍ନ ହେବାକୁ ଯାଉଛି ପୁରଣ । ଯଦି ଆପଣ ପୋଲିସ ବିଭାଗରେ ଶାରିରୀକ ପରୀକ୍ଷା ଦେବା ପାଇଁ କଠିନ ପରିଶ୍ରମ (Hard work) କରି ଅଭ୍ୟାସ ଜାରି ରଖିଛନ୍ତି

Advertisement
Police Job: ୭ ହଜାର ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି ! ଯୋଗ୍ୟତା ଦଶମ ପାସ, ଦରମା ୬୨ ହଜାର
Stop
Soubhagya Ranjan Mishra|Updated: Jun 24, 2023, 12:18 PM IST

Police Job: ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ ପୋଲିସ ବିଭାଗରେ ଚାକିରି ପାଇଁ ଇଚ୍ଛା ରଖିଛନ୍ତି କିମ୍ୱା ଏକ ସୁଯୋଗକୁ ଅପେକ୍ଷା କରିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । କାରଣ ଆପଣଙ୍କ ସ୍ୱପ୍ନ ହେବାକୁ ଯାଉଛି ପୁରଣ । ଯଦି ଆପଣ ପୋଲିସ ବିଭାଗରେ ଶାରିରୀକ ପରୀକ୍ଷା ଦେବା ପାଇଁ କଠିନ ପରିଶ୍ରମ (Hard work) କରି ଅଭ୍ୟାସ ଜାରି ରଖିଛନ୍ତି ତେବେ ତାହା ବର୍ତ୍ତମାନ କାମରେ ଲାଗିବାକୁ ଯାଉଛି । ଅର୍ଥାତ୍ ପରୀକ୍ଷାର ସମୟ ଆସିଯାଇଛି । କୁହାଯାଏ 'ମାଛ ଖାଇବ ଇଲିସି ଚାକିରି କରିବ ପୋଲିସି' କାରଣ ପୋଲିସ ଚାକିରିରେ ଥାଏ ଭଲ ଦରମା, ସମ୍ମାନ  ଓ ଦେଶ ପ୍ରତି ସେବା ମନବୃତ୍ତିର ଜୋସ୍ । ତେଣୁ ଅନେକ ଯୁବକ, ଯୁବତୀମାନେ ପୋଲିସ ବିଭାଗରେ ଭର୍ତ୍ତି ହେବା ପାଇଁ କଲେଜ ପାଠପଡା ସମୟରୁ  ଉଦ୍ୟମ ଜାରି ରଖନ୍ତି ନିଜର ସ୍ୱପ୍ନକୁ ପୂରଣ କରିବାକୁ ।

ବିଜ୍ଞପ୍ତି ଅନୁଯାୟୀ ମୋଟ ୭୦୯୦ ଟି ପଦବୀ ବାହାରିଛି । ଏଥିରେ କନଷ୍ଟେବଳ ଜେନେରାଲ ଡ୍ୟୁଟି (Constable General Duty) ସ୍ପେଶାଲ ସଶସ୍ତ୍ର ବାହିନୀର ୨୬୪୬ ଟି ପୋଷ୍ଟ, କନଷ୍ଟେବଳ ଜେନେରାଲ ଡ୍ୟୁଟି ଅଣ-ସ୍ୱତନ୍ତ୍ର ସଶସ୍ତ୍ର ବାହିନୀର ୪୪୪୪ ଟି ପୋଷ୍ଟ ଏବଂ କନଷ୍ଟେବଲ ଜେନେରାଲ ଡ୍ୟୁଟି ରେଡିଓ ଅପରେଟର (Radio operator) ପାଇଁ ୩୨୧ ଟି ପଦବୀ ରହିଛି। ମଧ୍ୟପ୍ରଦେଶ ପ୍ରଫେସନାଲ ପରୀକ୍ଷା ବୋର୍ଡ, MPESB କନେଷ୍ଟବଳ  ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଯେଉଁ ଆଧାରରେ ପ୍ରାର୍ଥୀଙ୍କୁ ଅନଲାଇନ୍ ଆବେଦନ (online apply) କରିବାକୁ କୁହାଯାଇଛି।

କେଉଁଠାରେ ଆବେଦନ କରିବେ ?
ଜୁନ୍ ୨୬ ରୁ ନିଯୁକ୍ତି ପାଇଁ ପ୍ରାର୍ଥୀମାନନଙ୍କୁ ଅନଲାଇନ୍ ଆବେଦନ କରିବାକୁ  କୁହାଯାଇଛି । ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ (Official website) esb.mp.gov.in ରେ ଅନଲାଇନ ଆବେଦନ କରିପାରିବେ । ଧ୍ୟାନ ଦିଅନ୍ତୁ କି ନିଯୁକ୍ତି ପାଇଁ ଫର୍ମ ପୂରଣ ଜୁଲାଇ ୧୦ ପର୍ଯ୍ୟନ୍ତ କରିପାରିବେ । ଅନ୍ୟପକ୍ଷରେ, ଜୁନ୍ ୨୫ ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଆବେଦନରେ ସଂଶୋଧନ କରିପାରିବେ ।

କିଏ ଆବେଦନ କରିପାରିବେ ?
ଦଶମ ପାସ୍ ଆଶାୟୀ ପୋଲିସ୍ କନଷ୍ଟେବଳ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ତେବେ ST ବର୍ଗଙ୍କ ପାଇଁ ଯୋଗ୍ୟତା ଅଷ୍ଟମ ପାସ୍ ରହିବ । କିନ୍ତୁ କନଷ୍ଟେବଲ୍ ରେଡିଓ ଅପରେଟର ପଦବୀ ଗୁଡିକ ପାଇଁ ଦ୍ୱାଦଶ ପାସ୍ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ।

ବୟସ ପରିସର
୧୮-୩୬ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଫର୍ମ ପୂରଣ କରିପାରିବେ । ଏଥିରେ ରାଜ୍ୟର EWS ଶ୍ରେଣୀକୁ ୩ ବର୍ଷ, ମହିଳା ପ୍ରାର୍ଥୀଙ୍କୁ ୬ ବର୍ଷ ଓ MP ଏସଟି ଓବିସି ବର୍ଗର ପ୍ରାର୍ଥୀଙ୍କୁ ୩ ବର୍ଷ ରିଲାକ୍ସେସନ ମିଳିବ।

ଦରମା
ଏହି ପଦବୀରେ ଚୟନ ପରେ ପ୍ରାର୍ଥୀଙ୍କୁ ମାସିକ ୧୯,୫୦୦ ରୁ ୬୨,୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ସ୍କେଲ ଦିଆଯିବ।

ଆପଣଙ୍କୁ କହିରଖୁଛୁ ଯେ, ସଂରକ୍ଷିତ ବା ଜେନେରାଲ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା । SC / ST / OBC ଏବଂ EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨୫୦ ଟଙ୍କା । କନଷ୍ଟେବଳ ଜିଡି ପୋଷ୍ଟ ପାଇଁ ପ୍ରାର୍ଥୀମାନେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଏହା ବ୍ୟତୀତ ପ୍ରାର୍ଥୀମାନେ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ ଓ ହାର୍ଡୱେର୍, କମ୍ପ୍ୟୁଟର ହାର୍ଡୱେର୍, ଟେଲିକମୁନିକେସନ୍, ଇନଷ୍ଟ୍ରୁମେଣ୍ଟ୍ ମେକାନିକ୍ କିମ୍ବା ସୂଚନା ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଂରେ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ପଲିଟେକ୍ନିକ୍ ପ୍ରତିଷ୍ଠାନ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ଦୁଇ ବର୍ଷ ପାଠ୍ୟକ୍ରମ ପାସ କରିଥିବେ।

କନଷ୍ଟେବଳ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା (PET) ଏବଂ ଡାକ୍ତରୀ ପରୀକ୍ଷା ଅନ୍ତର୍ଭୁକ୍ତ ହେବ । ଲିଖିତ ପରୀକ୍ଷାରେ ମଲ୍ଟିପୁଲ ପ୍ରଶ୍ନ ରହିବ , ଯେତେବେଳେ PET ରେ ୧୦୦ ମିଟର ଦୌଡ଼, ୮୦୦ ମିଟର ଦୌଡ଼ ଏବଂ ଏକ ଲଙ୍ଗ ଜମ୍ପ ଅନ୍ତର୍ଭୁକ୍ତ ହେବ । ଡାକ୍ତରୀ ପରୀକ୍ଷା ପ୍ରାର୍ଥୀଙ୍କ ଶାରୀରିକ ସୁସ୍ଥତାକୁ ଆକଳନ କରିବ।

Also read: ୨୪ ଘଣ୍ଟା ପାଇଁ କରୁଛନ୍ତି ବୁକିଂ! କିନ୍ତୁ ମଧ୍ୟାହ୍ନ ୧୨ ଟାରେ କାହିଁକି ଛାଡୁଛନ୍ତି ରୁମ୍, ଜାଣନ୍ତୁ କାରଣ...

Read More
{}{}