Hindi News >>Home >>Odisha Trending

Election 2024: ଗୋଟିଏ ନୁହେଁ ତିନୋଟି ଜାଗାରେ ଭୋଟ ଦେବେ ଏହି ଗ୍ରାମର ଲୋକ; ଜାଣନ୍ତୁ କାହିଁକି

2024 Election in Odisha: ୨୦୨୪ ଗୋଟିଏ ନୁହେଁ ବରଂ ତିନୋଟି ଜାଗାରେ ଭୋଟ ଦେବେ ପୋଡମପେଟା ଗ୍ରାମବାସୀ।

Advertisement
Election 2024: ଗୋଟିଏ ନୁହେଁ ତିନୋଟି ଜାଗାରେ ଭୋଟ ଦେବେ ଏହି ଗ୍ରାମର ଲୋକ; ଜାଣନ୍ତୁ କାହିଁକି
Stop
Updated: Apr 17, 2024, 04:53 PM IST

Podampeta Village Odisha: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପାଇଁ ଅପ୍ରେଲ ୧୯ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ନିର୍ବାଚନ ବାତାବରଣ ମଧ୍ୟରେ ପୋଡମପେଟା ଗ୍ରାମର ଭୋଟର ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏହି ଗାଁ ବର୍ତ୍ତମାନ କେବଳ ନାମକୁ ମାତ୍ର ରହିଛି। ଗତ ୨୦୧୧ ଜୁଲାଇ ମାସରେ ଘଟିଥିବା ସେହି ଘଟଣାକୁ ପୋଡମପେଟା ଗ୍ରାମବାସୀ କେବେ ହେଲେ ଭୁଲିପାରିବେ ନାହିଁ। ସେତେବେଳେ ସମୁଦ୍ରରେ ଏପରି ଭୟଙ୍କର ଜୁଆର ଆସିଥିଲା ଯେ ଯାହାର ପ୍ରଭାବରେ ୫ ଘର ଭାସି ଯାଇଥିଲା। ମାଛ କାରବାରରୁ ଗୁଜରାଣ ମେଣ୍ଟାଉଥିବା ପୋଡାମପେଟା ଗ୍ରାମବାସୀ ସେହି କ୍ଷତିର ଭରଣା କରିପାରି ନାହାଁନ୍ତି।

କାରଣ ସେତେବେଳେ ଆସିଥିବା ଜୁଆର ଗ୍ରାମର ଜମିକୁ ନଷ୍ଟ କରିଦେଲା। ଏହି ଘଟଣାକୁ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ତଥାପି ଜମି ଧସିବାରେ ଲାଗିଛି। ସମୁଦ୍ର ଜୁଆରର ଉଚ୍ଚ ତରଙ୍ଗ କାରଣରୁ ଗାଁ ଲୋକେ ନିଜ ଗ୍ରାମରେ  ରହିବାକୁ ସୁରକ୍ଷିତ ମଣୁନାହାଁନ୍ତି। ଜୀବନ ପ୍ରତି ବିପଦ ରହିଥିବା ବେଳେ ସରକାର ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଆରମ୍ଭ କରିଥିଲେ। ଯେତେବେଳେ ନିର୍ବାଚନ ଅନୁଷ୍ଠିତ ହେଉଥିଲା, ସେତେବେଳ ପୁରୁଣା ପୋଡମପେଟା ଗ୍ରାମ ନିକଟରେ ଏକ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଉଥିବା। ହେଲେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ନିର୍ବାଚନ ପାଇଁ ପୁରୁଣା ବ୍ୟବସ୍ଥା ବଦଳିଛି। ବର୍ତ୍ତମାନ ପୋଡାମପେଟା ଗ୍ରାମର ଭୋଟର ତିନୋଟି ଭିନ୍ନ ସ୍ଥାନରେ ଭୋଟ୍ ଦେବେ।

ସମୁଦ୍ର ପାଖରୁ ରହିଥିଲା ବିପଦ; ସମଗ୍ର ଗାଁ ହୋଇଥିଲା ସ୍ଥାନାନ୍ତର
ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ପୋଡାମପେଟା ଗାଁ ରାଜଧାନୀ ଭୁବନେଶ୍ୱର ଠାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ। କେବେ ଏଠାରେ ରହୁଥିବା ଶ୍ୟାମା କହିଛନ୍ତି "ଟାଇମ୍ସ ଅଫ୍ ଇଣ୍ଡିଆ"ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ବିଗତ ୨ ଦଶନ୍ଧି ମଧ୍ୟରେ ସମୁଦ୍ର କୂଳରେ ରହିଥିବା ଅନେକ ନିଶ୍ଚିହ୍ନ ହୋଇଯାଇଛି। ଆମେ ଆମର ଘର, ମାଛ ଶୁଖାଇବା ସ୍ଥାନ ଏବଂ ଜୀବିକା ହରାଇଛୁ। ଏପରିକି ସମୁଦ୍ର ପାଇଁ ଆମକୁ ଗାଁ ଛାଡିବାକୁ ପଡ଼ିଛି। ଭୂସ୍ଖଳନ ପରେ ଗତ ୨୦୧୧-୧୨ ବର୍ଷରେ ପ୍ରାୟ ୬ କିଲୋମିଟର ଦୂରରେ ରହିଥିବା ପୋଡ଼ାଗଡ଼ା ଗ୍ରାମରେ ୧୦୨ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଏହାକୁ ନୂଆ ପୋଡମପେଟା କୁହାଯାଉଛି।

ନୂଆ ପୋଡମପେଟ ଗ୍ରାମର ବାସିନ୍ଦା ଗଜେନ୍ଦ୍ର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ଆମକୁ ଆମ ଜନ୍ମସ୍ଥାନ ଛାଡିବାକୁ ପଡିଛି। ଆମେ ହେଉଛି ଜଳବାୟୁ ଶରଣାର୍ଥୀ। ବର୍ତ୍ତମାନ ଆମେ ପାନୀୟ ଜଳ, ରାସ୍ତା ଏବଂ ଶବଦାହ ଭଳି ପ୍ରତ୍ୟେକ ମୌଳିକ ଆବଶ୍ୟକତା ପାଇଁ ସଂଗ୍ରାମ କରୁଛୁ। ଗତ ୨୦୧୩ ବର୍ଷରେ ଫାଇଲିନ୍ ବାତ୍ୟା ପରେ ଗ୍ରାମର ଅବଶିଷ୍ଟ ୩୬୧ ପରିବାର ମୟୂରପଡା ଗ୍ରାମ ନିକଟରେ ଅବସ୍ଥାପିତ ହୋଇଥିଲା।

୨୦୨୪ ନିର୍ବାଚନରେ କେଉଁଠି ଭୋଟ ଦେବେ ପୋଡମପେଟ ଗ୍ରାମବାସୀ?
ପୂର୍ବରୁ ପୋଡମପେଟ ଗ୍ରାମବାସୀ ପୁରୁଣା ଗାଁ ନିକଟରେ ଅବସ୍ଥିତ ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଉଥିଲେ। ବର୍ତ୍ତମାନ ନୂଆ ପୋଡମପେଟ ଠାରେ ରହୁଥିବା ବୈରାଗୀ "ଟାଇମ୍ସ ଅଫ୍ ଇଣ୍ଡିଆ"ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଆମେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଭୋଟ୍ ଦେବୁ। ନୂଆ ପୋଡମପେଟା ଗ୍ରାମରେ କୌଣସି ମତଦାନ କେନ୍ଦ୍ର ନାହିଁ। ନିର୍ବାଚନ ଆୟୋଗ ଅନୁଯାୟୀ ଅରୁଣପୁର ପ୍ରାଥମିକ ବିଦ୍ୟାଳୟରେ ୨୨୦ ଜଣରୁ ଅଧିକ ଭୋଟର ଭୋଟ୍ ଦେବେ। ଏହି ସ୍ଥାନ ଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଅବସ୍ଥିତ। ସେହିପରି ୧୨୦ ଜଣରୁ ଅଧିକ ଭୋଟର ଭୋଟ ଦେବା ପାଇଁ ଏନ.ବାରାପଲ୍ଲୀ ପର୍ଯ୍ୟନ୍ତ ଯିବେ। ଯାହାକି ଗାଁ ଠାରୁ ପ୍ରାୟ ୪ କିମି ଦୂରରେ ଅବସ୍ଥିତ। କିଛି ଲୋକଙ୍କୁ ଭୋଟ୍ ଦେବା ପାଇଁ ମୟୂରପଡା ଯିବେ। 

Read More
{}{}