Hindi News >>Home >>Odisha Trending

Pocket AC: ପ୍ରବଳ ଗରମରୁ ମିଳିବ ତ୍ରାହି: ଟି ସାର୍ଟରେ ଲଗାନ୍ତୁ ଏହି ଏସି

କିଛିଦିନ ହେବ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା (Rain) ହୋଇଛି । ଯାହାଦ୍ୱାରା ବିଭିନ୍ନ ସ୍ଥାନରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବା ସହ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନ୍ୟପଟରେ ମୌସୁମୀ କେବେ ଓଡ଼ିଶାରେ ପ୍ରବେଶ କରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ମଧ୍ୟ ରାଜ୍ୟ ସମେତ ଦେଶର ଅନେକ ସହରରେ ଅଧିକ ତାପମାତ୍ରା (tempretur

Advertisement
Pocket AC: ପ୍ରବଳ ଗରମରୁ ମିଳିବ ତ୍ରାହି: ଟି ସାର୍ଟରେ ଲଗାନ୍ତୁ ଏହି ଏସି
Stop
Soubhagya Ranjan Mishra|Updated: Jun 05, 2023, 12:36 PM IST

Pocket AC: କିଛିଦିନ ହେବ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା (Rain) ହୋଇଛି । ଯାହାଦ୍ୱାରା ବିଭିନ୍ନ ସ୍ଥାନରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବା ସହ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନ୍ୟପଟରେ ମୌସୁମୀ କେବେ ଓଡ଼ିଶାରେ ପ୍ରବେଶ କରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ମଧ୍ୟ ରାଜ୍ୟ ସମେତ ଦେଶର ଅନେକ ସହରରେ ଅଧିକ ତାପମାତ୍ରା (tempreture) କାରଣରୁ ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି । ତେବେ ଏହାରି ମଧ୍ୟରେ ଆପଣଙ୍କ ପାଇଁ ଆମେ ଆଣିଛୁ ଏକ ଭଲ ଖବର (Good news) । ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଆପଣ ପିନ୍ଧୁଥିବା ଟି ସାର୍ଟରେ (T Shirt) ଲଗାଇପାରିବେ ଏସି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆମେ ଏହା ବିଷୟରେ ଆପଣଙ୍କୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଯାଉଛୁ ।

ଟେକନୋଲୋଜୀ (technology) ସହ ପାଦେ ଆଗକୁ ବଢି ସୋନି କମ୍ପାନୀ (sony company) ଲଞ୍ଚ୍ କରିସାରିଛି ପକେଟ୍ ଏସି ( Pocket AC)। ଏହି ଏସି ଆପଣଙ୍କ ଶରୀରକୁ ଥଣ୍ଡା ପବନ ଦେବା ସହ ଆପଣଙ୍କ ପାଇଁ ଏହା ଖୁବ୍ ଲାଭ ଦାୟକ ହେବ । ବଡ଼ କଥା ହେଉଛି ଏହି ଏସି ପାଇଁ କମ୍ପାନୀ ଏକ ଏପରି ବ୍ୟାଟେରୀ (battary) ପ୍ରସ୍ତୁତ କରିଛି ଯାହାକୁ ଥରେ ଚାର୍ଜ କରିଲେ ଆପଣଙ୍କୁ ଦୀର୍ଘ ସମୟ ଧରି ଆରାମଦାୟକ ଥଣ୍ଡା ପବନ ଦେବାରେ ସାହାଯ୍ୟ କରିବ । ଏହି ଏସିକୁ ଆପଣ ଘରେ, ଯାତ୍ରା କରୁଥିବା ସମୟରେ ଏବଂ ପ୍ରଚଣ୍ଡ ଖରାରେ ବାହାରକୁ ବାହାରିବା ସମୟରେ ବ୍ୟବହାର କରିପାରିବେ ।

ଆପଣଙ୍କୁ ଏହା ମଧ୍ୟ ଜଣାଇବାକୁ ଚାହୁଁଛୁ ଯେ, ଏହି ଏସିକୁ ଏକ ସାର୍ଟ କିମ୍ବା ଟି-ସାର୍ଟର କଲାରରେ ଆପଣ ଖୁବ୍ ସହଜରେ ଲଗାଇ ବ୍ୟବହାର କରିପାରିବେ । ଏସି ଲଗାଇବା ପରେ ଏହାକୁ ଅନ୍ (on) କରିବା ମାତ୍ରେ ଆପଣଙ୍କୁ ଥଣ୍ଡା ପବନ ଦେବା ଆରମ୍ଭ କରିଦେବ । ଯଦି କୌଣସି ଦୂର ସ୍ଥାନକୁ ଯାଇଥିବା ସମୟରେ ଆପଣଙ୍କ ଏସିର ଚାର୍ଜ ସରିଯାଏ ଆପଣ ଏହାକୁ ଖୁବ ସହଜରେ ନିଜ ସ୍ମାର୍ଟଫୋନ୍ (smart phone), ଲାପଟପ, କିମ୍ୱା ଅନ୍ୟ କୌଣସି ପ୍ରକାରରେ କନେକ୍ଟ (connect) କରି ଚାର୍ଜ କରିପାରିବେ ।

ସୋନି କମ୍ପାନୀ ଏହି ପ୍ରଡକ୍ଟକୁ ଏପରି ଢଙ୍ଗରେ ଡିଜାଇନ୍ କରିଛି ଯାହା ଆପଣଙ୍କ ପାଇଁ ବ୍ୟବହାର କରିବା ସହଜ ହେବ । କାରଣ ଏହି ଡିଭାଇସର ଓଜନ ଅତ୍ୟନ୍ତ ହାଲୁକା ଅଟେ । ଯାହାଦ୍ୱାରା ଆପଣଙ୍କୁ ଲାଗିବ ନାହିଁ ଯେ, ଆପଣ ଏକ ଭାର ବହନ କରୁଛନ୍ତି । କାନରେ ଲଗାଉଥିବା ହେଡ୍ ଫୋନଠାରୁ ମଧ୍ୟ ଏହା ଅତ୍ୟନ୍ତ ହାଲୁକା ବୋଲି ବ୍ୟବହାରକାରୀ (user) ମତବ୍ୟକ୍ତ କରିଛନ୍ତି ।

ଏହି ଏସି ବ୍ୟବହାର କରିବାରେ ଆପଣଙ୍କୁ କୌଣସି ସମସ୍ୟା ହେବନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କୌଣସି ପ୍ରକାରର କ୍ଷତିକାରକ ଯନ୍ତ୍ର ନୁହେଁ ବୋଲି ସୂଚନା ରହିଛି । ଏହାକୁ ଯେକୌଣସି ବୟସର ଯେକୌଣସି ବ୍ୟକ୍ତି ସହଜରେ ବ୍ୟବହାର କରିପାରିବେ । ତେବେ ପକେଟ ଏସି ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବା ପରେ ଆପଣ ଏହାକୁ ବ୍ୟବହାର କରିବା ପାଇଁ ନିଶ୍ଚେ ଇଚ୍ଛୁକ ହୋଇଥିବେ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଏହାର ବଜାର ଦର ବର୍ତ୍ତମାନ ପ୍ରାୟ ୨୨ ହଜାର ଟଙ୍କା ରହିଛି । ଭବିଷ୍ୟତରେ ଏହାର ବ୍ୟବହାର ଏବଂ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଅଧିକ ପକେଟ୍ ଏସି ବଜାରକୁ ଛାଡିବ ବୋଲି ସୂଚନା ମିଳିଛି । ଯଦି ଆପଣ ମଧ୍ୟ ସହଜରେ ଥଣ୍ଡା ପବନ ଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ଖୁବ ଶୀଘ୍ର ଅର୍ଡର କରନ୍ତୁ ।

also read- ପ୍ରଚଣ୍ଡ ଶବ୍ଦ କରି ଗଙ୍ଗା ନଦୀରେ ଭୁଶୁଡି ପଡିଲା ବ୍ରିଜ, ଦେଖନ୍ତୁ ଏହି ଭିଡିଓ

Read More
{}{}