Hindi News >>Home >>Odisha Trending

PM Modi On Unemployment: ବିରୋଧୀଙ୍କ ବେରୋଜଗାର ଓ ମହଙ୍ଗା ପ୍ରସଙ୍ଗରେ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

PM Modi On Unemployment: ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ପିଏମ ମୋଦୀ । ଦେଶରେ ବଢୁଥିବା ବେକାରୀ ସମସ୍ୟା ଏବଂ ମହଙ୍ଗା ପ୍ରସଙ୍ଗରେ ଆଲୋଚନା କରି କହିଛନ୍ତି ଯେ, ବର୍ତ୍ତମାନ ନିଯୁକ୍ତି ବଢାଇବା ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା ।

Advertisement
PM Modi On Unemployment: ବିରୋଧୀଙ୍କ ବେରୋଜଗାର ଓ ମହଙ୍ଗା ପ୍ରସଙ୍ଗରେ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ
Stop
Soubhagya Ranjan Mishra|Updated: Dec 30, 2023, 03:26 PM IST

PM Modi On Unemployment: ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିବା ସମୟରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲଣି । ତେବେ ବିରୋଧୀଦଳ ମଧ୍ୟ ବିଭିନ୍ନ ପ୍ରସଂଙ୍ଗ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଛନ୍ତି । ସେମଧ୍ୟରେ ପ୍ରମୁଖ ଦୁଇଟି ବିଷୟ ହେଉଛି ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା । ଏହି ସମୟରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧି ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଲାଖୋଲି ଭାବେ ଉତ୍ତର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ -୧୯ ସମୟରେ ସମଗ୍ର ବିଶ୍ୱରେ ଅର୍ଥନୈତିକ ବ୍ୟବସ୍ଥା ଠପ୍ ହୋଇଥିଲା କିନ୍ତୁ ତଥାପି ଭାରତ ସେହି ସମୟରେ ଏହାକୁ ସଫଳ ଭାବରେ ମୁକାବିଲା କରିବାରେ ସକ୍ଷମ ହୋଇଛି । ଗଣମାଧ୍ୟମ ସାମ୍ନାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବଡ଼ ଅସୁବିଧା, ବିଶ୍ୱ ସଙ୍କଟ, ଯୋଗାଣ ଶୃଙ୍ଖଳା ଭାଙ୍ଗିବା ଏବଂ ଭୌଗୋଳିକ ରାଜନୈତିକ ତିକ୍ତତା ସମଗ୍ର ବିଶ୍ୱରେ ମୂଲ୍ୟ ଉପରେ ପ୍ରଭାବ ପକାଇଛି। ଏହା ପରେ ମଧ୍ୟ ୨୦୧୪-୨୦୧୫ ବର୍ଷରୁ ୨୦୨୩-୨୦୨୪ ମଧ୍ୟରେ ମୁଦ୍ରାସ୍ଫୀତି ମାତ୍ର ୫.୧ ପ୍ରତିଶତ ରହିଛି । ପୂର୍ବରୁ ୨୦୦୪ରୁ ୨୦୧୪ ମଧ୍ୟରେ ମୁଦ୍ରାସ୍ଫୀତି ୮.୨ ପ୍ରତିଶତ ଥିଲା । 

ଦେଶରେ ବେରୋଜଗାରୀ ହ୍ରାସ ପ୍ରସଙ୍ଗରେ ପିଏମ ମୋଦୀ କହିଛନ୍ତି ଯେ, ସରକାର ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ପ୍ରାଥମିକତା ଦେଉଛନ୍ତି । ସମସ୍ତେ ଜାଣନ୍ତି ଯେ ଭିତ୍ତିଭୂମିରେ ବିନିଯୋଗ ଅଭିବୃଦ୍ଧି ଏବଂ ରୋଜଗାରକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ । ତେଣୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରାଯାଉଛି । କୌଣସି ବ୍ଲୁ ପ୍ରିଣ୍ଟ୍ ପ୍ରଥମେ ଘୋଷଣା କରି ମୁଁ କାର୍ଯ୍ୟ କରେନାହିଁ ବରଂ ସମସ୍ତ ବିଷୟରେ ଟିକନିକ୍ ଜାଣିବା ପରେ ମୁଁ ପଦକ୍ଷପ ନେଇଥାଏ । ଏଥିସହିତ ପୁଞ୍ଜି ବିନିଯୋଗକୁ ନେଇ ପିଏମ ମୋଦୀ କହିଛନ୍ତି ଯେ,  2023-24 ଆର୍ଥିକ ବର୍ଷରେ ପୁଞ୍ଜି ବିନିଯୋଗକୁ ବଢାଯାଇ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ଭାରତର ଅର୍ଥନୀତି ବର୍ତ୍ତମାନ ଦ୍ରୁତ ଗତିରେ ବଢୁଛି । ୨୦୨୩ ମସିହାରେ ମଧ୍ୟ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଦେଶ ମଧ୍ୟରେ ଭାରତ ରହିବ । ଆସନ୍ତା ବର୍ଷ ପାଇଁ ଟ୍ରିଲିୟନ ଟଙ୍କାର ଅର୍ଥନୀତି ସ୍ଥିର କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଟ୍ରାକ୍ ରେକର୍ଡ ସ୍ୱୟଂଚାଳିତ ଭାବରେ ଏହାକୁ ନିଶ୍ଚିତ କରିଥାଏ।
ଗୁଜୁରାଟ ବିଷୟରେ କହି ପିଏମ ସୂଚନା ଦେଇଛନ୍ତି ଯେ, ମୁଁ ଯେତେବେଳେ ୨୦୦୧ ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ଏହାର ଅର୍ଥନୀତିର ଆକାର ପ୍ରାୟ ୨୬ ବିଲିୟନ ଡଲାର ଅର୍ଥାତ ୨.୧୭ ଲକ୍ଷ କୋଟି ଥିଲା। ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେବା ପାଇଁ ଗୁଜୁରାଟ ଛାଡିଥିଲି, ସେତେବେଳେ ଗୁଜୁରାଟର ଅର୍ଥନୀତିର ଆକାର ୧୩୩.୫ ବିଲିୟନ ଡ଼ଲାର ଅର୍ଥାତ ୧୧.୧ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଗୁଜୁରାଟର ଅର୍ଥନୀତି ପ୍ରାୟ ୨୬୦ ବିଲିୟନ ଡ଼ଲାର ୨୧.୬ ଲକ୍ଷକୋଟି ଛୁଇଁଲାଣି । ଏଥିସହିତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଜିଡିପି ୩୭.୫ ଟ୍ରିଲିୟନ ହେବା ନେଇ ଲକ୍ଷ କରାଯାଇଛି ।

Also Read- Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...

Read More
{}{}