Hindi News >>Home >>Odisha Trending

PM Kisan: ଖୁସି ଖବର ! ଏହି ତାରିଖରେ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା..

Big Update of PM Kisan Samannidhi Yojana 14th installment : କୃଷକଙ୍କ ପାଇଁ ଖୁସି ଖବର । ଖୁବ୍ ଶିଘ୍ର ଆକାଣ୍ଟକୁ ଆସିବାକୁ ଯାଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିମ ମାସ ଶେଷ ସୁଦ୍ଧା କୃଷକଙ୍କ ଆକାଉଣ୍ଟକୁ ପଠାଇବେ ୨୦୦୦ ଟଙ୍କା ।ଚଳିତ ବର୍ଷ ଫେବୃଆରୀ ୨୭ ତାରିଖରେ କିସାନ ସମ୍ମାନ ନିଧି ଯୋଜନାର ୧୩ତମ କିସ୍ତି ଆକାଉଣ୍ଟକୁ ଆସିବା ପରେ ଦୀର୍ଘ ଦିନ ଧରି ୧୪ତମ କିସ୍ତିକୁ ଅନେଇ ବସିଛନ୍ତି ଚାଷୀ । 

Advertisement
ସାଙ୍କେତିକ ଫଟୋ: Update on PM Kisan samman nidhi Yojana
Stop
Priyambada Rana|Updated: Jul 19, 2023, 01:03 PM IST

PM Kisan Samannidhi Yojana 14th installment: କୃଷକଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର(PM Kisan Samman Nidhi Scheme) ୧୪ତମ କିସ୍ତି ଖୁବ୍ ଶିଘ୍ର ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି । କିସାନ ସମ୍ମାନ ନିଧି ଯୋଜନାର ୧୩ତମ କିସ୍ତି ଆକାଉଣ୍ଟକୁ ଆସିବା ପରେ ଦୀର୍ଘ ଦିନ ଧରି ୧୪ତମ କିସ୍ତି(14th installment )କୁ ଅନେଇ ବସିଥିଲେ ଚାଷୀ । ତେବେ ସେମାନଙ୍କ ଅପେକ୍ଷାର ଅନ୍ତ ଖୁବ୍ ଶିଘ୍ର ହେବାକୁ ଯାଉଛି ।ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ରିଲିଜ ହେବା ନେଇ ଜଣାପଡ଼ିଛି ।

ଏତିକି ତାରିଖରେ ଆକାଉଣ୍ଟକୁ ଯିବ ଟଙ୍କା-

ସୂଚନା ଅନୁସାରେ ରାଜସ୍ଥାନର ନୌଗାରରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ଏହି କିସ୍ତିର ୨ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇବା ନେଇ ଆୟୋଜନ କରାଇଛି। ଏଥର ୮ କୋଟିରୁ ଅଧିକ ଚାଷୀ ଏହି ଯୋଜନାର ଲାଭ ଉଠାଇ ପାରିବେ। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ଜୁଲାଇ ୨୮ ତାରିଖରେ ରିଲିଜ କରାଯିବ।ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟୟରେ ପହଞ୍ଚିଛି ।ବିଶେଷ କଥା ହେଉଛି ଏଥର ସରକାର ୧୮ ହଜାର କୋଟିରୁ ଅଧିକ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ। ୨ ହଜାର କୋଟି ଟଙ୍କା ପ୍ରାୟ ୯ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବା ନେଇ ବ୍ୟବସ୍ଥା କରାଯାଇଛି ।

ବଞ୍ଚିତ ହେବେ ଅଯୋଗ୍ୟ ଚାଷୀ-

ଆଉ ଏକ ବଡ଼ କଥା ହେଉଛି ଯେ ଚଳିତ ଥର ଅନେକ ଚାଷୀ(Farmer) ୧୪ତମ କିସ୍ତିରୁ ବଞ୍ଚିତ ହେବା ନେଇ ଜଣାପଡ଼ିଛି । ସରକାରୀ ନିୟମ ଅନୁଯାୟୀ ଯେଉଁ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଇ- KYC ଏବଂ ଆଧାର ନମ୍ବରକୁ ଲିଙ୍କ୍ ହୋଇନାହିଁ ସେମାନେ ଚଳିତ କିସ୍ତିରୁ ବଞ୍ଚିତ ହୋଇପାରନ୍ତି । ଯଦି ଆପଣ ଏପର୍ଯ୍ୟନ୍ତ ଆକାଉଣ୍ଟ ସହିତ ଇ- KYC ଏବଂ ଆଧାର ନମ୍ବରକୁ ଲିଙ୍କ୍ କରିନାହାଁନ୍ତି, ତେବେ ତୁରନ୍ତ ଏହାକୁ କରାଇ ନିଅନ୍ତୁ।ଅନ୍ୟଥା, ଆପଣ ୧୪ତମ କିସ୍ତିରୁ ବଞ୍ଚିତ ହୋଇପାରନ୍ତି ।

ଯଦି ଆପଣ ଜଣେ ଯୋଗ୍ୟ କୃଷକ ତେବେ ଜଲଦି ଗ୍ରାହକ ସେବା କେନ୍ଦ୍ର ପରିଦର୍ଶନ କରି ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ ଇ-କେୱାଇସି ଏବଂ ଆଧାର ନମ୍ବର ଲିଙ୍କ କରାଇ ନିଅନ୍ତୁ । ଯଦି ଆପଣ ଚାହାଁନ୍ତି pmkisan.go.in ସାଇଟକୁ ଗସ୍ତ କରି ଆପଣ ଅନଲାଇନରେ ଘରେ ବସି e-KYC କାର୍ଯ୍ୟ ସଂପୂର୍ଣ୍ଣ କରିପାରିବେ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଗୋଟିଏ ବର୍ଷରେ ଚାଷୀଙ୍କୁ ୬ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି । ପ୍ରତି ବର୍ଷ ୨ ହଜାର ଟଙ୍କାର ତିନୋଟି ସମାନ କିସ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିସାନ କିସାନ ସମ୍ମାନ ନିଧି ଯୋଜନାର ୧୩ଟି କିସ୍ତି (13th installment) କୃଷକଙ୍କୁ ମିଳିସାରିଛି । ଚଳିତ ବର୍ଷ ଫେବୃଆରୀ ୨୭ରେ, ସେ ୧୩ ତମ କିସ୍ତି ରିଲିଜ କରିଥିଲେ ସରକାର । ଏଥିରେ ୧୬ ହଜାର କୋଟିରୁ ଅଧିକ ଟଙ୍କା ଦେଶର ବିଭିନ୍ନ ରାଜ୍ୟର ଯୋଗ୍ୟ କୃଷକଙ୍କୁ ମିଳିଥିଲା ।ପରବର୍ତ୍ତି ୧୪ତମ କିସ୍ତିର ଟଙ୍କା ଖୁବ୍ ଶିଘ୍ର ଆକାଉଣ୍ଟକୁ ଆସିବା ଆଶା ପ୍ରକଟ କରିଛନ୍ତି ଚାଷୀ ।

ଏହା ବି ପଢ଼ନ୍ତୁ: Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Puri News: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଜାଣନ୍ତୁ କିଭଳି ପ୍ରସ୍ତୁତ ହୁଏ ଶ୍ରୀମୁଖରେ ଲାଗି ହେଉଥିବା ଶୃଙ୍ଗାର?

 

Read More
{}{}