Hindi News >>Home >>Odisha Trending

PM Kisan: ପିଏମ କିସାନ ଉପରେ କେନ୍ଦ୍ର କୃଷି ମନ୍ତ୍ରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ ଦେଶର ସମସ୍ତ ଚାଷୀ

PM Kisan: କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଅଧ୍ୟକ୍ଷତାରେ କୃଷି କ୍ଷେତ୍ରର ବ୍ୟାପକ ବିକାଶ ଉଦ୍ଦେଶ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ତୋମର କହିଛନ୍ତି ଯେ ସାରା ଦେଶର ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ ମୋଦି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହ କାର୍ଯ୍ୟ କରୁଛନ୍ତି ।

Advertisement
PM Kisan: ପିଏମ କିସାନ ଉପରେ କେନ୍ଦ୍ର କୃଷି ମନ୍ତ୍ରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ ଦେଶର ସମସ୍ତ ଚାଷୀ
Stop
Zee Odisha Desk|Updated: Apr 29, 2023, 04:38 PM IST

PM Kisan: କୃଷକମାନଙ୍କୁ (Farmers) ଆର୍ଥିକ ଦୃଷ୍ଟିରୁ ମଜବୁତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର (Modi Govt) ଙ୍କ ଦ୍ୱାରା ନିରନ୍ତର ପଦକ୍ଷେପ ନିଆଯାଉଛି । କେନ୍ଦ୍ର ସରକାରଙ୍କ (Central Government) ବହୁ ମହତ୍ୱକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା (PM Kisan Nidhi Scheme) ଦ୍ୱାରା ଦେଶର କୋଟି ଚାଷୀ (Farmers) ଉପକୃତ ହେଉଛନ୍ତି । ଏହା ବ୍ୟତୀତ ଚାଷୀଙ୍କ ଉନ୍ନତି ପାଇଁ ଅନେକ ରାଜ୍ୟ ବିଭିନ୍ନ ଯୋଜନା ଚଳାଉଛନ୍ତି । କୃଷକମାନଙ୍କୁ (Farmers) ଆର୍ଥିକ ଦୃଷ୍ଟିରୁ ଅଧିକ ମଜବୁତ କରିବା ପାଇଁ କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କେନ୍ଦ୍ର ଶାସିତ ଅଞ୍ଚଳ (UT) କୁ ପିଏମ କିସାନ ( PM-KISAN) ସମେତ ସମସ୍ତ କେନ୍ଦ୍ରୀୟ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ କହିଛନ୍ତି ।

କୃଷକମାନେ (Farmers) ସମସ୍ତ କଲ୍ୟାଣକାରୀ ଯୋଜନାର ଲାଭ ପାଇବା ଉଚିତ ବୋଲି କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି । ଏକ ଆଧିକାରୀକ ବୟାନ ଜାରି କରି କୁହାଯାଇଛି ଯେ, କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) ଙ୍କ ଅଧ୍ୟକ୍ଷତାରେ କୃଷି କ୍ଷେତ୍ରର ବ୍ୟାପକ ବିକାଶ ଉଦ୍ଦେଶ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ ସାରା ଦେଶର ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ ମୋଦି (PM Modi) ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହ କାର୍ଯ୍ୟ କରୁଛନ୍ତି ।

କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, ସରକାରଙ୍କ ଏହି ଯୋଜନାଗୁଡିକର ଶତ ପ୍ରତିଶତ କାର୍ଯ୍ୟକାରିତା କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ନିଶ୍ଚିତ ହେବା ଉଚିତ । ସେଠାରେ ଥିବା ସମସ୍ତ କୃଷକ (Farmers) ମଧ୍ୟ କଲ୍ୟାଣ ଯୋଜନାର ଲାଭ ପାଇବା ଉଚିତ୍ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଯୋଗ୍ୟ କୃଷକ (Farmers), ପଶୁପାଳନ ଏବଂ ମତ୍ସ୍ୟଜୀବୀମାନେ କିସାନ୍ କ୍ରେଡିଟ୍ କାର୍ଡ (KCC) ଓ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (Pradhan Mantri Kisan Samman Nidhi) ସମେତ ଅନ୍ୟାନ୍ୟ ଯୋଜନାର ଲାଭ ପାଇବା ଉଚିତ୍ ।

ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!

ଅଧିକ ପଢ଼ନ୍ତୁ-୩ଟି ରାଶିର ଲୋକ ହୋଇଯାଆନ୍ତି ସତର୍କ; କିଛି ଦିନ ପରେ ଶନି-ଚନ୍ଦ୍ର ସୃଷ୍ଟି କରିବେ ବିଷ ଯୋଗ, ବର୍ଷିବ କେବଳ ସଂକଟ ହିଁ ସଂକଟ

ଅଧିକ ପଢ଼ନ୍ତୁ-ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ, ନୂତନ ଚାକିରି-ପଦୋନ୍ନତି ସହ ମିଳିବ ପ୍ରବଳ ଟଙ୍କା

କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, ଅନ୍ୟ ରାଜ୍ୟମାନଙ୍କ ସହିତ ଏହି କ୍ଷେତ୍ରଗୁଡିକ ମଧ୍ୟ ବିକାଶ ଦୌଡ଼ରେ ଆଗରେ ରହିବା ଆବଶ୍ୟକ । କେନ୍ଦ୍ର ଶାସିତ ଅଞ୍ଚଳର କ୍ଷୁଦ୍ର କୃଷକଙ୍କ ଜୀବନଶ ଶୈଳୀରେ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ । କୃଷି ମନ୍ତ୍ରୀ (Agriculture Minister) ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହିତ କୌଣସି ଯୋଜନା ଓ ପାଣ୍ଠିର ଅଭାବ ନାହିଁ, ଏହି ଯୋଜନାଗୁଡିକର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ଆବଶ୍ୟକତା ରହିଛି ।

Read More
{}{}