Hindi News >>Home >>Odisha Trending

Place Name Change in MP: ପୁଣି ବଦଳିଲା ଆଉ ଏକ ସ୍ଥାନର ନାମ, ବରଖେଡା ପଠାନୀ ହେଲା ଲାଲ ବାହଦୂର ଶାସ୍ତ୍ରୀ ନଗର

Mughal Era Name Change:  ପୂର୍ବରୁ ମଧ୍ୟ ପ୍ରଦେଶ ସରକାର ରାଜ୍ୟର ହବୀବଗଞ୍ଜ ରେଳ ଷ୍ଟେସନ ନାମ ପରିବର୍ତ୍ତନ କରି ରାଣୀ କମଳାପତି ରେଳ ଷ୍ଟେସନ ନାମରେ ନାମିତ କରିଥିଲେ। ଏହା ବ୍ୟତୀତ ଇସଲାମନଗର ନାମ ଜଗଦୀଶପୁରରେ ପରିବର୍ତ୍ତନ କରାଯାଇଥିଲା। 

Advertisement
Place Name Change in MP: ପୁଣି ବଦଳିଲା ଆଉ ଏକ ସ୍ଥାନର ନାମ, ବରଖେଡା ପଠାନୀ ହେଲା ଲାଲ ବାହଦୂର ଶାସ୍ତ୍ରୀ ନଗର
Stop
Zee Odisha Desk|Updated: Apr 26, 2023, 07:01 PM IST

Barkheda Pathani Renamed as Lal Bahadur Shastri Nagar: ମଧ୍ୟ ପ୍ରଦେଶରେ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା ଚାଲିଛି। ମଧ୍ୟ ପ୍ରଦେଶ ସରକାର ରାଜ୍ୟର ଭୋପାଳ ଜିଲ୍ଲାରେ ଅବସ୍ଥିତ ବରଖେଡା ପଠାନୀ ନାମକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି। ଏହି ସ୍ଥାନର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ନାମରେ ନାମିତ କରାଯାଇଛି। ବର୍ତ୍ତମାନ ବରଖେଡା ପଠାନୀ ଲାଲ ବାହାଦୂର ଶାସ୍ତ୍ରୀ ନଗର ନାମରେ ପରିଚିତ ହେବ। ଭୋପାଳ ନଗର ନିଗମ ବୈଠକରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି। ଏହା ପରେ ନଗର ନିଗମର ସାଧାରଣ ପ୍ରଶାସନ ବିଭାଗ ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା।

ଏହା ପୂର୍ବରୁ ମଧ୍ୟ ପ୍ରଦେଶ ସରକାର (Madhya Pradesh Govt) ରାଜ୍ୟର ହବୀବଗଞ୍ଜ ରେଳ ଷ୍ଟେସନ (Habibganj Railway Station) ନାମ ପରିବର୍ତ୍ତନ କରି ରାଣୀ କମଳାପତି ରେଳ ଷ୍ଟେସନ (Rani Kamalapati Railway Station) ନାମରେ ନାମିତ କରିଥିଲେ। ଏହା ବ୍ୟତୀତ ଇସଲାମନଗର ନାମ ଜଗଦୀଶପୁରରେ (Islamnagar to Jagdishpur) ପରିବର୍ତ୍ତନ କରାଯାଇଥିଲା। ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳ (Bhopal) ନିକଟରେ ଅବସ୍ଥିତ ସୀହୋର ଜିଲ୍ଲାର (Sehore District) ନାସରୁଲ୍ଲାଗଞ୍ଜ ନାମ ଭୈରୁନ୍ଦା (Nasrullaganj to Bherunda) ନାମରେ ନାମିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରାଯିବା ସମ୍ପର୍କରେ ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ମଧ୍ୟ ପ୍ରଦେଶ ସରକାର ରାଜ୍ୟର ନସରୁଲ୍ଲାଗଞ୍ଜ ନାମକ ସ୍ଥାନର ନାମ ପରିବର୍ତ୍ତନ କରି ଏହାକୁ ଭୈରୁନ୍ଦା ନାମରେ ନାମିତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। ଗୃହ ମନ୍ତ୍ରଣାଳୟ ଏହାକୁ ଅନୁମୋଦନ କରିଥଲା। ପରେ ରାଜ୍ୟ ସରକାରଙ୍କ ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ (MP CM Shivraj Singh Chouhan) ରାଜ୍ୟର ସୀହୋର ଜିଲ୍ଲାରେ ଅବସ୍ଥିତ ବୁଧନୀ ବିଧାନସଭା ଆସନରୁ (Budhni Assembly Constituency) ପ୍ରତିନିଧିତ୍ୱ କରୁଛନ୍ତି। ନାସରୁଲ୍ଲାଗଞ୍ଜ ସୀହୋର ଜିଲ୍ଲାର ବୁଧନୀ ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି। କିଛି ଦିନେ ପୂର୍ବେ ଏଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ନାସରୁଲ୍ଲାଗଞ୍ଜ ନାମ ପରିବର୍ତ୍ତନ କରାଯିବା ସମ୍ପର୍କରେ ଜଣାଇଥିଲେ।

Also Read: Place Name Changed: ଭୋପାଳ ପୂର୍ବରୁ ବଦଳିଲା ଇସଲାମ ନଗର ନାଁ, ୩୦୮ ବର୍ଷ ପୁରୁଣା ଇତିହାସ ପାଇବାକୁ ଲାଗିଲା ୩୦ ବର୍ଷ

 

ପୂର୍ବରୁ ପରିବର୍ତ୍ତନ କରାଯାଇଛି ଏହି ସ୍ଥାନର ନାମ
ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଭୋପାଳ ନଗର ନିଗମ (Bhopal Municipal Corporation) ବୈଠକରେ ଦୁଇଟି ସ୍ଥାନର ନାମ ପରିବର୍ତ୍ତନ କରାଯାଇଥିଲା। ପ୍ରଥମ ସ୍ଥାନ ଥିଲା ଲାଲଘାଟୀ (Lal Ghati), ଯାହାର ନାମ ମହେନ୍ଦ୍ର ନାରାୟଣ ଦାସ ଜୀ ମହାରାଜ ସର୍ବେଶ୍ୱର ଚୌରା (Mahendra Narayan Das Ji Maharaj Sarveshwar Chauraha) ଏବଂ ଦ୍ୱିତୀୟ ସ୍ଥାନ ହଲାଲପୁର ବସ୍ ଷ୍ଟାଣ୍ଡ (Halalpur Bus Stand Bhopal) ରହିଥିଲା। ଯାହାର ନାମ ହନୁମାନଗଢି (Hanuman Garhi Bus Stand) ନାମରେ ନାମିତ କରାଯାଇଥିଲା। ଏହି ଦୁଇଟି ସ୍ଥାନର ନାମ ପରିବର୍ତ୍ତନ କରିବା ପାଇଁ ଭୋପାଳ ଲୋକସଭା ଆସନର (Bhopal Lok Sabha) ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର (BJP MP Pragya Singh Thakur) ଉପସ୍ଥାପନ କରିଥିଲେ। ଭୋପାଳ ନଗର ନିଗମ ମେୟର ସାଂସଦଙ୍କୁ ସମର୍ଥନ କରି ଏହି ପ୍ରସ୍ତାବ ପାରିତ କରିଥିଲା।

ଏହି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ଭୋପାଳ ସାଂସଦ ପ୍ରଜ୍ଞା ସିଂହ ଠାକୁର କହିଥିଲେ ଯେ, ହଲାଲପୁରର ହଲାଲ ଶବ୍ଦ ଖରାପ ଏବଂ ଅଶୁଦ୍ଧ। ଦାସତ୍ୱର ପ୍ରତୀକକୁ ହଟାଇ ପୁନର୍ବାର ଭାରତର ଇତିହାସ ପରିବର୍ତ୍ତନ କରିବାର ଶକ୍ତି ଆମର ରହିଛି। ହଲାଲ ଏକ ଅଶୁଦ୍ଧ ଶବ୍ଦ, ଏହାକୁ ହଟାଯିବା ଆବଶ୍ୟକ। ଭୋପାଳର ପୁନଃନିର୍ମାଣ ଏବଂ ଇତିହାସ ପରିବର୍ତ୍ତନ ପାଇଁ ଆମେ ଛିଡା ହୋଇଛୁ। ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ ହଲାଲପୁର ବସ୍ ଷ୍ଟାଣ୍ଡ ନାମ ପରିବର୍ତ୍ତନ କରି ଏହାକୁ ହନୁମାନଗଢି ବସ୍ ଷ୍ଟାଣ୍ଡ ନାମରେ ନାମିତ କରାଯିବା ଆବଶ୍ୟକ। ଅନେକ ବୀର ଏବଂ ବୀରଙ୍ଗନା ଲାଲଘାଟୀ ଛକରେ ନିଜର ଜୀବନ ଉତ୍ସର୍ଗ କରିଛନ୍ତି। ଏହା ବ୍ୟତୀତ ଅନେକ ହତ୍ୟାକାଣ୍ଡ ଏଠାରେ ମଧ୍ୟ ହୋଇଛି। ସେସବୁକୁ ମନେ ପକାଇ ଏହି ଛକର ନାମ ମହେନ୍ଦ୍ର ନାରାୟଣ ଦାସ ଜୀ ମହାରାଜ ସର୍ବେଶ୍ୱର ଛକ ହେବା ଆବଶ୍ୟକ। 

Read More
{}{}