PHOTOS

Delhi Metro Salary: ଦିଲ୍ଲୀ ମେଟ୍ରୋରେ ଚାକିରୀରେ କେତେ ମିଳେ ଦରମା? ଜାଣନ୍ତୁ ପୂରା ଖବର

ସରକାରୀ ଚାକିରୀ କରିବାକୁ ଆଶା ରଖିଥିବା ଆଶାୟୀଙ୍କ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ଏକ ପ୍ରମୁଖ ସ୍ଥାନ । ଦିଲ୍ଲୀ ମେଟ୍ରୋରେ ଚାକିରୀ ପାଇବା ପାଇଁ ଅନେକ ଲୋକଙ୍କ ମଧ୍ୟରେ କ୍ରେଜ ରହିଛି । ବିଭିନ୍ନ ଖାଲି ଥିବା ପଦବୀରେ ନିଯୁକ୍ତି ହେବା ପାଇଁ ଦିଲ୍ଲୀ ମେଟ୍ରୋ ଖାଲି ପଦବୀ ବିଷୟରେ ବିଜ୍ଞପ୍ତି ପ୍ରକାଶ କରିଥାଏ । ଦିଲ୍ଲୀ ମେଟ୍ରୋରେ
Advertisement
1/7

ଯଦି କେହି ଦିଲ୍ଲୀ ମେଟ୍ରୋର ଗ୍ରାହକ ସମ୍ପର୍କ ସହାୟକ ପଦରେ ନିଯୁକ୍ତି ପାଆନ୍ତି ତେବେ ସେମାନଙ୍କୁ ଦରମା ସହିତ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ଦିଆଯାଇଥାଏ । 

2/7

ଦିଲ୍ଲୀ ମେଟ୍ରୋର କର୍ମଚାରୀଙ୍କୁ ଦରମା ସହିତ ଅନେକ ପ୍ରକାରର ଭତ୍ତା ମିଳିଥାଏ । ଗ୍ରାହକ ସମ୍ପର୍କ ସହାୟକ ପଦବୀରେ ମନୋନୀତ ପ୍ରାର୍ଥୀଙ୍କ ଦରମାରେ ମୂଳ ଦରମା ସହିତ ବିଭିନ୍ନ ପ୍ରକାରର ଭତ୍ତା ଏବଂ ସୁବିଧା ଅନ୍ତର୍ଭୁକ୍ତ ରହିଛି । 

3/7

ଦରମା ପେ ସ୍କେଲ ୩୫,୦୦୦ରୁ ୧,୧୦୦୦ ଟଙ୍କା । ଡିଏ ଆକାରରେ ମିଳିବ ୨,୫୫୫ ଟଙ୍କା । ଏଚଆରଏ ୮,୪୦୦ ଟଙ୍କା । ଅନ୍ୟାନ୍ୟ ଭତ୍ତା ମିଶାଇ ୧୧,୦୨୫ ଟଙ୍କା । ସମୁଦାୟ ମୋଟ ଦରମା ୫୬,୯୮୦ ଟଙ୍କା । ଦରମାରୁ ଟ୍ୟାକ୍ସ ଏବଂ ପିଏଫ ମିଶାଇ କଟିବ ୫,୫୦୦ ଟଙ୍କା । ଆକାଉଣ୍ଟକୁ ଆସିବ ୫୧,୪୮୦ ଟଙ୍କା ପାଖାପାଖି । ତେବେ ଅଭିଜ୍ଞତା ସହିତ ଦରମା ବୃଦ୍ଧି ହୋଇଥାଏ ।

4/7

ପ୍ରାର୍ଥୀ ଗ୍ରାହକ ସମ୍ପର୍କ ସହାୟକ ପଦ ପାଇଁ ମନୋନୀତ ହେବା ପରେ, ସେମାନେ ନିଗମ ଅଧୀନରେ ବିଭିନ୍ନ ଭତ୍ତା ଏବଂ ସୁବିଧା ପାଇବାକୁ ସମ୍ପୂର୍ଣ୍ଣ ହକଦାର । ତେବେ ଦରମା ସହିତ ଜଡିତ ସବିଶେଷ ତଥ୍ୟ ସରକାରୀ ୱେବସାଇଟରେ ଏପର୍ଯ୍ୟନ୍ତ ସୂଚିତ କରାଯାଇ ନାହିଁ। ପ୍ରାର୍ଥୀମାନେ ଏହି ସୂଚନା ପାଇବାକୁ ନିୟମିତ ଭାବରେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିଥା’ନ୍ତି । କର୍ମଚାରୀମାନଙ୍କୁ ଦିଆଯାଉଥିବା ଭତ୍ତା ମଧ୍ୟ DMRC ନୀତି ଅନୁଯାୟୀ ସମୟ ସମୟରେ ସଂଶୋଧିତ ହୋଇଥାଏ । ଯେତେବେଳେ କୌଣସି କର୍ମଚାରୀ ପଦୋନ୍ନତି ପାଆନ୍ତି, ସେହି ହିସାବରେ ଭତ୍ତା ଏବଂ ସୁବିଧା ମଧ୍ୟ ଅପଡେଟ୍ ହୋଇଥାଏ ।

5/7

ମନୋନୀତ ପ୍ରାର୍ଥୀମାନେ ଗ୍ରାହକ ସମ୍ପର୍କ ସହାୟକ ଭାବରେ ଏକାଧିକ କାର୍ଯ୍ୟ କରିବେ ଏବଂ ସିନିୟରମାନଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱ ସମ୍ପାଦନ କରିଥାନ୍ତି ।

6/7

ଯଦି ପ୍ରାର୍ଥୀମାନେ ଦକ୍ଷ ଏବଂ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରନ୍ତି ଏବଂ ସମୟସୀମା ପୂର୍ବରୁ ସେମାନଙ୍କର କାର୍ଯ୍ୟ ସମାପ୍ତ କରନ୍ତି, ତେବେ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ସ୍ତରକୁ ପଦୋନ୍ନତି କରିବାର ସମ୍ଭାବନା ଅଧିକ ଥାଏ । ପଦୋନ୍ନତି ହେଲେ ସେମାନେ ଅଧିକ ବେତନ ଓ ଭତ୍ତା ମଧ୍ୟ ପାଇଥାନ୍ତି ।

7/7

DMRC ର ଗ୍ରାହକ ସମ୍ପର୍କ ସହାୟକ ଭାବରେ କାର୍ଯ୍ୟ କରୁଥିବା ପ୍ରାର୍ଥି ପଦୋନ୍ନତି ପାଇବାକୁ ଯୋଗ୍ୟ ଅଟନ୍ତି । ସେମାନଙ୍କର କାର୍ଯ୍ୟଶୈଳୀ ଓ ଅଭିଜ୍ଞତା ନେଇ ପଦୋନ୍ନତି ପାଇଥାନ୍ତି ।





Read More