Hindi News >>Home >>Odisha Trending

Petrol Diesel Price: ଶସ୍ତା ହୋଇଗଲା ପେଟ୍ରୋଲ-ଡିଜେଲ, ଏହି ଲୋକଙ୍କ ପାଇଁ ରହିଛି ବଡ଼ ଖବର

Petrol Diesel Price: ମହାରାଷ୍ଟ୍ର ସରକାର ସାଧାରଣ ଲୋକଙ୍କୁ ଉପହାର ଦେଇଛନ୍ତି। ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିଛନ୍ତି। ମହାରାଷ୍ଟ୍ର ସରକାର ଶୁକ୍ରବାର ଦିନ ଡିଜେଲ ଉପରେ ଟିକସକୁ ୨୪ ପ୍ରତିଶତରୁ ୨୧ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି।  

Advertisement
Petrol Diesel Price
Stop
Jagdish Barik|Updated: Jun 28, 2024, 04:24 PM IST

Petrol Diesel Price in Maharashtra: ମହାରାଷ୍ଟ୍ର ସରକାର ନିଜ ଜନତାଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ସରକାର ଭାଟ୍ ହ୍ରାସ କରିଛନ୍ତି। ପେଟ୍ରୋଲର ମୂଲ୍ୟ ୬୫ ପଇସା ହ୍ରାସ ପାଇଥିବାବେଳେ ଡିଜେଲ ୨.୦୭ ଟଙ୍କା ଶସ୍ତା ହୋଇଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଉଛି। ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୪.୨୧ ଟଙ୍କା ରହିଛି। ଏଥି ସହିତ ଡିଜେଲର ମୂଲ୍ୟ ହେଉଛି ୯୨.୧୫ ଟଙ୍କା ରହିଛି। ଏହି ନୂଆ ଆରମ ପରେ ପେଟ୍ରୋଲର ମୂଲ୍ୟ ୧୦୩.୬୬ ଟଙ୍କାକୁ ଖସି ଆସିବ। ଏଥି ସହିତ ଡିଜେଲର ମୂଲ୍ୟ ୯୦.୦୮ ଟଙ୍କାକୁ ଖସିଯିବ।

ମହାରାଷ୍ଟ୍ର ସରକାରଙ୍କ ଆଉ ଏକ କଲ୍ୟାଣକାରୀ ଯୋଜନା ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ 'ମୁଖମନ୍ତ୍ରି ଅନ୍ନପୂର୍ଣ୍ଣା ଯୋଜନା' ଅଧୀନରେ ୫ ଜଣ ସଦସ୍ୟଙ୍କ ଯୋଗ୍ୟ ପରିବାର ପ୍ରତିବର୍ଷ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ମିଳିବ। ଜଣାଇଦେଉଛୁ ଯେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଦିନ ବିଧାନସଭାରେ ୨୦୨୪-୨୫ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ମହିଳାମାନଙ୍କୁ ମାସିକ ୧,୫୦୦ ଟଙ୍କା ଦେବାର ଯୋଜନା ବଜେଟରେ ଘୋଷଣା କରାଯାଇଛି। ଏହି ଭତ୍ତା ୨୧ ରୁ ୬୦ ବର୍ଷ ବୟସର ମହିଳାଙ୍କ ପାଇଁ ଉପଲବ୍ଧ ହେବ।

ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିବା ଅଜିତ ପାୱାର ବିଧାନସଭାରେ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ ଜୁଲାଇ ମାସରୁ 'ମୁଖମନ୍ତ୍ରି ମାଜି ଲଡକି ବାହିନ ଯୋଜନା' କାର୍ଯ୍ୟକାରୀ ହେବ। ଅକ୍ଟୋବରରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଚାରି ମାସ ପୂର୍ବରୁ ଏହା କାର୍ଯ୍ୟକାରୀ ହେଉଛି। ସେ କହିଛନ୍ତି ଯେ ଏହି ଯୋଜନା ପାଇଁ ବାର୍ଷିକ ବଜେଟ୍ ଆବଣ୍ଟନ ୪୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ୪୪ ଲକ୍ଷ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଦେୟ ଛାଡ କରାଯିବ।

Read More
{}{}