Hindi News >>Home >>Odisha Trending

Viral Video: କାର ଭିତରେ ବସିଥିଲେ ବ୍ୟକ୍ତି; ହଠାତ୍ ଖସିପଡ଼ିଲା ବୋମା, ଆଉ ଶେଷରେ...

Social Media Viral Video: ସୋସିଆଲ ମିଡ଼ିଆ ଦ୍ୱାରା ବିଭିନ୍ନ ସମୟରେ ଅନେକ ଭିଡ଼଼ିଓ ଭାଇରାଲ ହୋଇଥାଏ। ହେଲେ ଏବେ ଯେଉଁ ଭିଡ଼ିଓ ଭାଇରାଲ ହୋଇଛି ତାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ।

Advertisement
 Viral Video: କାର ଭିତରେ ବସିଥିଲେ ବ୍ୟକ୍ତି; ହଠାତ୍ ଖସିପଡ଼ିଲା ବୋମା, ଆଉ ଶେଷରେ...
Stop
Zee Odisha Desk|Updated: Jul 10, 2023, 07:32 PM IST

Bomb Blast in Car: ପ୍ରତିଶୋଧ ନେବା ଭାବନରେ ଲୋକେ ବେଳେବେଳେ ଏପରି କାର୍ଯ୍ୟ କରିଥାନ୍ତି ଯେଉଁଥିପାଇଁ ଅନ୍ୟ କାହାର ଜୀବନ ବିପଦରେ ପଡ଼ିଯାଏ। ପରିଣାମ ବିଷୟରେ ଚିନ୍ତା ନ କରି କରାଯାଇଥିବା କୌଣସି କାର୍ଯ୍ୟ ସବୁବେଳେ ବିପଜ୍ଜନକ ହୋଇଥାଏ। ସଦ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏହାର ଏକ ଲାଇଭ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ ଦର୍ଶାଉଛି ଯେ ଜଣେ ବ୍ୟକ୍ତି ତାଙ୍କ କାର ମଧ୍ୟରେ ବସିଛନ୍ତି। ଆଉ ସେତେବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ କାର ଉପରକୁ ବୋମା ଫିଙ୍ଗି ଦେଉଛନ୍ତି। ଏହି ବୋମା ତୁରନ୍ତ ବିସ୍ଫୋରଣ ହୋଇଥିଲା ଏବଂ ଏହି ଭୟଙ୍କର ଦୃଶ୍ୟ ଦେଖିବା ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ।

ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେଉଥିବାଲ ଏହି ଭିଡ଼ିଓ (Social Media Viral Video) ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଥିରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ପାର୍କିଂ ହୋଇଥିବା ତାଙ୍କ କାର ପାଖକୁ ଯାଉଛନ୍ତି। ସେ ନିଜ କାର ଭିତରେ ବସିଥିବା ବେଳେ ପଛ ପଟରୁ ଆସୁଥିବା ଅନ୍ୟ ଜଣେ ବ୍ୟକ୍ତି କାର ଉପରକୁ ବୋମା ଫିଙ୍ଗି ଦେଇଥିଲେ।

ଏହି ସମୟରେ କାର ଭିତରେ ବସିଥିବା ବ୍ୟକ୍ତି ତାଙ୍କ ଗାଡ଼ିର ଗେଟ୍ ବନ୍ଦ କରି ଦେଉଛନ୍ତି। ବିପଦ ବିଷୟରେ ଜାଣି ନ ଥିବା ବ୍ୟକ୍ତି କାର ଗେଟ ବନ୍ଦ କରିବା ମାତ୍ରେ ଗାଡ଼ି ଭିତରେ ଏକ ଜୋରଦାର ବିସ୍ଫୋରଣ (Bomb Blast in Car) ହୋଇଥିଲା। ବିସ୍ଫୋରଣ ହେବା ମାତ୍ରେ କାର ଗେଟ ଖୋଲିଯାଇ ବାହାରକୁ ବାହାରି ଯାଉଛି। କିଛି ସେକେଣ୍ଡ ଅବଧି ବିଶିଷ୍ଟ ଏହି ଭାଇରାଲ ଭିଡ଼ିଓ ଏହା ଦର୍ଶାଉଛି ଯେ ବିସ୍ଫୋରଣ ପରେ କାର ଭିତରେ କୌଣସି ହଲଚଲ୍ ହୋଇନାହିଁ। ବିସ୍ଫୋରଣ ପରେ ନିଆଁ ସହିତ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାରେ କେଉଁଠାରେ ଘଟିଛି ତାହା ଜଣାପଡ଼ିନାହିଁ।

ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେଉଥିବା ଏହି ବହୁତ ସେୟାର କରାଯାଉଛି। ସୋସିଆଲ ମିଡିଆ ଦ୍ୱାରା ଭାଇରାଲ ହେବା ପରେ ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୨.୮ ମିଲିୟନ ଭ୍ୟୁ ପାଇସାରିଛି। ସୋସିଆଲ ମିଡ଼ିଆ ୟୁଜର (Social Media User) ଏହି ଭିଡିଓ ଦେଖିବା ପରେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ଏହି ଭିଡିଓ ଦେଖି ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ସୋସିଆଲ ମିଡ଼ିଆ ୟୁଜର କାର ଉପରେ ବୋମା ଫିଙ୍ଗିଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରୁଛନ୍ତି। ଲୋକେ ବିଶ୍ୱାସ କରୁଛନ୍ତି ଯେ କାର ଭିତରେ ବସିଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଏହି ବିସ୍ଫୋରଣ କାରଣରୁ ଜଳି ଯାଇଥିବେ। ହେଲେ ତାଙ୍କ ସ୍ଥିତି ସମ୍ପର୍କରେ କିଛି ଜଣାପଡ଼ିନାହିଁ।

Read More
{}{}