Hindi News >>Home >>Odisha Trending

Pension Rules: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି; ବର୍ତ୍ତମାନ ବଢ଼ିବ ପେନସନ ଓ ଦରମା, କର୍ମଚାରୀଙ୍କ ଲାଗିଲା ଲଟେରୀ!

Pension and Salary Hike: ଚଳିତ ବର୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନରେ ବମ୍ପର ବୃଦ୍ଧି ଘଟିବ । ଏ ସମ୍ପର୍କରେ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଚଳିତ ବର୍ଷ କେନ୍ଦ୍ର ସରକାରୀ କର୍ମଚାରୀମାନେ ମୋଟା ଅର୍ଥର ଟଙ୍କା ପାଇବାକୁ ଯାଉଛନ୍ତି ।

Advertisement
Pension Rules: କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି; ବର୍ତ୍ତମାନ ବଢ଼ିବ ପେନସନ ଓ ଦରମା, କର୍ମଚାରୀଙ୍କ ଲାଗିଲା ଲଟେରୀ!
Stop
Zee Odisha Desk|Updated: Apr 20, 2023, 07:07 PM IST

Pension and Salary Hike: ଯଦି ଆପଣ ମଧ୍ୟ ନିଜର ପେନସନ (Pension Hike) ଓ ବେତନ ବୃଦ୍ଧି (Salary Hike) କରିବାକୁ ଅପେକ୍ଷା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । କେନ୍ଦ୍ର ସରକାର (Central Government) ବର୍ତ୍ତମାନ ଲକ୍ଷ ଲକ୍ଷ କର୍ମଚାରୀ (Central Government Employees) ଙ୍କ ପେନସନ ଓ ଦରମା (Pension and Salary) ବୃଦ୍ଧି କରିବାକୁ ଯାଉଛନ୍ତି । ୨୦୨୩ ମସିହାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ (Pension) ରେ ବମ୍ପର ବୃଦ୍ଧି ଘଟିବ । ଏ ସମ୍ପର୍କରେ ସରକାର (Modi Govt) ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଚଳିତ ବର୍ଷ କେନ୍ଦ୍ର ସରକାରୀ କର୍ମଚାରୀମାନେ ମୋଟା ଅର୍ଥର ଟଙ୍କା ପାଇବାକୁ ଯାଉଛନ୍ତି । ଏହି ସମୟରେ ପୁରୁଣା ପେନସନ (Old Pension Scheme) କୁ ନେଇ ସାରା ଦେଶରେ ମାହୋଲ ସରଗରମ ରହିଛି । ଏହା ମଧ୍ୟରେ କର୍ମଚାରୀଙ୍କ ପେନସନ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି ।

ପୁରୁଣା ପେନସନକୁ ପୁନଃ ଲାଗୁ କରିବା ପାଇଁ ଦାବି ଏହି ସମୟରେ ସାରା ଦେଶରେ ଦ୍ରୁତ ଗତିରେ ଚାଲିଛି । ଏହି ସବୁ ଦାବି ମଧ୍ୟରେ ସରକାର କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ବୃଦ୍ଧି କରିପାରନ୍ତି । ଚଳିତ ବର୍ଷ ସରକାର କର୍ମଚାରୀଙ୍କ ବେତନ ବୃଦ୍ଧି କରିପାରନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସର୍ବନିମ୍ନ ଦରମା ୧୫,୦୦୦ରୁ ୨୧,୦୦୦କୁ ବୃଦ୍ଧି କରାଯାଇପାରିବ ।


 
ଆପଣଙ୍କୁ କହି ରଖୁଛୁ ଯେ, କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ବୃଦ୍ଧି କରିବା ପରେ ପେନସନରେ ମଧ୍ୟ ବୃଦ୍ଧି ଘଟିବ । ଏହା ପୂର୍ବରୁ ଶେଷ ଥର ୨୦୧୪ରେ ସରକାର ଏହି ସୀମା ବୃଦ୍ଧି କରିଥିଲେ । ବର୍ତ୍ତମାନ ନୂତନ ବର୍ଷରେ ସରକାର ପୁଣି ଥରେ ଦରମା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଦରମା ବୃଦ୍ଧି ସହିତ PF ର ଅବଦାନ ମଧ୍ୟ ବୃଦ୍ଧି ପାଇବ ଓ ଏହି ସମୟରେ ପେନସନ ରାଶି ମଧ୍ୟ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ବଡ଼ ଖବର; ସରକାର କଲେ ଲାଗୁ, ଜାରି ହେଲା ବିଜ୍ଞପ୍ତି

ଅଧିକ ପଢ଼ନ୍ତୁ-ଆଜି ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ପାଇଁ ବିପଦ! ରହିଛି କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ଲାଗିଲା ଡବଲ୍ ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧି ସହିତ ମିଳିଲା ଏହି ଖୁସି ଖବର

ପ୍ରୋଭିଡେଣ୍ଟ ପାଣ୍ଠିର ଅବଦାନ ବିଷୟରେ କହିବାକୁ ଗଲେ ସର୍ବନିମ୍ନ ବେତନ ୧୫,୦୦ ଟଙ୍କା ଉପରେ ହିସାବ କରାଯାଏ, ଯେଉଁଥିପାଇଁ କେବଳ ଇପିଏସ୍ ଆକାଉଣ୍ଟ (EPS Account) ରେ ସର୍ବାଧିକ ୧୨୫୦ ଟଙ୍କା ଯୋଗଦାନ ହୋଇପାରିଥାଏ । ଯଦି ସରକାର ଦରମା ସୀମା ବୃଦ୍ଧି (Salary Hike) କରନ୍ତି, ତେବେ ଅବଦାନ ମଧ୍ୟ ବୃଦ୍ଧି ପାଇବ । ଦରମା ବୃଦ୍ଧି ପରେ ମାସିକ ଅବଦାନ ୧୭୪୯ ଟଙ୍କା ହେବ (୨୧,୦୦୦ ଟଙ୍କାର ୮.୩୩ ପ୍ରତିଶତ) ।

Read More
{}{}