Hindi News >>Home >>Odisha Trending

ଆଉ ମିଳିବନି ପତଞ୍ଜଳିର ଏହି ୧୪ଟି ଉତ୍ପାଦ

୧୪ ଉତ୍ପାଦର ବିକ୍ରି ବନ୍ଦ କଲା ପତଞ୍ଜଳି। ଏନେଇ ଆଜି ସୁପ୍ରିମକୋର୍ଟ ପତଞ୍ଜଳୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟରେ ପତଞ୍ଜଳୀ କହିଛି ଯେ, ଯେଉଁ ଉତ୍ପାଦର ଲାଇସେନ୍ସକୁ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନସିଂ ପ୍ରାଧିକରଣ ରଦ୍ଦ କରିଦେଇଥିଲା  ସେହି ଉତ୍ପାଦର ବିକ୍ରି ଉପରେ ରହିତାଦେଶ ଲାଗୁ କରିଛି କମ୍ପାନୀ। ଭାରତୀୟ ମେଡିକାଲ୍ ଆସୋସିଏସ

Advertisement
ଆଉ ମିଳିବନି ପତଞ୍ଜଳିର ଏହି ୧୪ଟି ଉତ୍ପାଦ
Stop
Prabhudatta Moharana|Updated: Jul 09, 2024, 08:40 PM IST

ନୂଆଦିଲ୍ଲୀ: ୧୪ ଉତ୍ପାଦର ବିକ୍ରି ବନ୍ଦ କଲା ପତଞ୍ଜଳି। ଏନେଇ ଆଜି ସୁପ୍ରିମକୋର୍ଟ ପତଞ୍ଜଳୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟରେ ପତଞ୍ଜଳୀ କହିଛି ଯେ, ଯେଉଁ ଉତ୍ପାଦର ଲାଇସେନ୍ସକୁ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନସିଂ ପ୍ରାଧିକରଣ ରଦ୍ଦ କରିଦେଇଥିଲା  ସେହି ଉତ୍ପାଦର ବିକ୍ରି ଉପରେ ରହିତାଦେଶ ଲାଗୁ କରିଛି କମ୍ପାନୀ। ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦ରେ ହେବ।

ସେପଟେ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଏକ ବେଞ୍ଚକୁ କହିଛନ୍ତି ଯେ ଏହି ଉତ୍ପାଦଗୁଡିକୁ ବାଜରରୁ ଫେରାଇ ନେବା ପାଇଁ ଏହା ୫୬୦୬ ଫ୍ରାଞ୍ଚାଇଜ୍ ଷ୍ଟୋର୍‌କୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଏସବୁ ବ୍ୟତୀତ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏହି ୧୪ଟି ଉତ୍ପାଦ ସହିତ ଜଡିତ ସମସ୍ତ ବିଜ୍ଞାପନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଞ୍ଚ ଏନେଇ ଦୁଇ ସପ୍ତାହ ମଧ୍ୟରେ ଏକ ଚୁକ୍ତିନାମା ଦାଖଲ କରିବାକୁ ପତଞ୍ଜଳି ଆୟୁର୍ବେଦ ଲିମିଟେଡକୁ କହିଛି। ଏହି ଚୁକ୍ତିନାମାରେ କମ୍ପାନୀକୁ କହିବାକୁ ପଡିବ ଯେ ବିଜ୍ଞାପନ ହଟାଇବା ପାଇଁ ସୋସିଆଲ ମିଡିଆ ମଧ୍ୟସ୍ଥିମାନଙ୍କୁ ଦିଆଯାଇଥିବା ଅନୁରୋଧ ଗ୍ରହଣ କରାଯାଇଛି କି ନାହିଁ ଏବଂ ଏହି ୧୪ଟି ଉତ୍ପାଦର ସମସ୍ତ ବିଜ୍ଞାପନ ହଟାଯାଇଛି କି?

ଏହି ୧୪ଟି ଉତ୍ପାଦ ଆଉ ବଜାରରେ ମିଳିବ ନାହିଁ
ଶାଶ୍ୱରୀ ଗୋଲ୍ଡ (Swasari Gold)
ଶାଶ୍ୱରୀ ଭାଟି (Swasari Vati)
ବ୍ରୋଞ୍ଚୋମ (Bronchom)
ଶାଶ୍ୱରୀ ପ୍ରବାହୀ (Swasari Pravahi)
ଶାଶ୍ୱରୀ ଅବଲେହ (Swasari Avaleh)
ମୁକ୍ତା ଭାଟି ଏକ୍ସଟ୍ରା ପାୱାର (Mukta Vati Extra Power)
ଲିପିଡମ (Lipidom)
ବିପି ଗ୍ରିଟ (Bp Grit)
ମଧୁଗ୍ରିଟ (Madhugrit)
ମଧୁନାଶିନୀ ଭାଟି ଏକ୍ସଟ୍ରା ପାୱାର (Madhunashini Vati Extra Power)
ଲିଭଅମ୍ରିତ ଆଡଭାନସ (Livamrit Advance)
ଲିଭୋଗ୍ରିଟ (Livogrit)
ଆଇଗ୍ରିଟ ଗୋଲ୍ଡ (Eyegrit Gold)
ପତଞ୍ଜଳୀ ଦୃଷ୍ଟି ଆଇ ଡ୍ରପ (Patanjali Drishti Eye Drop)

Read More
{}{}