Hindi News >>Home >>Odisha Trending

Parliament Special Session: ବିଳମ୍ବିତ ରାତି ଯାଏ ଚାଲିଲା ରାଜ୍ୟସଭା ଅଧିବେଶନ

Parliament Special Session: ଆଜି ବିଳମ୍ବିତ ରାତିଯାଏ  ରାଜ୍ୟସଭା ଅଧିବେଶନ ବସିଥିଲା । ମହିଳା ଆରକ୍ଷଣ ବିଲ୍‍କୁ ନେଇ ଆଲୋଚନା ପରେ ଭୋଟ୍‍ ଗ୍ରହଣ ଓ ବିଭିନ୍ନ ସଂଶୋଧନ ପ୍ରସ୍ତାବ ସମ୍ବନ୍ଧରେ ମଧ୍ୟ ଭୋଟ୍‍ଗ୍ରହଣ ଲାଗି ଏହି ବିଳମ୍ବ ହୋଇଥିଲା। ପ୍ରଥମଥର ପାଇଁ ନୂଆ ସଂସଦରେ ଇଲେକ୍ଟ୍ରନିକ ଉପାୟରେ ଭୋଟ୍‍ ପ୍ରଦାନ କରିଥିଲେ।

Advertisement
Parliament Special Session
Stop
Zee Odisha Desk|Updated: Sep 21, 2023, 11:56 PM IST

ନୂଆଦିଲ୍ଲୀ: ଆଜି ବିଳମ୍ବିତ ରାତିଯାଏ  ରାଜ୍ୟସଭା ଅଧିବେଶନ ବସି ମହିଳା ଆରକ୍ଷଣ ବିଲ୍‍କୁ ପାରିତ କରିଛନ୍ତି। ବିଲ୍‍କୁ ନେଇ ଆଲୋଚନା ପରେ ଭୋଟ୍‍ ଗ୍ରହଣ ଓ ବିଭିନ୍ନ ସଂଶୋଧନ ପ୍ରସ୍ତାବ ସମ୍ବନ୍ଧରେ ମଧ୍ୟ ଭୋଟ୍‍ଗ୍ରହଣ ଲାଗି  ରାତି ପ୍ରାୟ ୧୧ଟା ୩୦ ମିନିଟ୍‍ ଲାଗିଥିଲା।  ପ୍ରଥମଥର ପାଇଁ ନୂଆ ସଂସଦରେ ଇଲେକ୍ଟ୍ରନିକ ଉପାୟରେ ଭୋଟ୍‍ ପ୍ରଦାନ କରିଥିଲେ। ପରେ ବିଲ୍‍ର  ବିଭିନ୍ନ କ୍ଲଜ ସମ୍ପର୍କରେ ସାଂସଦମାନେ ପ୍ରଦାନ କରିଥିବା ସଂଶୋଧନ ପ୍ରସ୍ତାବ ଉପରେ ଭୋଟ୍‍ ଗ୍ରହଣ କରାଯାଇଥିବାରୁ ଏହି ବିଳମ୍ବ ହୋଇଥିଲା। ଶେଷରେ ସମସ୍ତ ସଂଶୋଧନ ପ୍ରସ୍ତାବ ଉପରେ ଭୋଟ୍‍ ଗ୍ରହଣ ସରିବା ପରେ ପୁଣିଥରେ ବିଲ୍‍ ପାରିତ ପାଇଁ ଆଇନ ମନ୍ତ୍ରୀ ପ୍ରସ୍ତାବ ଆଗତ କରିଥିଲେ। ଇଲେକ୍ଟ୍ରନିକ ଭୋଟିଂ ଏଥିଲାଗି ଗ୍ରହଣ କରାଯାଇଥିଲା। ଶେଷରା ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଯ କାଳ ପାଇଁ ମୁଲତବୀ କରାଯାଇଥିଲା।

  
ଭାରତର ସାମ୍ବିଧାନିକ ଯାତ୍ରାରେ ୭୫ ବର୍ଷକୁ ପାଳନ କରିବା ତଥା ଏହାର ସ୍ମୃତିକୁ ସ୍ମରଣ କରିବା ସହ ନୂତନ ସଂସଦ ଭବନକୁ ପ୍ରବେଶ ଆଦି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା।  ସ୍ୱତନ୍ତ୍ର ଅଧିବେଶନକୁ ଆହୁରି ସ୍ମରଣୀୟ କରିବା ଲାଗି ସରକାର ୩୩% ମହିଳା ଆରକ୍ଷଣ ବିଲ୍‍କୁ ଉପସ୍ଥାପନ କରାଯାଇଥିଲା। ତୃତୀୟ ଦିନରେ ୪୫୪-୨ ଭୋଟରେ ଲୋକସଭାରେ ଏହି ବିଲ୍‍ ଗୃହୀତ ହେବା ପରେ ଚତୁର୍ଥଦିନରେ ତାହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ଉପସ୍ଥିତ ୨୧୫ ଜଣ ସଦସ୍ୟଙ୍କ ଭିତରୁ ସମସ୍ତ ଏକମତରେ ଏହାକୁ ପାରିତ କରିଥିଲେ। ପ୍ରଥମେ ବାଚନୀକ ଓ ପରେ ଇଲେକ୍ଟ୍ରନିକ ଭୋଟ୍‍ ଗ୍ରହଣ କରିଥିଲେ। ଏହି ସମୟରେ ମଧ୍ୟ ସମସ୍ତ ସଦସ୍ୟ ବିଲ୍‍ ସପକ୍ଷରେ ଭୋଟ୍‍ ପ୍ରଦାନ କରିଥିଲେ। ଏତିକି ବେଳକୁ ପ୍ରାୟ ୧୦ଟା ୮ ମିନିଟ୍‍ ସମୟ ହୋଇଥିଲା। ଏହାପରେ ବିଭିନ୍ନ ସଂଶୋଧନ ପ୍ରସ୍ତାବ ଉପରେ ଭୋଟ୍‍ ଗ୍ରହଣ କରାଯାଇଥିଲା।  ଯାହା ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା।

Read More
{}{}