Hindi News >>Home >>Odisha Trending

Pakistan Airbase Attack: ଆତଙ୍କବାଦୀ ଆକ୍ରମଣରେ କମ୍ପିଉଠିଲା ବାୟୁସେନା ଘାଟି; ଜାଣନ୍ତୁ କିପରି ହୋଇଥିଲା ଆକ୍ରମଣ

Terrorist Attack in Pakistan Airbase: ଶନିବାର ସକାଳେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କମ୍ପିଉଠିଛି ପାକିସ୍ତାନ ସ୍ଥିତ ମିୟାଁୱାଲି ଟ୍ରେନିଂ ଏୟାରବେସ୍। ଏହି ଆକ୍ରମଣ ପାଇଁ ତେହେରିକ୍-ଇ-ଜିହାଦ୍ ପାକିସ୍ତାନ ନିଜକୁ ଦାୟୀ କରିଛି।

Advertisement
Pakistan Airbase Attack: ଆତଙ୍କବାଦୀ ଆକ୍ରମଣରେ କମ୍ପିଉଠିଲା ବାୟୁସେନା ଘାଟି; ଜାଣନ୍ତୁ କିପରି ହୋଇଥିଲା ଆକ୍ରମଣ
Stop
Zee Odisha Desk|Updated: Nov 04, 2023, 04:19 PM IST

Terrorist Attack In Pakistan Airbase: ନଭେମ୍ବର ୪ ତାରିଖ ଶନିବାର ହୋଇଥିବା ଆକ୍ରମଣରେ କମ୍ପିଉଠିଛି ପାକିସ୍ତାନ ସ୍ଥିତ ମିୟାଁୱାଲି ଟ୍ରେନିଂ ଏୟାରବେସ୍। ଶନିବାର ସକାଳ ହେବା ପୂର୍ବରୁ ଆତଙ୍କବାଦୀ ଅନ୍ଧକାରର ସୁଯୋଗ ନେଇ ଆକ୍ରମଣ କରିଥିଲା ​​ଯାହା ସମଗ୍ର ଦେଶକୁ ଚକିତ କରିଦେଇଛି। ଏଠାରେ ସୁରକ୍ଷା ଏତେ ଦୁର୍ବଳ ଥିଲା ଯେ ଆତଙ୍କବାଦୀ ବାୟୁସେନା ଘାଟି ଭିତରେ ପ୍ରବେଶ କରିବା ପାଇଁ ସିଡ଼ି ବ୍ୟବହାର କରିଥିଲେ। ଏନେଇ ମିଳିଥିବା ଖବର ଅନୁସାରେ ପ୍ରାୟ ୬ ଜଣ ଆତଙ୍କବାଦୀ ବାୟୁସେନା ଘାଟିରେ ଆକ୍ରମଣ କରିଥିଲେ। ହେଲେ ଆତଙ୍କବାଦୀ କିପରି ଏକ ସୁରକ୍ଷିତ ବାୟୁସେନା ଘାଟି ଉପରେ ଆକ୍ରମଣ କରିଛନ୍ତି ତାହାର କାରଣ ମଧ୍ୟ ଜଣାପଡ଼ିଛି।

ଆକ୍ରଣ କରିବା ପାଇଁ ଅନ୍ଧକାରର ସୁଯୋଗ ନେଇଥିଲେ ଆତଙ୍କବାଦୀ
ଖବର ଅନୁଯାୟୀ ଆତଙ୍କବାଦୀ ମିୟାଁୱାଲି ଟ୍ରେନିଂ ଏୟାରବେସ୍ ଉପରେ ଆକ୍ରମଣ କରିବାକୁ ଏକ ସମୟ ବାଛିଥିଲେ ଯେତେବେଳେ ସୁରକ୍ଷା କର୍ମୀ ସାଧାରଣତଃ ସାମାନ୍ୟ ଅସାବଧାନ ହୋଇଯାଇଥାନ୍ତି। ଯେତେବେଳେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯେତେବେଳେ ରାତିର ଅନ୍ଧକାର ରହିଥିଲା, ସେତେବେଳେ ଆତଙ୍କବାଦୀ ଯୋଜନାବଦ୍ଧ ଭାବରେ ବାୟୁସେନା ଘାଟିର ଚାରି କାନ୍ଥ ନିକଟରେ ପହଞ୍ଚି ଯାଇଥିଲେ। ସେମାନଙ୍କ ପାଖରେ ସିଡ଼ି ରହିଥିଲା। ବାୟୁସେନା ଘାଟିର ପ୍ରାଚୀର ଉପରେ ରହିଥିବା ତାର ବାଡ଼ କାଟିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକୀୟ ଯନ୍ତ୍ରପାତି ମଧ୍ୟ ରହିଥିଲା। ସେମାନେ ସହଜରେ ଏୟାରବେସ ପରିସରରେ ପ୍ରବେଶ କରିଥିଲେ। ବାୟୁସେନା ଘଟିର ବିଭିନ୍ନ ଦିଗରେ ପହଞ୍ଚିବା ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯେତେବେଳେ ବନ୍ଧୁକଧାରୀଙ୍କ ଗୁଳିମାଡ଼ ଏବଂ ବିସ୍ଫୋରଣ ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକ ଉଠିଥିଲେ, ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ମିୟାଁୱାଲି ଟ୍ରେନିଂ ଏୟାରବେସ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କିଛି ସମୟ ପରେ ବାୟୁସେନା ଘାଟିରୁ ନିଆଁ ଏବଂ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା।

ଯୁଦ୍ଧ ବିମାନରେ ନିଆଁ ଲାଗାଇ ଦେଲେ ଆତଙ୍କବାଦୀ
ଆତଙ୍କବାଦୀ ପ୍ରଥମେ ଏୟାରବେସ ଠାରେ ମହଜୁଦ ରହିଥିବା ତିନୋଟି ଯୁଦ୍ଧ ବିମାନରେ ନିଆଁ ଲଗାଇ ଦେଇଥିଲେ। ସେଠାରେ ରହିଥିବା ଇନ୍ଧନ କାରଣରୁ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଆତଙ୍କବାଦୀ କେବଳ ଗୁଳିମାଡ଼ କରିନଥିଲେ ବରଂ ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ରଖିଥିଲେ। ଯାହାକୁ ସେମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ଲାଗି ବ୍ୟବହାର କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ସୁରକ୍ଷା କର୍ମୀ ଆକ୍ରମଣ ପରେ ପାଲଟା ଜବାବ ଦେବା ଆରମ୍ଭ କରିଥିଲେ। ମାତ୍ର ଅଳ୍ପ ସମୟ ମଧ୍ୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। କିଛି ମିନିଟ୍ ପରେ ଆହୁରି ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। 

ପାଲଟା ଆକ୍ରମଣରେ ଆତଙ୍କବାଦୀଙ୍କ ପ୍ରାଣୀ ହରାଇଥିବା ନେଇ ନିଶ୍ଚିତ କଲା ପାକିସ୍ତାନ ସେନା 
ଏହି ଆକ୍ରମଣ ପରେ ପାକିସ୍ତାନୀ ସେନା ପକ୍ଷରୁ ଜାରି ହୋଇଛି ବିବୃତ୍ତି। ଏନେଇ କୁହାଯାଇଛି ଯେ ସେନା ବହୁତ ସାହସ ପ୍ରଦର୍ଶନ କରି ପ୍ରତିଶୋଧ ନେଇଥିଲା। ମିୟାଁୱାଲି ଟ୍ରେନିଂ ଏୟାରବେସ୍ ଠାରେ ପ୍ରବେଶ କରିବା ପୂର୍ବରୁ ୩ ଆତଙ୍କବାଦୀ ନିହତ ହୋଇଥିଲେ। ବାକି ୩ ଆତଙ୍କବାଦୀଙ୍କୁ ବାୟୁସେନା ଘାଟିରେ ସେନା ଘେରାବନ୍ଦୀ କରି ରଖିଛି। ଆତଙ୍କବାଦୀ ଆକ୍ରମଣରେ ତିନୋଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ନେଇ ସ୍ୱୀକାର କରିଛି ପାକିସ୍ତାନ ସେନା। 

ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ତେହେରିକ-ଏ-ଜିହାଦ
ଏହି ଆକ୍ରମଣ ପରେ ତୁରନ୍ତ ତେହେରିକ୍-ଇ-ଜିହାଦ୍ ପାକିସ୍ତାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହି ଆକ୍ରମଣ ପାଇଁ ସଙ୍ଗଠନ ନିଜକୁ ଦାୟୀ କରିଛି। ମିୟାଁୱାଲି ଟ୍ରେନିଂ ଏୟାରବେସ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ଟିଜେପି ମୁଖପାତ୍ର ମୁଲ୍ଲା ମହମ୍ମଦ କାସୀମ କହିଛନ୍ତି ଏହି ଆକ୍ରମଣରେ ଅନେକ ଆତ୍ମଘାତୀ ବିସ୍ଫୋରଣକାରୀ ମଧ୍ୟ ସମ୍ପୃକ୍ତ ରହିଥିଲେ।

Read More
{}{}