Hindi News >>Home >>Odisha Trending

Masood Azhar: ବିସ୍ଫୋରଣରେ ଚାଲିଗଲା କି ମସୁଦ ଅଜହର? ଭିଡିଓ ଭାଇରାଲ ପରେ ଜୋର ଧରିଛି ଚର୍ଚ୍ଚା

Pakistan Blast Viral Video: ଜାନୁଆରୀ ୧ ତାରିଖ ସୋମବାର ବିସ୍ଫୋରଣରେ କମ୍ପିଉଠିଛି ପାକିସ୍ତାନ। ଏହି ବିସ୍ଫୋରଣରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ପ୍ରତିଷ୍ଠାତା ମସୁଦ ଅଜହର ପ୍ରାଣ ହରାଇଥିବାର କୁହାଯାଉଛି।

Advertisement
Masood Azhar: ବିସ୍ଫୋରଣରେ ଚାଲିଗଲା କି ମସୁଦ ଅଜହର? ଭିଡିଓ ଭାଇରାଲ ପରେ ଜୋର ଧରିଛି ଚର୍ଚ୍ଚା
Stop
Updated: Jan 01, 2024, 07:04 PM IST

Masood Azhar Death: ନୂଆ ବର୍ଷ ଆରମ୍ଭରୁ ବିସ୍ଫୋରଣରେ କମ୍ପି ଉଠିଛି ପାକିସ୍ତାନ। ଏହି ବିସ୍ଫୋରଣରେ ଜଣେ ପ୍ରମୁଖ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ପ୍ରାଣ ହରାଇଥିବାର ଦାବି କରାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଦାବି କରାଯାଉଛି ଯେ ଜାନୁଆରୀ ୧ ତାରିଖ ସୋମବାର ପାକିସ୍ତାନ ଠାରେ ହୋଇଥିବା ବୋମା ବିସ୍ଫୋରଣରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ପ୍ରତିଷ୍ଠାତା ମସୁଦ ଅଜହର ପ୍ରାଣ ହରାଇଛି। ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ବୋମା ବିସ୍ଫୋରଣ ପରେ ସୋସିଆଲ ମିଡିଆ ଦୁନିଆରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯାହା ପରେ ମସୁଦ ଅଜହର ମୃତ୍ୟୁକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ସରକାରୀ ବିବୃତ୍ତି ଜାରି ହୋଇନାହିଁ।

ପାକିସ୍ତାନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଅନିଶ୍ଚିତ ଖବର ଅନୁଯାୟୀ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ପ୍ରତିଷ୍ଠାତା ମସୁଦ ଅଜହର ଭାବଲପୁର ମସଜିଦ ଠାରୁ ଫେରୁଥିଲେ। ଫେରିବା ସମୟରେ ଜଣେ  ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ବୋମା ବିସ୍ଫୋରଣ କରାଯାଇଥିଲା। ଯେଉଁଥିରେ ମାସୁଦ ଅଜହର ପ୍ରାଣ ହରାଇଛି। ପାକିସ୍ତାନ ଭାବଲପୁର ଅଞ୍ଚଳରେ ହୋଇଥିବା ବୋମା ବିସ୍ଫୋରଣ ସୋମବାର ସକାଳେ ହୋଇଥିବାର ଜଣାପଡ଼ିଛି। ବୋମା ବିସ୍ଫୋରଣ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆ ଦ୍ୱାରା ଭାଇରାଲ ହେବା ପରେ ମାସୁଦ ଅଜହରଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

 
ଏନେଇ ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି, ଅନିଶ୍ଚିତ ରିପୋର୍ଟ ଅନୁଯାୟୀ, ସୋମବାର ସକାଳ ସମୟରେ  ଅଜ୍ଞାତ ଆକ୍ରମଣକାରୀଙ୍କ ହୋଇଥିବା ଦ୍ୱାରା ବୋମା ବିସ୍ଫୋରଣରେ କନ୍ଧାର ବିମାନ ଅପହରଣ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ମସୁଦ ଅଜହର ପ୍ରାଣ ହରାଇଛି। ପୀୟୂଷ ସିଂହ ନାମକ ଜଣେ ୟୁଜର ଲେଖିଛନ୍ତି, ଦାଉଦ ଇବ୍ରାହିମ ପରେ, ବର୍ତ୍ତମାନ ଅଜ୍ଞାତ  ଆକ୍ରମଣକାରୀ ନୂଆ ବର୍ଷର ସକାଳ ସମୟରେ ଏକ ବୋମା ବିସ୍ଫୋରଣ କରି ଭାରତର ମୋଷ୍ଟ ୱେଣ୍ଟଡ୍ ଆତଙ୍କବାଦୀ ଏବଂ କାନ୍ଧାର ବିମାନ ଅପହରଣ ଘଟଣାର ଷଡ଼ଯନ୍ତ୍ରକାରୀ ମାସୁଦ ଅଜହରଙ୍କୁ ସ୍ୱର୍ଗର ଅପସରା ପାଖକୁ ପଠାଇ ଦେଇଛନ୍ତି। ନୂଆ ବର୍ଷର ଉପହାର ପାଇଁ ଅଜ୍ଞାତ ଆକ୍ରମଣକାରୀଙ୍କୁ ଧନ୍ୟବାଦ।

ପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ପାକିସ୍ତାନ ଠାରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ମାସୁଦ ଅଜହର ଡାହାଣ ହାତ କୁହାଯାଉଥିବା ମୌଲାନା ରହୀମୁଲ୍ଲା ତାରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନିକଟ ଅତୀତରେ, ଅଜ୍ଞାତ ଆକ୍ରମଣକାରୀମାନେ ପାକିସ୍ତାନ ମାଟିରେ ଖୋଜି ଖୋଜି  ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହତ୍ୟା ଘଟଣାରେ ପାକିସ୍ତାନ ସରକାର କାହାକୁ ଗିରଫ କରିବାରେ ସଫଳ ହୋଇନାହିଁ।

ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ପ୍ରତିଷ୍ଠାତା ମସୁଦ ଅଜହର ଗତ ୨୦୦୧ ମସିହାରେ ହୋଇଥିବା  ଭାରତୀୟ ସଂସଦୟ ଭବନ ଆକ୍ରମଣ ଘଟଣା, ୨୦୦୫ ଅଯୋଧ୍ୟା ରାମ ଜନ୍ମଭୂମି ଆକ୍ରମଣ ଏବଂ ୨୦୧୯ ଫେବୃଆରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଜଡିତ ରହିଥିଲା। ଖବର ଅନୁଯାୟୀ ପାକିସ୍ତାନୀ ଆତଙ୍କବାଦୀ ମସୁଦ ଅଜହର ପାକିସ୍ତାନ ରାଜଧାନୀ ଇସଲାମାବାଦ ସୁରକ୍ଷାଗତ କାରଣରୁ ହେପାଜତରେ ରହୁଥିଲା।

 

Read More
{}{}