Hindi News >>Home >>Odisha Trending

Pakistan Politics: ୩୪୨ ଆସନ ଲାଗି ବାଲାଟ ମାଧ୍ୟମରେ ଭୋଟିଂ; ଜାଣନ୍ତୁ ପାକିସ୍ତାନରେ କିପରି ହୋଇଥାଏ ମତଦାନ?

Election in Pakistan: ପାକିସ୍ତାନ ଭଳି ଦେଶରେ ମଧ୍ୟ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ ନିର୍ବାଚନ। ହେଲେ କ'ଣ ଆପଣ ଜାଣିଛନ୍ତି ସେଠାରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଲାଗି କିପରି ହୋଇଥାଏ ମତଦାନ?

Advertisement
Pakistan Politics: ୩୪୨ ଆସନ ଲାଗି ବାଲାଟ ମାଧ୍ୟମରେ ଭୋଟିଂ; ଜାଣନ୍ତୁ ପାକିସ୍ତାନରେ କିପରି ହୋଇଥାଏ ମତଦାନ?
Stop
Zee Odisha Desk|Updated: Dec 16, 2023, 07:38 PM IST

Pakistan Electoral Process: ଆସନ୍ତା ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଡିସେମ୍ବର ୧୭ ତାରିଖରେ ପାକିସ୍ତାନ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିବ। ଫେବୃଆରୀ ୮ ତାରିଖରେ ପ୍ରାଦେଶିକ ବିଧାନସଭା ଏବଂ ସଂସଦ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ୫୪ ଦିନ ସମୟ ନେବେ ନିର୍ବାଚନ ଆୟୋଗ। ବର୍ତ୍ତମାନ ପାକିସ୍ତାନ ନିର୍ବାଚନ ଆୟୋଗ ୧୪୨ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ଏବଂ ୮୫୯ ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ପାକିସ୍ତାନ ଭଳି ଦେଶରେ ନିର୍ବାଚନ କିପରି କରାଯାଏ? ସେଠାରେ କେତେ ପ୍ରାଦେଶିକ ଏବଂ ସଂସଦୀୟ ଆସନ ରହିଛି? 

ଯଦିଓ ପାକିସ୍ତାନ ଏବଂ ଭାରତ ବର୍ଷରେ କାର୍ଯ୍ୟକାରୀ ହେଉଥିବା ନିର୍ବାଚନ ପ୍ରକ୍ରିୟାରେ କୌଣସି ପାର୍ଥକ୍ୟ ନାହିଁ। ହେଲେ ଭାରତ ତୁଳନାରେ ପାକିସ୍ତାନ ଭଳି ଦେଶରେ ସରକାରୀ ବ୍ୟବସ୍ଥା ସାମାନ୍ୟ ଅଲଗା। ଭାରତୀୟ ସଂସଦର ୨ ଅବିଚ୍ଛେଦ୍ୟ ଅଙ୍ଗ ରହିଛି। ତାହା ହେଉଛି ରାଜ୍ୟସଭା ଏବଂ ଲୋକସଭା। ରାଜ୍ୟସଭାକୁ ଉଚ୍ଚ ସଦନ ଏବଂ ଲୋକସଭାକୁ ନିମ୍ନ ସଦନ କୁହାଯାଏ। ସେହିଭଳି ପାକିସ୍ତାନ ସଂସଦରେ ଦୁଇଟି ଗୃହ ଅଛି। ଉଚ୍ଚ ସଦନକୁ ସିନେଟ କୁହାଯାଉ ଥିବାବେଳେ ନିମ୍ନ ସଦନକୁ ଜାତୀୟ ସଭା କୁହାଯାଏ। 

ପାକିସ୍ତାନରେ କିପରି ହୋଇଥାଏ ନିର୍ବାଚନ?
ପାକିସ୍ତାନ ସଂସଦ ମଜଲିସ୍-ଏ-ଶୁରା ନାମରେ ଜଣାଶୁଣା। ଅନ୍ୟପଟେ ଜାତୀୟ ସଭାକୁ କୌମୀ ବିଧାନସଭା କୁହାଯାଏ। ଯେଉଁଠାରେ ସିନେଟ ଆୟୱାନ-ଏ-ୱାଲା କୁହାଯାଏ। ଭାରତୀୟ ସଂସଦର ନିମ୍ନ ସଦନ ଲୋକସଭାକୁ ୫୪୩ ସଦସ୍ୟ ନିର୍ବାଚିତ ହୋଇଥାନ୍ତି। ପାକିସ୍ତାନର ଜାତୀୟ ସଭାରେ ୩୪୨ ଆସନ ରହିଛି। ହେଲେ କେବଳ ୨୭୨ ଜଣ ସଦସ୍ୟ ଜାତୀୟ ସଭାକୁ ସିଧାସଳଖ ନିର୍ବାଚିତ ହୋଇଥାନ୍ତି। ମୋଟ ୧୦ ଆସନ ସଂଖ୍ୟାଲଘୁ ଏବଂ ୬୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥାଏ। ଏହି ୭୦ ଆସନରେ ଭୋଟ୍ ଆନୁପାତିକ ପ୍ରତିନିଧିତ୍ୱ ନିୟମ ଅନୁଯାୟୀ କରାଯାଇଥାଏ। ଏହାକୁ ଏପରି ବୁଝନ୍ତୁ ପାକିସ୍ତାନ ସାଧାରଣ ନିର୍ବାଚନରେ ଯେଉଁ ଦଳ ଯେତେ ​​ଅଧିକ ଆସନ ଜିତିବ ସେହି ଅନୁପାତରେ ସେହି ସଂରକ୍ଷିତ ୭୦ ଆସନରେ ପ୍ରାର୍ଥୀ ଜାତୀୟ ସଭାକୁ ନିର୍ବାଚିତ ହେବେ। ସରଳ ଭାଷାରେ କହିବାକୁ ଗଲେ ଯେଉଁ ଦଳ ସାଧାରଣ ସଭାରେ ଯେତିକି ଆସନ ପାଇବ ସେହି ଦଳର ପ୍ରାର୍ଥୀ ସେତିକି  ସଂରକ୍ଷିତ ଆସନରେ ସାଂସଦ ହେବେ। ନିର୍ବାଚନରେ ​​ଜିତିବାକୁ କୌଣସି ଦଳକୁ ୨୭୨ ସିଟ୍ ମଧ୍ୟରୁ ୧୩୭ ଆସନ ଆବଶ୍ୟକ। ଭାରତରେ ରାଷ୍ଟ୍ରପତି ସଂସଦର ଏକ ଅଂଶ ହୋଇନଥାନ୍ତି। ହେଲେ ପାକିସ୍ତାନରେ ରାଷ୍ଟ୍ରପତି ଦେଶର ସଂସଦର ଏକ ଅଂଶ ହୋଇଥାନ୍ତି। ପାକିସ୍ତାନର ଜାତୀୟ ସଭାରେ ବାଚସ୍ପତି, ପ୍ରଧାନମନ୍ତ୍ରୀ ତଥା ବିରୋଧି ଦଳ ନିର୍ବାଚିତ ହୋଇଥାନ୍ତି। ପାକିସ୍ତାନ ଜାତୀୟ ସଭାର କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ।

୬ ବର୍ଷ ହୋଇଥାଏ ସିନେଟ କାର୍ଯ୍ୟକାଳ 
ପାକସ୍ତାନ ସଂସଦର ଉଚ୍ଚ ସଦନ ସିନେଟ କାର୍ଯ୍ୟକାଳ ୬ ବର୍ଷ ପାଇଁ ହୋଇଥାଏ। ଭାରତର ରାଜସଭା ଭଳି ପାକିସ୍ତାନର ସିନେଟ୍ ମଧ୍ୟ କେବେ ଭଙ୍ଗ ହୁଏ ନାହିଁ। ସିନେଟ ସଦସ୍ୟ କ୍ରମାଗତ ଭାବରେ ପରିବର୍ତ୍ତନ ହୋଇଥାନ୍ତି। ଜାତୀୟ ସଭା ତୁଳନାରେ ସିନେଟ ସଦସ୍ୟଙ୍କ ପାଖର ବିଶେଷ ଅଧିକାର ରହିଛି। ସିନେଟ୍ ଅର୍ଥାତ ପାକିସ୍ତାନ ସଂସଦର ଉଚ୍ଚ ସଦନରେ ୧୦୪ ଜଣ ସଦସ୍ୟ ପ୍ରତିନିଧିତ୍ୱ କରିଥାନ୍ତି। ସିନେଟ୍ ସଦସ୍ୟଙ୍କ ନିର୍ବାଚନ ଭିନ୍ନ ଭିନ୍ନ ଉପାୟରେ ହୋଇଥାଏ। ଜଣେ ଚେୟାରମ୍ୟାନ୍ ଏବଂ ଡେପୁଟି ଚେୟାରମ୍ୟାନ୍ ସିନେଟ ଲାଗି ନିଯୁକ୍ତ ହୋଇଥାନ୍ତି। ମୋଟ ୧୦୪ ସିଟ୍ ମଧ୍ୟରୁ ୫୬ ସାଧାରଣ ଆସନ, ୧୬ ଆସନ ବୈଜ୍ଞାନିକ ତଥା ଉଲେମା, ୧୬ ମହିଳା ଏବଂ ୪ ଆସନ  ସଂଖ୍ୟାଲଘୁ, ୪ ଆସନ ସଂଘ ଏବଂ ୮ ଆସନ ସଂଘ ଦ୍ୱାରା ଶାସିତ ହେଉଥିବା ଆଦିବାସୀ କ୍ଷେତ୍ର ପାଇଁ ସଂରକ୍ଷିତ ରହିଥାଏ।

ବାଲାଟ ପେପର ମାଧ୍ୟମରେ ହୋଇଥାଏ ନିର୍ବାଚନ

  • ଭାରତ ବର୍ଷରେ କୌଣସି ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ଦଳକୁ ବିଜୟୀ ଘୋଷଣା କରାଯାଏ। ହେଲେ ପାକିସ୍ତାନ ଭଳି ଦେଶରେ "First Past The Post Voting" ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ। ଭାରତରେ ଇଭିଏମ୍ ମାଧ୍ୟମରେ ଭୋଟିଂ ହେଉଥିବା ବେଳେ ପାକିସ୍ତାନରେ  ବାଲାଟ ପେପର ମାଧ୍ୟମରେ ମତଦାନ ହୋଇଥାଏ।
  • ପାକିସ୍ତାନରେ ଜାତୀୟ ସଭା ଏବଂ ପ୍ରାଦେଶିକ ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୁଏ। ପାକିସ୍ତାନରେ ୪ ବଡ଼ ପ୍ରଦେଶ ରହିଛି। ତାହା ହେଉଛି ପଞ୍ଜାବ, ଖାଇବର ପାଖତୁନଖ୍ୱା, ସିନ୍ଧ ପ୍ରଦେଶ, ବେଲୁଚିସ୍ତାନ। ଭାରତ ଭଳି ପାକିସ୍ତାନରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ରହିଛି। ତାହା ହେଉଛି ଇସଲାମାବାଦ ରାଜଧାନୀ ଅଞ୍ଚଳ। ସେହିପରି ସଂଘ ଦ୍ୱାରା ଶାସିତ ହେଉଥିବା ଗୋଟିଏ ଆଦିବାସୀ କ୍ଷେତ୍ର ରହିଛି।
  • ଜନସଂଖ୍ୟା ଦୃଷ୍ଟିରୁ ପଞ୍ଜାବ ହେଉଛି ସର୍ବ ବୃହତ ପ୍ରଦେଶ। ଯାହାର ପ୍ରାଦେଶିକ ବିଧାନସଭାରେ ୧୪୧ ଆସନ ରହିଛି। ସେହିପରି ଖାଇବର ପାଖତୁନଖ୍ୱା ପ୍ରଦେଶରେ ୩୯, ସିନ୍ଧ ପ୍ରଦେଶରେ ୬୧ ଏବଂ ବେଲୁଚିସ୍ତାନ ପ୍ରଦେଶରେ ୧୬ ଆସନ ରହିଛି। ସଂଘ ଦ୍ୱାରା ଶାସିତ ହେଉଥିବା ଗୋଟିଏ ଆଦିବାସୀ କ୍ଷେତ୍ରରେ ୧୨ ଏବଂ ଇସଲାମାବାଦ ରାଜଧାନୀ ଅଞ୍ଚଳରେ ୩ ଆସନ ରହିଛି। ପାକିସ୍ତାନ ସେନା ଦ୍ୱାରା ଦଖଲ କରାଯାଇଥିବା କାଶ୍ମୀର ଏବଂ ଗିଲଗିଟ୍- ବାଲଟିସ୍ତାନ ଠାରେ ନିର୍ବାଚନ ଅନୁଷ୍ଠିତ ହୁଏ ନାହିଁ।

 

 

{}{}