Hindi News >>Home >>Odisha Trending

Imran Khan Arrest: ତୋଶାଖାନା ମାମଲାରେ ଗିରଫ ହେଲେ ପିଟିଆଇ ମୁଖ୍ୟ, ମିଳିଲା ୩ ବର୍ଷର ଜେଲଦଣ୍ଡ

Imran Khan Arrested in Corruption Case:  ତୋଶାଖାନା ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Advertisement
Imran Khan Arrest: ତୋଶାଖାନା ମାମଲାରେ ଗିରଫ ହେଲେ ପିଟିଆଇ ମୁଖ୍ୟ, ମିଳିଲା ୩ ବର୍ଷର ଜେଲଦଣ୍ଡ
Stop
Zee Odisha Desk|Updated: Aug 05, 2023, 04:44 PM IST

Imran Khan Arrested in Corruption Case: ପାକିସ୍ତାନ ତୋଶାଖାନା ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ପିଟିଆଇ ମୁଖ୍ୟ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏହି ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟଙ୍କୁ ୩ ବର୍ଷର ଦଣ୍ଡାଦେଶ ମିଳିଛି। ତୋସାଖାନା ମାମଲାରେ ଇମ୍ରାନ ଖାନଙ୍କୁ ରାଜଧାନୀ ଇସଲାମାବାଦ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ତାଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଲାହୋର ଠାରୁ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଏହି ଦଣ୍ଡ ଘୋଷଣା ପରେ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଇଛି। 

ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବେ ଇମ୍ରାନ ଖାନ (Imran Khan) ତୋସାଖାନା ଦୁର୍ନୀତି ମାମଲାରେ (Toshakhana Corruption Case) ଇସଲାମାବାଦ ହାଇକୋର୍ଟ (Islamabad High Court) ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ (Supreme Court of Pakistan) ଠାରେ ଆବେଦନ କରିଥିଲେ। ଏକ ସପ୍ତାହ ମଧ୍ୟରେ ତୋସାଖାନା ଦୁର୍ନୀତି ମାମଲାରେ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହି ଆବେଦନ ମାଧ୍ୟମରେ ଚ୍ୟାଲେଞ୍ଜ କରାଯାଇଛି। ଗତ ମେ ୧୦ ତାରିଖରେ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ହୁମାୟୁନ ଦିଲାୱାର ତୋଶାଖାନା ଦୁର୍ନୀତି ପିଟିଆଇ ମୁଖ୍ୟ (PTI Chief) ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ (Former Prime Minister of Pakistan) ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Also Read: Imran Khan: ଗିରଫ ହେଲେ ଇମରାନ ଖାନ; ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଲେ ମୁଖ୍ୟ ବିଚାରପତି

ତୋଶାଖାନା ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ଦେଇଥିବା ରାୟକୁ ଇସଲାମାବାଦ ହାଇକୋର୍ଟ ଚ୍ୟାଲେଞ୍ଜ କରିଥିଲେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ (Pakistan Tehreek e Insaf Leader)। ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ବେଞ୍ଚ କହିଥିଲେ ଯେ ଇମ୍ରାନ ଖାନଙ୍କ ଆବେଦନକୁ ନିମ୍ନ ଅଦାଲତ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ଆବେଦନକୁ ବିଚାରାଧୀନ ବୋଲି ବିଚାର କରିବାକୁ ହାଇକୋର୍ଟ ବେଞ୍ଚ ଟ୍ରାଏଲ କୋର୍ଟ ଉଦ୍ଦେଶ୍ୟରେ କହିଥିଲେ।

ହାଇକୋର୍ଟ ଆଦେଶ ଆସିବା ପରେ ଦେଶରେ ହୋଇଥିବା ତୋଶାଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ରାଜଧାନୀ ଇସଲାମାବାଦ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ରାୟ ଆସିବା ପରେ ଗିରଫ ହୋଇଥିଲେ ପିଟିଆଇ ମୁଖ୍ୟ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏହି ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟଙ୍କୁ ୩ ବର୍ଷର କାରାଦଣ୍ଡ ମିଳିଛି। ତାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଲାହୋର ଠାରୁ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ତୋଶାଖାନା ମାମଲାରେ କୋର୍ଟ ଦଣ୍ଡାଦେଶ ଘୋଷଣା କରିବା ପରେ ବର୍ତ୍ତମାନ ଇମ୍ରାନ ଖାନ ଆସନ୍ତା ୫ ବର୍ଷ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। 

Also Read: Imaran Khan: ଜେଲ ଯାଇପାରନ୍ତି ଇମରାନ ଖାନ! ଜାମିନ ଖାରଜ କଲେ ଆତଙ୍କବାଦ ନିରୋଧ ଅଦାଲତ

କ'ଣ ଏହି ତୋଶାଖାନା ଦୁର୍ନୀତି ମାମଲା?
ପାକିସ୍ତାନ ପ୍ରଧାନମନ୍ତ୍ରୀ ରହିବା ସମୟରେ ଇମରାନ ଖାନ ବିଦେଶରୁ ମିଳିଥିବା ଉପହାରକୁ ଇମ୍ରାନ ଖାନ ବଜାରରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପ୍ରଥମେ ତାଙ୍କୁ ନିର୍ବାଚନ ଆୟୋଗ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ନିର୍ବାଚନ ଆୟୋଗ ତାଙ୍କର ନିର୍ବାଚନ ଲଢିବା ଉପରେ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ। ନିର୍ବାଚନ ଆୟୋଗ ନିଷ୍ପତ୍ତି ବିରୋଧରେ ପିଟିଆଇ କର୍ମକର୍ତ୍ତା ସମଗ୍ର ଦେଶରେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରତିବାଦ ପାଇଁ ଇମରାନ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

Read More
{}{}