Hindi News >>Home >>Odisha Trending

Imran Khan: ଗିରଫ ହେଲେ ଇମରାନ ଖାନ; ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଲେ ମୁଖ୍ୟ ବିଚାରପତି

Former Pakistan PM Arrested: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା  ପିଟିଆଇ ନେତା ଇମରାନ ଖାନ ଗିରଫ ହୋଇଥିବା ନେଇ ପାକିସ୍ତାନ ଗଣମାଧ୍ୟମ ଦର୍ଶାଇଛି। ଇମରାନ ଖାନଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ଇସଲାମାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି। 

Advertisement
Imran Khan: ଗିରଫ ହେଲେ ଇମରାନ ଖାନ; ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଲେ ମୁଖ୍ୟ ବିଚାରପତି
Stop
Zee Odisha Desk|Updated: May 09, 2023, 05:32 PM IST

Imran Khan Arrested: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ଇମରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ମଙ୍ଗଳବାର ଗିରଫ କରାଯାଇଛି। ପିଟିଆଇ ନେତା ଇମରାନ ଖାନଙ୍କ ଗିରଫଦାରୀ ସମ୍ପର୍କରେ ପାକିସ୍ତାନୀ ସମ୍ବାଦପତ୍ର "ଡନ୍" ଜଣାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ଠାରେ ଗିରଫ କରିଥିଲା ପାକିସ୍ତାନୀ ରେଞ୍ଜର୍ସ। ଦୁର୍ନୀତି ସମେତ ଅନେକ ମାମଲାରେ ଇମରାନ ଖାନ ଜାମିନ ପାଇବା ପାଇଁ ଇସଲାମାବାଦ ହାଇକୋର୍ଟ ଛାରେ ପହଞ୍ଚିଥିଲେ। ପାକିସ୍ତାନର ଖବରକାଗଜ 'ଦ ଡନ୍' ରିପୋର୍ଟ କରିଛି ଯେ ଇମରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ତାଙ୍କ ଗିରଫଦାରୀକୁ ନିଶ୍ଚିତ କରିଛି। ଗତ ବର୍ଷ ଏକ ରାଲି ସମୟରେ ଇମରାନନ ଖାନଙ୍କ ଉପରେ ହୋଇଥିଲା ଆକ୍ରମଣ। ହେଲେ ଏହି ଆକ୍ରମଣରୁ ପିଟିଆଇ ନେତା ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଥିଲେ। 

ଇମରାନ ଖାନଙ୍କ ନେତୃତ୍ୱାଧିନ ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ନେତା ମୁସରତ ଖେମା ଟ୍ୱିଟର ମାଧ୍ୟମରେ ଏକ ଭିଡିଓ ମେସେଜ ଜାରି କରିଛନ୍ତି। ଯେଉଁଥିରେ ପିଟିଆଇ ନେତା ଜଣଙ୍କ କହିଛନ୍ତି ଯେ ଇମ ରାନ ଖାନଙ୍କୁ ବର୍ତ୍ତମାନ ନିର୍ଯାତନା ଦିଆଯାଉଛି। ସେମାନେ ଖାନ ସାହେବଙ୍କୁ ମାରୁଛନ୍ତି। ଇମରାନ ଖାନଙ୍କ ଓକିଲଙ୍କ ଭିଡିଓ ମଧ୍ୟ ପିଟିଆଇ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସେୟାର କରାଯାଇଛି।

ଅଲ କାଦର ଟ୍ରଷ୍ଟ ମାମଲାରେ ଇମରାନ ଖାନଙ୍କୁ ଗିରଫ କରାଯାଇଛି। ଏହି ମାମଲା ଏକ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ। ପ୍ରଧାନମନ୍ତ୍ରୀ ଭାବେ ଏହି ବିଶ୍ୱବିଦ୍ୟାଳୟକୁ ଇମରାନ ଖାନା ବେଆଇନ ଭାବରେ କୋଟି କୋଟି ଟଙ୍କା ମୂଲ୍ୟର ଜମି ଦେଇଥିଲେ। ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତିତ୍ୱ ମଲିକ ରିଆଜ ଏହି ମାମଲା ସମ୍ପର୍କରେ ସର୍ବପ୍ରଥମେ ଜଣାଇଥିଲେ।

ଏହି ସମୟରେ ଇସଲାମାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଆମର ଫାରୁକ୍ ଇମରାନ ଖାନଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଗୃହ ମନ୍ତ୍ରଣାଳୟର ସଚିବ ଏବଂ ଇସଲାମାବାଦ ପୋଲିସ ମୁଖ୍ୟଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଫାରୁକ୍ କହିଛନ୍ତି ଯେ ଯଦି ପୋଲିସ ମୁଖ୍ୟ ଅଦାଲତରେ ହାଜର ନ ହୁଅନ୍ତି, ତାହେଲେ ଆମେ ଏଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଡାକିବୁ। ଏହି ଲୋକ ଅଦାଲତକୁ ଆସି କୁହନ୍ତୁ ଯେ କେଉଁ ମାମଲାରେ ଏବଂ କାହିଁକି ଇମରାନ ଖାନଙ୍କୁ ଗିରଫ କରାଯାଇଛି? ତାହା କୋର୍ଟ ଜାଣିବା ଆବଶ୍ୟକ ବୋଲି କହିଛନ୍ତି ଇସଲାମାବାଦ ହାଇକୋର୍ଟ ଚିଫ୍ ଜଷ୍ଟିସ। 

ଲାହୋର ରାଲି ପରେ ଇମରାନ ଖାନଙ୍କୁ ଗିରଫ କରାଯାଇଥିଲା। ଏହି ରାଲି ସମୟରେ ଇମରାନ ଖାନା ପାକିସ୍ତାନୀ ସେନା ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ତାଙ୍କ ରାଲି ବେଳେ ଇମରାନ ଖାନ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କୁ ଟାର୍ଗେଟ କରିଛନ୍ତି।

ଲାହୋର ଠାରେ ଅନୁଷ୍ଠିତ ଏହି ରାଲି ସମୟରେ ଇମରାନ ଖାନ ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ ଅଧିକାରୀ ମେଜର ଜେନେରାଲ ଫୈସଲ ନାସିରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମେଜର ଜେନେରାଲ ଫୈସଲ ନାସିର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଇମରାନ ଖାନ ଅଭିଯୋଗ କରିଛନ୍ତି। ତାଙ୍କର ଏହି ବିବୃତ୍ତି ପାଇଁ ପାକିସ୍ତାନୀ ସେନା ଇମରାନ ଖାନଙ୍କୁ ପାଲଟା ଜବାବ ଦେଇଥିଲା।

ଗିରଫ ହେବା  ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ସହ-ଅଧ୍ୟକ୍ଷ ଆସିଫ ଅଲି ଜର୍ଦ୍ଦାରୀ ଇମରାନ ଖାନଙ୍କ ପକ୍ଷରୁ ସେନା ବିରୋଧରେ ଆଣିଥିବା ଅଭିଯୋଗକୁ ନିନ୍ଦା କରିଥିଲେ। ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ଯେ ରାଜନୈତିକ ଲାଭ ପାଇଁ ପାକିସ୍ତାନୀ ସେନା ତଥା ଗୁପ୍ତଚର ସଂସ୍ଥାକୁ ବଦନାମ ତଥା ଧମକ ଦେବା ପାଇଁ ଇମାନ ଖାନଙ୍କ ଏଭଳି ପଦକ୍ଷେପ ଅତ୍ୟନ୍ତ ନିନ୍ଦନୀୟ।

ଇସଲାମାବାଦ ପୋଲିସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ କାଦିର ଟ୍ରଷ୍ଟ ମାମଲାରେ ଇମରାନ ଖାନଙ୍କୁ ଗିରଫ କରାଯାଇଛି। ପିଟିଆଇ ଉପାଧ୍ୟକ୍ଷ ଫୱାଦ୍ ଚୌଧୁରୀ ଏହା ଉପରେ ଟୁଇଟ୍ କରି କହିଛନ୍ତି ଯେ ହାଇକୋର୍ଟ ବର୍ତ୍ତମାନ ପାକିସ୍ତାନ ରେଞ୍ଜର୍ସ ଅଧୀନରେ ରହିଛି ଏବଂ ଆଇନଜୀବୀଙ୍କୁ ନିର୍ଯାତନା ଦିଆଯାଉଛି।

ଇମରାନ ଖାନଙ୍କୁ ଗିରଫଦାରୀ ପରେ ରାଜଧାନୀ ଇସଲାମାବାଦ ଅଞ୍ଚଳରେ ଉତ୍ତେଜନା ବଢିବାରେ ଲାଗିଛି। କୋର୍ଟ ବାହାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ ଇମରାନ ଖାନଙ୍କ ଓକିଲ ତଥା ସମର୍ଥକଙ୍କ ସହ ମଧ୍ୟ ପାର ପିଟ୍ କରାଯାଇଛି।

ସୋମବାର ଇମାନ ଖାନଙ୍କ ବିବୃତ୍ତିକୁ ସମାଲୋଚନା କରିଥିଲା ପାକିସ୍ତାନ ସେନା। ପାକିସ୍ତାନୀ ସେନା ମିଡିଆ ୱିଙ୍ଗ ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ଇମରାନ ଖାନଙ୍କ ମିଥ୍ୟା ତଥା ମନ୍ଦ ଅଭିଯୋଗ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ନିନ୍ଦନୀୟ ଏବଂ ଗ୍ରହଣଯୋଗ୍ୟ ନୁହେଁ। ଏହି ବିବୃତ୍ତିରେ କୁହାଯାଇଛି ଯେ ଗତ ଏକ ବର୍ଷ ଧରି ସେନା ତଥା ଗୁପ୍ତଚର ଏଜେନ୍ସି ଅଧିକାରୀଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ଟାର୍ଗେଟ କରାଯାଉଥିବା ଦେଖାଯାଇଛି। ଏପରିକି ସେମାନଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରାଯାଉଛି।

ଗତ ବର୍ଷ ନଭେମ୍ବରରେ ପାକିସ୍ତାନ ୱାଜିରାବାଦ ଠାରେ ଆୟୋଜିତ ହୋଇଥିବା ଏକ ରାଲି ସମୟରେ ଇମରାନ ଖାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ଯେଉଁଥିରେ ତାଙ୍କ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ। ଏହା ପରେ ଇମରାନ ଖାନ ଏହି ଆକ୍ରମଣ ପାଇଁ ଶାହାୱାଜ ସରିଫଙ୍କ ସରକାର ଏବଂ ଦେଶର ସାମରିକ ପ୍ରତିଷ୍ଠାନକୁ ଦାୟୀ କରିଥିଲେ।

 

Read More
{}{}