Hindi News >>Home >>Odisha Trending

Pakistan Electricity Crisis: ପାକିସ୍ତାନ ଉପରେ ମାଡ଼ି ଆସିଲା ବଡ଼ ସଙ୍କଟ! ସାରା ଦେଶରେ ବିଦ୍ୟୁତ୍ ବ୍ୟବସ୍ଥା ଠପ୍

Pakistan Electricity Crisis: ପାକିସ୍ତାନ ଶକ୍ତି ମନ୍ତ୍ରଣାଳୟ କହିଛି ଯେ, ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଆଜି ସକାଳ ୭:୩୪ରେ ନ୍ୟାସନାଲ ଗ୍ରୀଡ୍ର ସିଷ୍ଟମ ଫ୍ରିକ୍ୱେନ୍ସି ହ୍ରାସ ପାଇଛି, ଯାହା ଫଳରେ ବିଦ୍ୟୁତ୍ ବ୍ୟବସ୍ଥାରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହୋଇଛି । ଇସଲାମାବାଦ ଇଲେକ୍ଟ୍ରିକ୍ ଯୋଗାଣ କମ୍ପାନୀ ଅର୍ଥାତ୍ ଇସ୍କୋ ଅନୁଯାୟୀ, ୧୧୭ ଗ୍ରୀଡ୍ ଷ୍ଟେସନକୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଛି ।

Advertisement
Pakistan Electricity Crisis: ପାକିସ୍ତାନ ଉପରେ ମାଡ଼ି ଆସିଲା ବଡ଼ ସଙ୍କଟ! ସାରା ଦେଶରେ ବିଦ୍ୟୁତ୍ ବ୍ୟବସ୍ଥା ଠପ୍
Stop
Tamal Bakchi|Updated: Jan 23, 2023, 10:46 AM IST

Pakistan Electricity Crisis: ପାକିସ୍ତାନରେ ସୋମବାର ସକାଳେ ବିଦ୍ୟୁତ୍ ବ୍ୟବସ୍ଥା ଠପ୍ (Power System) ହୋଇଯାଇଛି । ପାକିସ୍ତାନ ଶକ୍ତି ମନ୍ତ୍ରଣାଳୟ କହିଛି ଯେ, ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଆଜି ସକାଳ ୭:୩୪ରେ ନ୍ୟାସନାଲ ଗ୍ରୀଡ୍ର ସିଷ୍ଟମ ଫ୍ରିକ୍ୱେନ୍ସି ହ୍ରାସ ପାଇଛି, ଯାହା ଫଳରେ ବିଦ୍ୟୁତ୍ ବ୍ୟବସ୍ଥାରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହୋଇଛି । ଇସଲାମାବାଦ ଇଲେକ୍ଟ୍ରିକ୍ ଯୋଗାଣ କମ୍ପାନୀ ଅର୍ଥାତ୍ ଇସ୍କୋ ଅନୁଯାୟୀ, ୧୧୭ ଗ୍ରୀଡ୍ ଷ୍ଟେସନକୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଛି ।

ବିଦ୍ୟୁତ୍ ଯୋଗାଣ କମ୍ପାନୀ ଟ୍ୱିଟ୍ କରି କହିଛି ଯେ, "ଏପର୍ଯ୍ୟନ୍ତ ରିଜନାଲ କଣ୍ଟ୍ରୋଲ ସେଣ୍ଟର ତରଫରୁ କୌଣସି ସ୍ପଷ୍ଟ କାରଣ ଦିଆଯାଇ ନାହିଁ, ଇସ୍କୋ ପରିଚାଳନା ସମ୍ପୃକ୍ତ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ।" ସେପଟେ ପାକିସ୍ତାନ ଶକ୍ତି ମନ୍ତ୍ରୀ ଖୁର୍ରାମ ଦସ୍ତଗିର (Khurrum Dastagir) ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ଇନ୍ଧନ ଖର୍ଚ୍ଚ ବଞ୍ଚାଇବା ପାଇଁ ଅର୍ଥନୈତିକ ପଦକ୍ଷେପ ଭାବରେ ଶୀତଦିନେ ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ଗୁଡିକ ସାମୟିକ ଭାବେ ବନ୍ଦ କରାଯାଇଛି ।

ଖୁର୍ରାମ ଦସ୍ତଗିର (Khurrum Dastagir) ଆଗକୁ କହିଛନ୍ତି ଯେ, "ଯେତେବେଳେ ଆଜି ସକାଳ ୭:୩୦ରେ ଗୋଟିଏ ପରେ ଗୋଟିଏ ସିଷ୍ଟମ ଅନ୍ ହୋଇଗଲା, ଦେଶର ଦକ୍ଷିଣ ଭାଗରେ ଜାମଶୋରୋ ଏବଂ ଦାଦୁ ମଧ୍ୟରେ ଫ୍ରିକ୍ୱେନ୍ସି ଭେରିଏସନ ରିପୋର୍ଟ କରାଯାଇଥିଲା । ଭୋଲଟେଜରେ ଏକ ଅସ୍ଥିରତା ଦେଖାଗଲା ଓ ସିଷ୍ଟମଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଗଲା । ଏହା ଏକ ବଡ଼ ସଙ୍କଟ ନୁହେଁ ।" 

ଅଧିକ ପଢ଼ନ୍ତୁ:-ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଦଳରୁ କରିବେ ବାହାର!

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! EPFO କଲା ଏହି ଘୋଷଣା

ଅଧିକ ପଢ଼ନ୍ତୁ:-ଆଉ ଜଣେ ଯୁବକଙ୍କ ଆତ୍ମହତ୍ୟା: ପ୍ରେମିକାକୁ ଭିଡିଓ କଲ୍ କରି ଫ୍ୟାନରେ ଝୁଲିପଡିଲେ ପ୍ରେମିକ, କାରଣ ଜାଣିଲେ ହୋଇଯିବେ ଚକିତ

ମନ୍ତ୍ରୀ କହିଛନ୍ତି ଯେ, ତାରବେଲା ଓ ୱାର୍ସାକରେ କିଛି ଗ୍ରୀଡ୍ ଷ୍ଟେସନ୍ ପୁନଃ ଚାଲୁ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ ଆରମ୍ଭ କରିଛି । ମନ୍ତ୍ରୀ ଦାବି କରିଛନ୍ତି ଯେ, ପେଶୱାର ଇଲେକ୍ଟ୍ରିକ୍ ଯୋଗାଣ କମ୍ପାନୀ (ପେସ୍କୋ) ଓ ଇସଲାମାବାଦ ବିଦ୍ୟୁତ୍ ଯୋଗାଣ କମ୍ପାନୀ (ଇସ୍କୋ) ର କିଛି ଗ୍ରୀଡ୍ ପୁନଃ ଚାଲୁ ହୋଇସାରିଛି ।

କରାଚିରେ ବିଦ୍ୟୁତ ବ୍ୟବସ୍ଥା ଠପ୍ ହେବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ବନ୍ଦର ସହରରେ ଏହାର ସମ୍ପୂର୍ଣ୍ଣ ବୈଦ୍ୟୁତିକ ଯୋଗାଣ ବ୍ୟବସ୍ଥା ଥିବାରୁ ଏହା ଜଟିଳ ଅଟେ । ଆମେ ନିୟମିତ ଭାବରେ ପ୍ରାୟ ୧୦୦-୧,୧୦୦ ମେଗାୱାଟ କେ-ଇଲେକ୍ଟ୍ରିକ୍ ଯୋଗାଇଥାଉ, ତେବେ ଏହା କିଛି ଘଣ୍ଟା ମଧ୍ୟରେ ପୁନଃ ଚାଲୁ ହେବ । ଏହି ସମସ୍ୟାର ସମାଧାନ ପାଇଁ କେତେ ସମୟ ଲାଗିବ ତାହା ନିଶ୍ଚିତ ନୁହେଁ । ତଥାପି ମୋର ଲକ୍ଷ୍ୟ ହେଉଛି ରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଦେଶରେ ବିଦ୍ୟୁତ୍ ପୁନଃ ଚାଲୁ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Read More
{}{}