Hindi News >>Home >>Odisha Trending

Pakistan Church Fire: କୁରାନ ଜାଳିବା ଅଭିଯୋଗରେ ଚର୍ଚ୍ଚ ଜାଳିଦେଲେ ଉତ୍ତ୍ୟକ୍ତ ଭିଡ଼

Pakistan Church Vandalised: କଥିତ ରୂପରେ କୁରାନ ଜାଳିଦେବା ଘଟଣାରେ ଚର୍ଚ୍ଚ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ। ପାକିସ୍ତାନ ପଞ୍ଜାବ ପ୍ରଦେଶର ଫୈସଲାବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Advertisement
 Pakistan Church Fire: କୁରାନ ଜାଳିବା ଅଭିଯୋଗରେ ଚର୍ଚ୍ଚ ଜାଳିଦେଲେ ଉତ୍ତ୍ୟକ୍ତ ଭିଡ଼
Stop
Zee Odisha Desk|Updated: Aug 16, 2023, 08:58 PM IST

Pakistan Church Attack: ନିକଟ ଅତୀତରେ ବିଭିନ୍ନ ୟୁରୋପୀୟ ଦେଶର କୁରାନ ଜାଳିଦେବା ଘଟଣା ଦେଖିବାକୁ ମିଲିଥିଲା। ହେଲେ ଏବେ ଏହାର ପ୍ରତିକ୍ରିୟା ମୁସଲିମ ରାଷ୍ଟ୍ର ପାକିସ୍ତାନ ଠାରେ ଦେଖିବାକୁ ମିଳିଛି। କୁରାନ ଜଳାଯିବା ଘଟଣାରେ ଉତ୍ତ୍ୟକ୍ତ ଭିଡ଼ ଚର୍ଚ୍ଚ ଜାଳି ଦେଇଥିବାର ଦେଖିବାକୁ ମିଳିଛି। ପାକିସ୍ତାନ ଫୈସଲାବାଦ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଦେଶର ଫୈସଲାବାଦ ଅଞ୍ଚଳରେ ଚର୍ଚ୍ଚ ଭଙ୍ଗାରୁଜା କରିବା ସହ ଏହାକୁ ଜାଳି ଦେବା ଘଟଣାରେ (Faisalabad Church Attack) ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ (Pakistan Caretaker Prime Minister) ଅନୱାର-ଉଲ-ହକ କାକର (Anwar-Ul-Haq Kakar)। ଏନେଇ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଫୈସଲାବାଦ ଅଞ୍ଚଳରୁ (Faisalabad Area Pakistan) ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାହା ତାଙ୍କୁ ଆଘାତ ଦେଇଛି। ଯେଉଁମାନେ ଆଇନ ଉଲ୍ଲଂଘନ କରୁଛନ୍ତି ଏବଂ ସଂଖ୍ୟାଲଘୁଙ୍କୁ (Minorities in Pakistan) ଟାର୍ଗେଟ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପାକିସ୍ତାନ ଫୈସଲବାଦ ଅଞ୍ଚଳରେ କଥିତ ରୂପରେ ଇସଲାମୀ ଧର୍ମଗ୍ରନ୍ଥ (Religious Scripture of Islam) କୁରାନ ଅପମାନିତ (Insulation of Quran in Pakistan) କରାଯାଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ କ୍ରୋଧିତ ବିକ୍ଷୋଭକାରୀ ସ୍ଥାନୀୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ (Attack on Christian Community in Pakistan) ଆକ୍ରମଣ କରିଥିଲେ। ଫୈସଲାବାଦ ଜିଲ୍ଲାର (Faisalabad District) ଜରନୱାଲା ତହସିଲ (Jaranwala Tehsil) ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ବେଳେ ସେଠାରେ ଅବସ୍ଥିତ ଏକ ଚର୍ଚ୍ଚ ଉପରେ ଆକ୍ରମଣ (Attack on Christian Church in Pakistan) କରାଯାଇଥିଲା। ଏହା ସହିତ ଖ୍ରୀଷ୍ଟିଆନ କଲୋନୀ (Christian Colony in Pakistan) ଏବଂ ଅନେକ ଘରକୁ କ୍ଷତି ପହଞ୍ଚାଯାଇଥିଲା। ଏହି ସମସ୍ତ ଘଟଣାକ୍ରମ ପାକିସ୍ତାନ ପଞ୍ଜାବ ପ୍ରଦେଶ (Punjab Province Pakistan) ଠାରେ ହୋଇଥିବା ଜଣାପଡ଼ିଛି। 

'ନାଗରିକଙ୍କ ସହ ସରକାର ଛିଡା ହୋଇଛନ୍ତି'
ଏନେଇ ପ୍ରତିକ୍ରିୟା ରଖି ପାକିସ୍ତାନ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର-ଉଲ-ହକ କାକର କହିଛନ୍ତି ଯେ ହିଂସାକାଣ୍ଡରେ ସାମିଲ ହୋଇଥିବା ସମସ୍ତ ଲୋକଙ୍କୁ ଗିରଫ କରି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏବଂ ସଂଖ୍ୟାଲଘୁ  ନ୍ୟାୟ ଦେବା ପାଇଁ କୁହାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ନିଶ୍ଚିତ ରହନ୍ତୁ ଯେ ପାକିସ୍ତାନ ସରକାର ଦେଶର ନାଗରିକଙ୍କ ସହ ସମାନ ଆଧାରରେ ଛିଡା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ପାକିସ୍ତାନ ଚର୍ଚ୍ଚ ସଭାପତି (Pakistan Church President) ବିଶପ ଆଜାଦ ମାର୍ଶଲଙ୍କ (Bishop Azad Marshall) ଟ୍ୱିଟ୍ ମଧ୍ୟ ସେୟାର କରିଛନ୍ତି।

ଚର୍ଚ୍ଚ ଜାଳି ଦେବା ଘଟଣାରେ କ'ଣ କହିଲେ ବିଶପ ଆଜାଦ ମାର୍ଶଲ? 
ଚର୍ଚ୍ଚ ଜାଳି ଦେବା ଘଟଣାରେ ପ୍ରତିକ୍ରିୟା ରଖି ବିଶପ ଆଜାଦ ମାର୍ଶଲ କହିଛନ୍ତି ଯେ ପାକିସ୍ତାନ ଫୈସଲାବାଦ ଜିଲ୍ଲାର ଜରନୱାଲା ତହସିଲ ଅଞ୍ଚଳରେ ଘଟିଥିବା ଘଟଣାକୁ ନେଇ ଆମେ ଅତ୍ୟନ୍ତ ଦଃଖିତ। ଏଠାରେ ଅବସ୍ଥିତ ଏକ ଚର୍ଚ୍ଚ ଜାଳି ଦିଆଯାଇଛି। ବାଇବେଲକୁ ଅପମାନିତ କରାଯିବା ସହ ଖ୍ରୀଷ୍ଟିଆନଙ୍କ ବିରୋଧରେ କୁରାନକୁ ଅପମାନିତ କରଥିବା ନେଇ ମିଥ୍ୟା ଅଭିଯୋଗ ଅଣାଯାଉଛି। ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ଯେଉଁମାନେ ନ୍ୟାୟ ପ୍ରଦାନ କରୁଛନ୍ତି ଆମେ ସେମାନଙ୍କ ଠାରୁ ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। 

Read More
{}{}