Hindi News >>Home >>Odisha Trending

Male Contraceptive Pill:ଏଣିକି କଣ୍ଡୋମର ପଡ଼ିବନି ଆବଶ୍ୟକତା; ପୁରୁଷଙ୍କ ପାଇଁ ମଧ୍ୟ ଆସିଲା ଗର୍ଭନିରୋଧକ ବଟିକା, ଜାଣନ୍ତୁ କିପରି କରିବ କାମ?

Male Contraceptive Pill: କୌଣସି ରୋଗ ପାଇଁ ବିଭିନ୍ନ ପ୍ରକାରର ମେଡିସିନ ଉଦ୍ଭାବନ ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ ଛୁଇଁଛି ବିଜ୍ଞାନ। ଇତି ମଧ୍ୟରେ ବୈଜ୍ଞାନିକ ମାନେ ବାହାର କରିଛନ୍ତି ପୁରୁଷଙ୍କ ପାଇଁ ଗର୍ଭ ନିରୋଧକ ଔଷଧ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 17, 2023, 08:58 AM IST

Male Contraceptive Pill: ଆମର ଦୈନନ୍ଦିନ ଜୀବନରେ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ବିଶେଷ କରି ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଏବେ ଶୀର୍ଷରେ ପହଞ୍ଚି ପାରିଛି। ଯେ କୌଣସି ରୋଗ ପାଇଁ ବିଭିନ୍ନ ପ୍ରକାରର ମେଡିସିନ ଉଦ୍ଭାବନ ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ ଛୁଇଁଛି ବିଜ୍ଞାନ। ଇତି ମଧ୍ୟରେ ବୈଜ୍ଞାନିକ ମାନେ ବାହାର କରିଛନ୍ତି ପୁରୁଷଙ୍କ ପାଇଁ ଗର୍ଭ ନିରୋଧକ ଔଷଧ (Male Contraceptive Pill) ।

ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆମେରିକାର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ହେଲ୍‌ଥ (American National Institute Of Health) ଦ୍ୱାରା ଅନୁଦାନପ୍ରାପ୍ତ ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଏହି ଔଷଧର ଗୋଟିଏ ଡୋଜ ପୁରୁଷ ଶୁକ୍ରାଣୁକୁ ଅସ୍ଥାୟୀ ଭାବରେ ସ୍ଥାଣୁ କରିଦେଇ ଥାଏ। ମୂଷା ମାନଙ୍କଠାରେ ପ୍ରାରମ୍ଭିକ ଭାବରେ ପରୀକ୍ଷଣ କରିବା ପରେ ଏହି ଔଷଧ ସଫଳତାର ସହ ନିଜର ପ୍ରଭାବ ଦେଖାଇଥିଲା। ଏହି ଔଷଧର ନାମ TDI-11861 ରଖାଯାଇଛି। ମୂଷା ଦେହରେ ଅଧ୍ୟୟନ କରିବା ସମୟରେ ଏହା ଦେଖା ଯାଇଥିଲା ଯେ TDI-11861 ର ଗୋଟିଏ ଡୋଜ ଶୁକ୍ରାଣୁକୁ ୩ ଘଣ୍ଟା ପର୍ଯ୍ୟନ୍ତ ନିଷ୍କ୍ରିୟ କରିପାରୁଛି। ଏହି ଔଷଧର ପ୍ରଭାବ ଅତି ବେଶୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ରହୁଥିବା ବେଳେ ଶରୀରରେ ପରବର୍ତ୍ତୀ ପର୍ଯ୍ୟାୟର ଶୁକ୍ରାଣୁ ଆସିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ଏହାର ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ  ପଡୁ ନଥିବାବେଳେ କିଛି ସମୟ ପାଇଁ ଏହା ସ୍ପର୍ମ ଫ୍ଲୋକୁ(Sperm) ରୋକିବାରେ ସାହାଯ୍ୟ କରିଥାଏ। ନ୍ୟୁୟର୍କର ୱିଲ୍‌ କର୍ଣ୍ଣେଲ ମେଡିସିନ୍ସର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ପୁରୁଷଙ୍କ ପାଇଁ ଏହା ଏକ ସଫଳ ଗର୍ଭ ନିରୋଧକ ଔଷଧ ଭାବେ ଛିଡା଼ ହୋଇଛି ଓ ଯଦି ଏହା ମଣିଷ ମାନଙ୍କଠାରେ ସଫଳତାର ସହ କାମ କରେ ତାହେଲେ ପୁରୁଷ ମାନେ ନିଜ ଇଚ୍ଛା ଅନୁସାରେ ଏହାକୁ ବ୍ୟବହାର କରି ନିଜର ଫର୍ଟିଲିଟିକୁ ନିଜ ନିୟନ୍ତ୍ରଣରେ ରଖି ପାରିବେ। କିନ୍ତୁ ଏହା ଅନ୍ୟ କୌଣସି ଯୌନ ସଂକ୍ରମଣରୁ ରକ୍ଷା କରେ ନାହିଁ ବୋଲି ବୈଜ୍ଞାନିକ ମାନେ କହିଛନ୍ତି।

Also Read-Constipation Remedy: କୋଷ୍ଠକାଠିନ୍ୟରୁ ମୁକ୍ତି ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

Also Read-Health Alert: ଅଧିକ ମିଠା ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ହୃଦରୋଗ

Also Read-Cow milk Allergy: ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଗାଈ କ୍ଷୀରରୁ ହୋଇପାରେ ଆଲର୍ଜି, ଜାଣନ୍ତୁ ଏହାର ଲକ୍ଷଣ

ୱିଲ କର୍ଣ୍ଣେଲର ଅନ୍ୟ ପ୍ରଫେସର ଡଃ. ଜୋଚେନ୍ ବକ୍ ଓ ଡକ୍ଟର ଲୋନି ଲେଭାଇନ୍ କହିଛନ୍ତି ଯେ, ଏହା ପୂର୍ବରୁ ପୁରୁଷଙ୍କଠାରେ ମାତ୍ର ୨ଟି ବିକଳ୍ପ ରହିଥିଲା। ଗୋଟିଏ ହେଉଛି ପ୍ରତିରୋଧକର ବ୍ୟବହାର ଓ ଅନ୍ୟଟି ହେଉଛି ପୁରାତନ କାଳରୁ ହୋଇ ଆସୁଥିବା ପୁରୁଷ ବନ୍ଧ୍ୟାକରଣ। ତେବେ ଏହି ଆବିଷ୍କାର ଚିକିତ୍ସା କ୍ଷେତ୍ରରେ ଆଗାମୀ ଦିନରେ ଏକ ଗେମ୍‌ ଚେଞ୍ଜର ଭାବେ ଉଭା ହୋଇପାରେ ବୋଲି ବୈଜ୍ଞାନିକ ମତ ରଖିଛନ୍ତି।

Read More
{}{}