Hindi News >>Home >>Odisha Trending

Online Fraud: ଗୋଟିଏ କ୍ଲିକରେ ଉଡିଗଲା ୨କୋଟି ଟଙ୍କା

Cyber Crime: ଅନଲାଇନ ଠକେଇର ଏକ ବଡ଼ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ନିଜର କଷ୍ଟ ଅର୍ଜିତ ଧନ ହରାଇଛନ୍ତି । ଠକେଇ ବିଷୟରେ ଜାଣିବା ବେଳକୁ ହାତରେ କିଛି ନଥିଲା । ସେତେବେଳକୁ ପାଖାପାଖି ୨ କୋଟି ଟଙ୍କା ସେ ହରାଇସାରିଥିଲେ ।

Advertisement
Online Fraud: ଗୋଟିଏ କ୍ଲିକରେ ଉଡିଗଲା ୨କୋଟି ଟଙ୍କା
Stop
Soubhagya Ranjan Mishra|Updated: Jan 01, 2024, 10:12 PM IST

Cyber Crime: ଅନେକ ସମୟରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ସାଇବର ଠକେଇ ଖବର ଆସିଥିବା ଖବର ଆପଣ ନିଶ୍ଚେ ପଢିଥିବେ । ବର୍ତ୍ତମାନ ଯେଉଁ ଠକେଇ ସାମ୍ନାକୁ ଆସିଛି ତାହା ଏକ ବଡ଼ ଠକେଇ ବୋଲି କୁହାଯାଉଛି । ଜଣେ ବ୍ୟକ୍ତି ଅଧିକ ଲାଭ ଆଶାରେ ସାଇବର ଅପରାଧୀଙ୍କ ମାୟା ଜାଲରେ ପଡି ନିଜର କଷ୍ଟ ଉପାର୍ଜିତ ଧନ ହରାଇଛନ୍ତି । ବ୍ୟକ୍ତି ଜଣକ ନିଜେ ଠକାମିର ଶିକାର ହେଉଥିବା ବିଷୟରେ ଜାଣିବାକୁ ଦୀର୍ଘଦିନ ଲାଗିଥିଲା ତେଣୁ ସେ ଜାଣିନପାରି ନିଜର ଆକାଉଣ୍ଟ ବାଲାନ୍ସ ହରାଇଛନ୍ତି ।

ସୂଚନା ମୁତାବକ ଏହି ଘଟଣାଟି ପୁଣେର ଜଣେ ବ୍ୟକ୍ତିଙ୍କ ସହିତ ଘଟିଛି । ସେ ମାସକ ଭିତରେ ୨ କୋଟି ଟଙ୍କା ହରାଇଛନ୍ତି । ଏହି ଜାଲିଆତିରେ ସେ ଏକ ନକଲି ଷ୍ଟକ ମାର୍କେଟ୍ ନିବେଶ ସଂସ୍ଥାରେ ନିବେଶ କରିଥିଲେ । ଯାହା ଆମେରିକାର ଏକ ପ୍ରତିଷ୍ଠିତ ଷ୍ଟକ କମ୍ପାନିର ନାମକୁ ଜାଲିଆତି କରି କରାଯାଇଥିଲା । ପୀଡିତା ଜଣଙ୍କ ସବୁ କଥା ପୋଲିସ ଆଗରେ କହିବା ସହିତ ଏ ସମ୍ପର୍କରେ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।

ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଖିବା ପରେ ଠକମାନଙ୍କ ଜାଲରେ ପଡ଼ିଯାଇଥିଲେ। ବିଜ୍ଞାପନଟି ଏକ ପ୍ରତିଷ୍ଠିତ ଆମେରିକୀୟ ଭିତ୍ତିକ ଉଦ୍ୟୋଗ ପୁଞ୍ଜି ପାଣ୍ଠି ସହିତ ସଂଯୁକ୍ତ ଏକ ଷ୍ଟକ୍ ମାର୍କେଟ୍ ବିନିଯୋଗ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିଲା । ବ୍ୟକ୍ତି ଜଣକ ଲିଙ୍କରେ କ୍ଲିକ୍ କରିବା ପରେ ତାଙ୍କୁ ଏକ ହ୍ୱାଟସଆପ ଗ୍ରୁପରେ ଯୋଡି ଦିଆଯାଇଥିଲା । ଗ୍ରୁପ୍ ଆଡମିନ୍ ଉକ୍ତ ହ୍ୱାଟସଆପ ଗ୍ରୁପରେ ଅନଲାଇନ୍ ଲିଙ୍କ୍ ଗୁଡିକୁ ପୋଷ୍ଟ କରୁଥିଲେ । ଯାହାକୁ ଦେଖି ବ୍ୟକ୍ତି ଜଣଙ୍କର ସେଥିରେ ପୁଞ୍ଜି ନିବେଶ କରି ଅଧିକ ଲାଭ ପାଇବାର ଇଚ୍ଛା ହୋଇଥିଲା ।

ବ୍ୟକ୍ତି ଜଣକ ଉକ୍ତ ଫ୍ରଡ୍ ସଂସ୍ଥାରେ ପୁଞ୍ଜି ନିବେଶ କରିବା ପାଇଁ ନିଜ ମୋବାଇଲ୍ ଫୋନରେ ଏକ ଆପ୍ଲିକେସନ ଇନଷ୍ଟଲ କରିଥିଲେ । ଉକ୍ତ ଆପଟି ପୁଞ୍ଜି ବିନିଯୋଗରେ ଭଲ ରିଟର୍ଣ୍ଣ ମିଳିବା ନେଇ ବ୍ୟକ୍ତିଙ୍କୁ ଲୋଭାଶକ୍ତ କରିଥିଲା । ଏହା ପରେ ମାତ୍ର କିଛି ସପ୍ତାହ ମଧ୍ୟରେ ବ୍ୟକ୍ତି ଜଣକ ସମୁଦାୟ ୨.୧୫ କୋଟି ଟଙ୍କା ବିନିଯୋଗ କରିଥିଲେ । ଏହି ସମସ୍ତ କାର୍ଯ୍ୟ ଟେକ୍ସଟ୍ ଚାଟ୍ ମାଧ୍ୟମରେ କରାଯାଇଥିଲା । କିଛି ଦିନ ମଧ୍ୟରେ ବ୍ୟକ୍ତିଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ତେଣୁ ସେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଅନୁସନ୍ଧାନରେ ସେ ଜାଣିବାକୁ ପାଇଥିଲେ ଯେ, ଉକ୍ତ ସଂସ୍ଥା କୌଣସି ଷ୍ଟକ୍ ମାର୍କେଟ୍ ସହିତ ଜଡିତ ନୁହେଁ ।

ତଥ୍ୟ ଜାଣିବା ପରେ ପୀଡିତା ପୋଲିସ ସହ ଯୋଗାଯୋଗ କରିଥିଲେ। ଏହା ଜଣାପଡିଛି ଯେ, ଲୋକଙ୍କୁ ଟାର୍ଗେଟ୍ କରି ବିଶ୍ୱାସ ଜମାଇବା ଏବଂ ଲୁଟ୍ କରିବା ପାଇଁ ସାଇବର ଠକମାନେ ସୋସିଆଲ ମିଡିଆ ପ୍ରୋଫାଇଲକୁ ବ୍ୟବହାର କରିଥିଲେ। ପରେ ଅନୁସନ୍ଧାନରୁ ଜଣାପଡିଛି ଯେ, କମ୍ପାନୀର ନାମ ଏବଂ ପ୍ରୋଫାଇଲ୍ ସବୁତକ ନକଲି। ଅନଲାଇନ୍ ଠକମାନେ ଲୁଟ୍ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଥିବା ଆକାଉଣ୍ଟ ଗୁଡିକୁ ବ୍ୟବହାର କରୁଥିଲେ । ବର୍ତ୍ତମାନ ପୋଲିସ ଏହାର ଅଧିକ ଅନୁସନ୍ଧାନ କରୁଛି ।

Also Read- ନୂଆବର୍ଷ ପାର୍ଟିରେ ମଦ ପିଇ ହଙ୍ଗାମା କଲେ ମହିଳା, ଦେଖନ୍ତୁ ଭିଡିଓ

Also Read- ଏତିକି ଦିନ ମଧ୍ୟରେ କରନ୍ତୁ BSKY ପଞ୍ଜିକରଣ, ୧୦ଦିନ ଖୋଲା ରହିବ ପୋର୍ଟାଲ୍

{}{}